ETV Bharat / sports

ବିରାଟ ବାହିନୀ ପାଇଁ ଲକି ସାଜିବ କି ବାରବାଟୀ ? - barabati stadium be luckey for team india

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ କଣ ଟିମ ଇଣ୍ଡିଆ ପକ୍ଷରେ ଯିବ? କଟକର ବାରବାଟୀ କଣ ବିରାଟ ବାହିନୀ ପାଇଁ ଲକି ସାବ୍ୟସ୍ତ ହେବ? କିଏ ଜିତିବ ମ୍ୟାଚ? ବାରବାଟୀ ପିଚ କାହାକୁ ଦେବ ସାଥ ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣନ୍ତୁ ଆମର ଏହି ରିପୋର୍ଟରୁ...

ବାରବାଟୀ ବ୍ୟାଟେଲ
ବିରାଟ ବାହିନୀ ପାଇଁ ଲକି ସାଜିବ କି ବାରବାଟୀ?
author img

By

Published : Dec 22, 2019, 10:45 AM IST

Updated : Dec 22, 2019, 10:53 AM IST

କଟକ: ଆଉ କିଛି କ୍ଷଣର ଅପେକ୍ଷା । ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ବାରବାଟୀ ବ୍ୟାଟେଲ । ବାରବାଟୀରେ ହେବ ଇଣ୍ଡିଆ-ଇଣ୍ଡିଜ ଟ୍ରଫି ଟକ୍କର । ମ୍ୟାଚ ଜିତି ସିରିଜ କବଜା ଲକ୍ଷରେ ରହିଛନ୍ତି ଉଭୟ ଦଳ । ଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ 1-1ରେ ବରାବର ରହିଛି । ଫଳରେ ଉଭୟ ଦଳ ପାଇଁ ଏହା କର ବା ମର ମ୍ୟାଚ । ତେବେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ କଣ ଟିମ ଇଣ୍ଡିଆ ପକ୍ଷରେ ଯିବ ? କଟକର ବାରବାଟୀ କଣ ବିରାଟ ବାହିନୀ ପାଇଁ ଲକି ସାବ୍ୟସ୍ତ ହେବ? କିଏ ଜିତିବ ମ୍ୟାଚ? ବାରବାଟୀ ପିଚ କାହାକୁ ଦେବ ସାଥ ? ଏହି ସବୁ ପ୍ରଶ୍ନର ସମାଧାନ ଆମର ଏହି ରିପୋର୍ଟରେ ।

ବାରବାଟୀ ବ୍ୟାଟେଲ
ବାରବାଟୀ ବ୍ୟାଟେଲ

କ୍ରିକେଟ ବିଶେଷଜ୍ଞ ମତରେ ବାରବାଟୀ ପିଚ ବ୍ୟାଟ୍ସମ୍ୟାନଙ୍କ ଫେବରରେ ରହିଛି । ପିଚ୍‌ ଫ୍ଲାଟ ଓ ସଠିକ୍‌ ସମତଳ ହୋଇଥିବାରୁ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଭଲ ରହିବ । କିନ୍ତୁ ସେପଟେ କଟକକୁ ସାଜିଛି କାକର ଚିନ୍ତା । ମ୍ୟାଚରେ ଡ୍ୟୁ ଫ୍ୟାକ୍ଟର ସାଜିବାକୁ ଯାଉଛି କାଳ । ସନ୍ଧ୍ୟାରେ ବୋଲରଙ୍କୁ ନିର୍ଦ୍ଧୁମ ଛେଚିବେ ବ୍ୟାଟ୍ସମ୍ୟାନ । କଟକରେ ଏବେ ତାପମାତ୍ରା କମ ରହିଥିବାରୁ ଓ ପ୍ରବଳ ଶୀତ ଥିବାରକୁ ସନ୍ଧ୍ୟାରେ କାକର ପଡିବାର ସମ୍ଭାବନା ଖୁବ ଅଧିକ ରହିଛି । ଫଳରେ ବଲ ସୁଇଙ୍ଗ କରିବ ନାହିଁ । ଏପରି ସ୍ଥଳରେ ଟସ ନେବ ଗୁରୁତ୍ବପୂର୍ଣ୍ଣ ଭୂମିକା । ଯେଉଁ ଦଳ ଟସ ଜିତିବ ସେ ପ୍ରଥମ ବୋଲିଂ କରିବାକୁ ଚାହିଁବ ।

ତେବେ ଯଦି ସିରିଜର ଗତ ଦୁଇଟି ମ୍ୟାଚ ଦେଖିବା, ଦୁଇଟି ମ୍ୟାଚରେ ଟସ ପକାଇ ବିଫଳ ହୋଇଛନ୍ତି ଅଧିନାୟକ କୋହଲି । ତେଣୁ ବାରବାଟୀରେ କୋହଲିଙ୍କୁ ଟସ ଜିତିବା ନିତାନ୍ତ ଆବଶ୍ୟକ ହୋଇପଡିଛି । ଅନ୍ୟପଟେ ଗତକାଲି(ଶନିବାର) ମ୍ୟାଚ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଯୁବ ଖେଳାଳି ଶ୍ରେୟଶ ଆୟର କହିଛନ୍ତି, ବିଶାଖାପାଟଣା ବିଜୟ ମନ୍ତ୍ରରେ ବାରବାଟୀକୁ ଓହ୍ଲାଇବ ଘରୋଇ ଦଳ । ଉଲ୍ଲେଖଥାଉକି, ପ୍ରଥମ ବ୍ୟାଟିଂ କରି ଉକ୍ତ ମ୍ୟାଚରେ 386 ସ୍କୋର କରିଥିଲା ଟିମ ଇଣ୍ଡିଆ । ଏହା ପରେ କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ୍ ସଫଳତା ବଳରେ ଭାରତ ଇଣ୍ଡିଜ୍ ଟିମକୁ 107ରନରେ ମାତ ଦେଇଥିଲା । ଅନ୍ୟପଟେ ବାରବାଟୀର ଆଉଟ ଫିଲ୍ଡ ଦ୍ରୁତ ରହିଛି । ଗ୍ରାଉଣ୍ଡରେ ସ୍କୋର 300ରୁ 320 କିମ୍ବା 350 ହେବା ନେଇ ଆଶା କରିଛନ୍ତି ଗ୍ରାଉଣ୍ଡ ଷ୍ଟାପ । ଏପରି ସ୍ଥିତିରେ ଯଦି ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରେ, ବିଶାଖାପାଟଣ ପରି ବାରବାଟୀରେ ପୁଣିଥରେ ଏକ ବଡ ସ୍କୋର କରିବାକୁ ପଡିବ ବିରାଟ ବାହିନୀକୁ ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

Intro:Body:

testing

Conclusion:
Last Updated : Dec 22, 2019, 10:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.