ETV Bharat / sports

WI vs IND: ଆଜି 2ୟ ଟି20, ସିରିଜ ଜିତିବା ଲକ୍ଷ୍ୟରେ ଭାରତ - win series

ଭାରତ-ୱେଷ୍ଟଇଣ୍ଡିିଜ ସିରିଜର 2ୟ ଟି20 ମ୍ୟାଚ ଆଜି ଖେଳାଯିବ । ପ୍ରଥମ ମ୍ୟାଚକୁ ଜିତି 1-0ରେ ଆଗୁଆ ଥିବା ଭାରତ ସିରିଜ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)
author img

By

Published : Aug 4, 2019, 4:13 PM IST

ହାଇଦ୍ରାବାଦ: ପ୍ରଥମ ଟି20ରେ ବିଜୟ ପରେ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ଭାରତ । ପ୍ରଥମ ମ୍ୟାଚରେ କମ ସ୍କୋର ହୋଇଥିଲା । ମାତ୍ର 95 ରନ ରେ ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇଥିଲା । ପିଚ ବୋଲରଙ୍କ ପାଇଁ ଅନୂକୁଳ ଥିବା ଫଳରେ ଟିମ ଇଣ୍ଡିଆର ବୋଲର ଏହାର ଭରପୁର ଫାଇଦା ଉଠାଇଥିଲେ ।

ନବଦୀପ ସାଇନି ସର୍ବାଧିକ 3ଟି, ଭୁବନେଶ୍ବର କୁମାର 2ଟି ୱିକେଟ ଅକ୍ତିଆର କରିଥିଲେ । ଖଲିଲ ଅହମ୍ମଦ, କ୍ରୁନାଲ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଓ ୱାସିଂଟନ ସୁନ୍ଦରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ମାତ୍ର 96 ରନର ବିଜୟ ଲକ୍ଷ୍ୟକୁ ପିଛାକରି ଭାରତ ମଧ୍ୟ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲା । ଶିଖର ଧାୱନ ଶୂନ, ରିଷଭ ପନ୍ତ 1 ରନ କରି ଆଉଟ ହୋଇଥିଲେ । ତେବେ 95 ରନକୁ ପାର କରିବାକୁ ଟିମ ଇଣ୍ଡିଆ ମଧ୍ୟ 6ଟି ୱିକେଟ ହରାଇଥିଲା ।

ୱେଷ୍ଟଇଣ୍ଡିଜ ବୋଲରଙ୍କ ମଧ୍ୟ ବୋଲିଂ ଅନୂକୁଳ ପିଚରୁ ଫାଇଦା ଉଠାଇଥିଲେ । ତେବେ ରୋହିତ ଶର୍ମା 24, କୋହଲି 19, ମନିଷ ପାଣ୍ଡେ 19 ରନ ଯୋଗଦାନ କରି ବିଜୟର ନିକଟବର୍ତ୍ତୀ କରାଇଥିଲେ । ସମାନ ପିଚରେ 2ୟ ଟି20 ମ୍ୟାଚ ମଧ୍ୟ ଖେଳାଯିବ । ସେଥିପାଇଁ ଏହି ମ୍ୟାଚକୁ ଜିତି ଆଗୁଆ ସିରିଜ କବ୍ଜା କରିବା ଲକ୍ଷ୍ୟରେ ବିରାଟ ବାହୀନି ପଡିଆକୁ ଓହ୍ଲାଇବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.