ETV Bharat / sports

ସଚିନଙ୍କୁ କେବେ ଏମିତି ନାଚିବାର ଦେଖିନଥିଲି: ହରଭଜନ ସିଂହ - ହରଭଜନ ସିଂହ

ଭଜିଙ୍କୁ ମନେ ପଡିଲା 2011 ବିଶ୍ବକପ । ସଚିନଙ୍କ ନାଚିବା ଓ କାନ୍ଦିବା କେବେ ଦେଖିନଥିଲେ କହିଲେ ହରଭଜନ । ଅଧିକ ପଢ଼ନ୍ତୁ...

will always remember,  Sachin Tendulkar danced, winning 2011 world cup, ସଚିନ ତେନ୍ଦୁଲକର, ହରଭଜନ ସିଂହ, 2011 ବିଶ୍ବକପ
ସଚିନଙ୍କୁ କେବେ ଏମିତି ନାଚିବାର ଦେଖିନଥିଲି: ହରଭଜନ ସିଂହ
author img

By

Published : Apr 9, 2020, 7:47 PM IST

ନୂଆଦିଲ୍ଲୀ: ଭାରତୀୟ ଅଫ ସ୍ପିନର ହରଭଜନ ସିଂହ 2011 ବିଶ୍ବକପର ଏକ ମଜାଦାର କଥା ବିଷୟରେ କହିଛନ୍ତି । ହରଭଜନ କହିଛନ୍ତି ଯେ, ବିଶ୍ବକପ ଜିତିବା ପରେ ମହାନ ଖେଳାଳି ସଚିନ ତେନ୍ଦୁଲକର ଏତେ ମାତ୍ରାରେ ଖୁସି ହୋଇଯାଇଥିଲେ ଯେ ସେ ତାଙ୍କ ଆଖପାଖରେ ଥିବା ଲୋକଙ୍କ କଥା ସେ ଚିନ୍ତା କରି ବୋଧହୁଏ ଜୀବନରେ ପ୍ରଥମ ଥର ନାଚିବାକୁ ଲାଗିଥିଲେ । କାରଣ ଏହା ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଦିନ ଥିଲା ।

will always remember,  Sachin Tendulkar danced, winning 2011 world cup, ସଚିନ ତେନ୍ଦୁଲକର, ହରଭଜନ ସିଂହ, 2011 ବିଶ୍ବକପ
ସଚିନଙ୍କୁ କେବେ ଏମିତି ନାଚିବାର ଦେଖିନଥିଲି: ହରଭଜନ ସିଂହ

ଏପ୍ରିଲ 2, 2011 ରେ ଧୋନିଙ୍କ ନେତୃତ୍ବରେ ଭାରତୀୟ ଟିମ ଶ୍ରୀଲଙ୍କାକୁ ହରାଇ ଦୀର୍ଘ 28 ବର୍ଷ ପରେ ବିଶ୍ବକପ ହାତେଇଥିଲା । ମାଷ୍ଟର ବ୍ଲାଷ୍ଟର ସଚିନ 22 ବର୍ଷ ଅପେକ୍ଷା କରିବା ପରେ ଶେଷରେ ଏହି ମୁହୂର୍ତ୍ତ ପାଇଥିଲେ ।

‘‘ସେଦିନ ମୁଁ ସଚିନଙ୍କୁ ପ୍ରଥମ ଥର ପାଇଁ ନାଚିବା ଦେଖିଥିଲି, ପ୍ରଥମ ଥର ପାଇଁ ସେ କାହାକୁ ଖାତିର ନକରି ନାଚିଥିଲେ, ଆନନ୍ଦ ନେଇଥିଲେ ସେ କ୍ଷଣର ଯାହାକି ମୁଁ କେବେ ଭୁଲି ପାରିବି ନାହିଁ ,’’ ବୋଲି କହିଛନ୍ତି ହରଭଜନ । ଏହାସହ ଭଜ୍ଜି ଏହା ମଧ୍ୟ କହିଛନ୍ତି ଯେ, ‘‘ସେଦିନ ରାତିରେ ମୁଁ ମୋ ମେଡାଲ ଧରି ଶୋଇଥିଲି, ସକାଳୁ ଉଠିବା ବେଳେ ମେଡାଲ ମୋ ଉପରେ ଥିଲା ଆଉ ମତେ ବହୁତ ଖୁସି ମିଳିଥିଲା ।’’

ତେନ୍ଦୁଲକର କହନ୍ତି ଯେ 2011 ବିଶ୍ବକପ ବିଜୟ ତାଙ୍କ ଜୀବନର ସବୁଠାରୁ ଗୌରବର ମୁହୂର୍ତ୍ତ । ହରଭଜନ ଆହୁରି ମଧ୍ୟ କହିଛନ୍ତି ଯେ, ‘‘କେବଳ ନାଚିବା ନୁହେଁ, ବିଶ୍ବକପ ଜିତିବା ପରେ ସଚିନଙ୍କୁ ସମସ୍ତଙ୍କ ଆଗରେ ଆମେ କାନ୍ଦିବାର ବି ଦେଖିଥିଲୁ ।’’

‘‘ଏହା ଏମିତି ଏକ କ୍ଷଣ ଥିଲା ଯାହାକୁ ନେଇ ଆମେ ସବୁବେଳେ ସ୍ବପ୍ନ ଦେଖିଥିଲୁ । ଆଉ ଏହି ମୁହୂର୍ତ୍ତ ଏମିତି ଆସିଗଲା ଯେ ବିଶ୍ବାସ ବି କରି ହେଉନଥିଲା । ଏବେ ବି ସେଦିନକୁ ମନେ ପକାଇଲେ ମୋ ଦେହରେ ଶୀହରଣ ସୃଷ୍ଟି ହୋଇଯାଏ । ବିଶ୍ବକପ ଜିତିବା ବହୁତ ଖାସ ଥିଲା ଆଉ ମୁଁ ମଧ୍ୟ ପ୍ରଥମ ଥର ପାଇଁ ସଭିଙ୍କ ଆଗରେ କାନ୍ଦିଥିଲି । ସେ ଭାବନା ଖୁବ ମର୍ମସ୍ପର୍ଶୀ ଥିଲା । ମୁଁ ଯାଣିପାରିନଥିଲି କଣ ପ୍ରତିକ୍ରିୟା ଦେବି ’’ କହିଛନ୍ତି ଭଜ୍ଜି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.