ହାଇଦ୍ରାବାଦ: ଅଷ୍ଟ୍ରେଲିଆର ଭେଟେରାନ ଓପନର ଡେଭିଡ ୱାର୍ଣ୍ଣର ପସନ୍ଦର ଆଇପିଏଲ ସ୍ମୃତି ନେଇ ଖୁଲାସା କରିଛନ୍ତି । ୱାର୍ଣ୍ଣର କହିଛନ୍ତି 2016ରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଚମ୍ପିଆନ ହେବା ତାଙ୍କର ପସନ୍ଦର ଆଇପିଏଲ ସ୍ମୃତି । ଏନେଇ ଏକ ଭିଡିଓ ସନରାଇଜର୍ସ ହାଇଦ୍ରାବାଦ ଅଫିସିଆଲ ଟ୍ବିଟର ପେଜରେ ପୋଷ୍ଟ କରିଛନ୍ତି ୱାର୍ଣ୍ଣର ।
-
Well, that's our favourite IPL moment 🏆 too, @davidwarner31! 🧡
— SunRisers Hyderabad (@SunRisers) April 17, 2020 " class="align-text-top noRightClick twitterSection" data="
Over to you, @BhuviOfficial and Kane Williamson 😉#OrangeArmy #MyIPLMoment pic.twitter.com/z9KbsakJ3O
">Well, that's our favourite IPL moment 🏆 too, @davidwarner31! 🧡
— SunRisers Hyderabad (@SunRisers) April 17, 2020
Over to you, @BhuviOfficial and Kane Williamson 😉#OrangeArmy #MyIPLMoment pic.twitter.com/z9KbsakJ3OWell, that's our favourite IPL moment 🏆 too, @davidwarner31! 🧡
— SunRisers Hyderabad (@SunRisers) April 17, 2020
Over to you, @BhuviOfficial and Kane Williamson 😉#OrangeArmy #MyIPLMoment pic.twitter.com/z9KbsakJ3O
2016 ସଂସ୍କରଣର ଆଇପିଏଲରେ ୱାର୍ଣ୍ଣରଙ୍କୁ ମିଳିଥିଲା ସନରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ ଦାୟିତ୍ବ । ରୋମାଞ୍ଚକର ଫାଇନାଲ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା ହାଇଦ୍ରାବାଦ ।
2016 ଆଇପିଏଲରେ କେବେ ଆଇପିଏଲ ଟ୍ରଫି ଜିତିନଥିବା କ୍ୟାପଟେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ଫର୍ମରେ ରହିଥିଲା । ଘରୋଇ ପରିବେଶରେ ବେଙ୍ଗାଲୁରୁରେ ଫାଇନାଲ ମୁକାବିଲା ରହିଥିଲା । ସବୁକିଛି ଆରସିବି ସପକ୍ଷରେ ଥିଲେ ମଧ୍ୟ ମ୍ୟାଚର ଶେଷଭାଗରେ ଭାଗ୍ୟ ସାଥ ଦେଇନଥିଲା । ଫଳରେ ଏସଆରଅଚ ବାଜିମାରିନେଇଥିଲା ।
ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ 208 ରନର ବିଶାଳ ସ୍କୋର କରିଥିଲା । 209 ରନର ବଡ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 8ରନ ପଛରେ ରହିଯାଇଥିଲା ଆରସିବି । କ୍ରିସ ଗେଲ 76 ଓ ବିରାଟ କୋହଲି 54 ରନର ଦମଦାର ଇଂନିସ ଖେଳିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା ।