ଗୁୟାନା: 3ୟ ଟି20ରେ ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳକୁ 7 ୱିକେଟରେ ହରାଇଛି ଭାରତୀୟ ମହିଳା ଦଳ । ଏଥିସହିତ 5 ମ୍ୟାଚବିଶିଷ୍ଟ ଟି20 ସିରିଜର ପ୍ରଥମ 3ଟି ମ୍ୟାଚରେ ଅପରାଜେୟ ହୋଇଛି ଭାରତ । 3-0ରେ ଆଗୁଆ ରହିବା ସହ ସିରିଜ ହାତେଇଛି।
3ୟ ଟି20 ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଥିଲା ଘରୋଇ ୱେଷ୍ଟଇଣ୍ଡିଜ । ନିର୍ଧାରିତ 20 ଓଭରରେ ମାତ୍ର 59/9ରେ ଇଣ୍ଡିଜର ଇଂନିସ ଶେଷ ହୋଇଥିଲା । 60 ରନର ସହଜସାଧ୍ୟ ଲକ୍ଷ୍ୟକୁ 16.4 ଓଭରରେ 3 ୱିକେଟ ହରାଇ ହାସଲ କରିନେଇଥିଲା ଭାରତ।
ଭାରତ ପକ୍ଷରୁ ଜେମିମା ରୋଡ୍ରିଗ୍ୟୁସ ଅପରାଜିତ 40 ରନର ଇଂନିସ ଖେଳି ଦଳକୁ ବିଜୟୀ କରାଇଥିଲେ । 4ର୍ଥ ଟି20 ନଭେମ୍ବର 17 ଓ ନଭେମ୍ବର 20ରେ 5ମ ତଥା ଶେଷ ମ୍ୟାଚ ଖେଳାଯିବ।