ETV Bharat / sports

ଟି-20 ବିଶ୍ବକପ ପରେ କ୍ରିକେଟରୁ ଅବସର: ମହମ୍ମଦ ହାଫିଜ

author img

By

Published : Jun 16, 2020, 11:41 AM IST

ଇଂଲଣ୍ଡ ବିପକ୍ଷ ଟି-20 ଓ ଟେଷ୍ଟ ସିରିଜ ପାଇଁ ଘୋଷିତ 29 ଜଣିଆ ପାକିସ୍ତାନ ଟିମରେ ହାଫିଜ ସ୍ଥାନ ପାଇଛନ୍ତି । ପାକିସ୍ତାନ ପକ୍ଷରୁ ମହମ୍ମଦ ହାଫିଜ 55ଟି ଟେଷ୍ଟ, 218 ଅନ୍ତର୍ଜାତୀୟ ଦିନିକିଆ ଓ 91ଟି ଟି-20 ମ୍ୟାଚ ଖେଳିଛନ୍ତି ।

Will be available even if T20 World Cup is postponed, says Mohd Hafeez
ଟି-20 ବିଶ୍ବକପ ପରେ କ୍ରିକେଟରୁ ଅବସର: ମହମ୍ମଦ ହାଫିଜ

ଲାହୋର: ଭେଟେରାନ ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜ ନିଜ କ୍ରିକେଟ କ୍ୟାରିୟରକୁ ନେଇ ମୁହଁ ଖୋଳିଛନ୍ତି । ହାଫିଜ କହିଛନ୍ତି ସେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପ ଖେଳିବାକୁ ଚାହାଁନ୍ତି । ଯଦି ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ହୁଏ, ତେବେ ଆସନ୍ତାବର୍ଷ ପର୍ଯ୍ୟନ୍ତ ସେ ଖେଳିବାକୁ ଚାହିଁବେ ।

Will be available even if T20 World Cup is postponed, says Mohd Hafeez
ମହମ୍ମଦ ହାଫିଜ

39 ବର୍ଷୀୟ ହାଫିଜ ଟି-20 ବିଶ୍ବକପରେ ପାକିସ୍ତାନକୁ ସହଯୋଗ କରିବାକୁ ଚାହାନ୍ତିଁ ବୋଲି କହିଛନ୍ତି । ତେବେ ପୂର୍ବତନ କ୍ରିକେଟର ରମିଜ ରାଜା, ଯୁବ ଖେଳାଳିଙ୍କ ପାଇଁ ସିନିୟର ଖେଳାଳି ସୋଏବ ମଲ୍ଲିକ ଓ ହାଫିଜ ସ୍ଥାନ ଛାଡିବା ଉଚିତ ବୋଲି କହିଥିଲେ ।

ତେବେ ହାଫିଜ ଟି-20 ବିଶ୍ବପରେ ପରେ ଅବସର ନେବେ ବୋଲି କହିଛନ୍ତି । "ଟିମ ପାଇଁ ଆବଶ୍ୟକ ଫିଟନେସ ରହିଛି । ସେଥିପାଇଁ ଟି-20 ବିଶ୍ବକପରେ ଖେଳିବା ସହ ପାକିସ୍ତାନ ପାଇଁ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଛି । ପାକିସ୍ତାନ ପାଇଁ ଏକ ବିଶ୍ବକପ ବିଜୟ ପରେ ଅସବର ନେବାକୁ ସ୍ବପ୍ନ ରହିଛି । ଏକାଧିକ ବାର ଆହତ ସମସ୍ୟା ପାଇଁ ଟିମରୁ ବାହାର ହେବାକୁ ପଡିଛି । ମାତ୍ର ପରେ ସଫଳ ପ୍ରତ୍ୟାବର୍ତ୍ତନ କରିଛି । ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ ଆୟୋଜିତ ଏକ ଭିଡିଓ କନଫରେନ୍ସିଂରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମ୍ନାରେ ଏହି ପ୍ରତିକ୍ରିୟା ରଖିଛନ୍ତି ହାଫିଜ ।

ସୋଏବ ମଲ୍ଲିକ

ଇଂଲଣ୍ଡ ବିପକ୍ଷ ଟି-20 ଓ ଟେଷ୍ଟ ସିରିଜ ପାଇଁ ଘୋଷିତ 29 ଜଣିଆ ପାକିସ୍ତାନ ଟିମରେ ହାଫିଜ ସ୍ଥାନ ପାଇଛନ୍ତି । ପାକିସ୍ତାନ ପକ୍ଷରୁ ମହମ୍ମଦ ହାଫିଜ 55ଟି ଟେଷ୍ଟ, 218 ଅନ୍ତର୍ଜାତୀୟ ଦିନିକିଆ ଓ 91ଟି ଟି-20 ମ୍ୟାଚ ଖେଳିଛନ୍ତି । ପିସିବିର କେନ୍ଦ୍ରୀୟ ଚୁକ୍ତିରେ ସିନିୟନ ଖେଳାଳି ହାଫିଜ, ସୋଏବ ମଲ୍ଲିକ, ୱାହାବ ରିଆଜ ଓ ମହମ୍ମଦ ଆମୀରଙ୍କୁ ସ୍ଥାନ ମିଳିନାହିଁ । ମାତ୍ର ଏହି ସିନିୟର ଖେଳାଳି ଗୁରୁତ୍ବପୂର୍ଣ୍ଣ ବୋଲି, ମୁଖ୍ୟ ଚୟନକର୍ତ୍ତା ତଥା କୋଚ ମିଶବାହ ଉଲ-ହକ କହିଛନ୍ତି ।

ରମିଜ ରାଜା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.