ETV Bharat / sports

ଧୋନି ଜଣେ ଖାସ ବ୍ୟକ୍ତି: କେନ ୱିଲିୟମସନ

author img

By

Published : Jun 9, 2020, 7:52 PM IST

ଧୋନିଙ୍କୁ ଖୁବ ପ୍ରଶଂସା କଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ । କହିଲେ ଧୋନି ଜଣେ ଖାସ ବ୍ୟକ୍ତି । ଅଧିକ ପଢ଼ନ୍ତୁ...

Williamson hails Dhoni, Dhoni is a special individual, ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ, ଧୋନି ହେଉଛନ୍ତି ଖାସ ବ୍ୟକ୍ତି, ଧୋନିଙ୍କ ପ୍ରଶଂସାରେ କେନ
ଧୋନି ହେଉଛନ୍ତି ଖାସ ବ୍ୟକ୍ତି: କେନ ୱିଲିୟମସନ

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଭାରତୀୟ ମହାନ ୱିକେଟ କିପର ତଥା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ଜଣେ ଖାସ ବ୍ୟକ୍ତିତ୍ବ । ଖେଳ ଉପରେ ଧୋନି ଯେପରି ଫୋକସ କରନ୍ତି ତାହା ଉପରେ ମଧ୍ୟ କହିଥିଲେ ୱିଲିୟମସନ ।

ବିଶ୍ବକପ 2019 ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଥିଲା । ଆଉ ମଞ୍ଚେଷ୍ଟରରେ ସେହି ରନଆଉଟ ପାଇଁ ଭାରତର ସେମିଫାଇନାଲ ପରାଜୟ ପରେ ଧୋନି କ୍ରିକେଟରୁ ବିରତ ଅଛନ୍ତି ।

ଷ୍ଟାର ସ୍ପୋର୍ଟସ୍ ସୋ କ୍ରିକେଟ କନେକ୍ଟେଡରେ ୱିଲିୟମସନ କହିଛନ୍ତି ଯେ, ‘‘ଆପଣ ହୁଏତ ଏକ ସିରିଜ ଶେଷ କରିପାରିବେ, ଚେଷ୍ଟା କରିପାରିବେ ଏବଂ କଥା ହୋଇ ଏହାର ରହସ୍ୟ ଖୋଜି ପାରିବେ, କିନ୍ତୁ ସେ (ଧୋନି) ଏହାକୁ ଅନୁଭବ କରନ୍ତି ଓ ଖେଳକୁ ପ୍ରଶଂସା କରନ୍ତି ।’’

‘‘ସେ ଖେଳ ଯାହା ଗୁରୁତ୍ବପୂର୍ଣ୍ଣ ତାକୁ ମନେ ରଖନ୍ତି ଏବଂ ଏମିତି କୌଣସି ଜିନିଷରେ ପଡନ୍ତି ନାହିଁ ଯାହା ତାଙ୍କୁ ଖେଳରୁ ବିଭ୍ରାନ୍ତ କରିବ । ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଅଧିକ ଧ୍ୟାନ ଦିଅନ୍ତି ଏବଂ ସେ ଜଣେ ଖାସ ବ୍ୟକ୍ତି ।’’

38 ବର୍ଷୀୟ ଧୋନି ଏପର୍ଯ୍ୟନ୍ତ 350 ଟି ଏକଦିବସୀୟ ଏବଂ 98 ଟି -20 ଖେଳିଛନ୍ତି ଯେଉଁଥିରେ ସେ ଯଥାକ୍ରମେ 10,773 ଏବଂ 1,617 ରନ୍ ସଂଗ୍ରହ କରିଛନ୍ତି । ସେ ଭାରତ ପାଇଁ 90ଟି ଟେଷ୍ଟ ମ୍ୟାଚ ଖେଳିବା ପରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.