ETV Bharat / sports

ଧୋନି-ସାକ୍ଷୀ, କାହିଁକି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଏହି କ୍ରିକେଟ ଦମ୍ପତ୍ତି ?

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ପସନ୍ଦ କରିନଥାନ୍ତି । ତଥାପି ଭାରତରେ କ୍ରିକେଟର ଦମ୍ପତ୍ତି ଭାବେ ଧୋନି ଓ ପତ୍ନୀ ସାକ୍ଷୀଙ୍କ ବିଷୟରେ ସର୍ବାଧିକ ଚର୍ଚ୍ଚା ହୋଇଥାଏ ।

author img

By

Published : Jul 4, 2020, 12:37 PM IST

Why MS Dhoni and Sakshi remain the most talked-about cricket couple
ଧୋନି-ସାକ୍ଷୀ, କାହିଁକି ସର୍ବାଧିକ ଚର୍ଚ୍ଚାରେ ରହିଥାନ୍ତି ଏହି କ୍ରିକେଟ ଦମ୍ପତ୍ତି ?

ହାଇଦ୍ରାବାଦ:ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ପସନ୍ଦ କରିନଥାନ୍ତି । ତଥାପି ଭାରତରେ କ୍ରିକେଟର ଦମ୍ପତ୍ତି ଭାବେ ଧୋନି ଓ ପତ୍ନୀ ସାକ୍ଷୀଙ୍କ ବିଷୟରେ ସର୍ବାଧିକ ଚର୍ଚ୍ଚା ହୋଇଥାଏ । ଭାରତରେ କ୍ରିକେଟ ଏକ ଧର୍ମ ପରି । କ୍ରିକେଟ କ୍ୟାରିୟର ସହ ପସନ୍ଦର କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଫ୍ୟାନ୍ସ ମାନେ ଅନେକ ଉତ୍ସାହିତ ଥାଆନ୍ତି । ତେବେ ଯଦି କୌଣସି କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନ ଘଟଣାବହୁଳ କିମ୍ବା ରୋମାଞ୍ଚକର ଥାଏ, ତେବେ ଏହା ସର୍ବତ୍ର ଚର୍ଚ୍ଚାର ବିଷୟବସ୍ତୁ ପାଲଟିଯାଏ ।

Why MS Dhoni and Sakshi remain the most talked-about cricket couple
ପତ୍ନୀ ସାକ୍ଷୀଙ୍କ ସହ ମହେନ୍ଦ୍ର ସିଂହ ଧୋନି

ମାତ୍ର ଧୋନି ଏବଂ ସାକ୍ଷୀ କେବେ ଗଣମାଧ୍ୟମ ସାମ୍ନାରେ କିମ୍ବା ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁନଥିବା ଦେଖାଯାଇଛି । ବୋଧହୁଏ ଏହି କାରଣ ପାଇଁ, ବିବାହର 10 ବର୍ଷ ପରେ ମଧ୍ୟ ଫ୍ୟାନ୍ସମାନେ ଉଭୟଙ୍କ ପ୍ରେମ ଜୀବନ ଉପରେ ଜାଣିବାକୁ ତଦନ୍ତ କରନ୍ତି । ଭାରତରେ ଅନେକ ପ୍ରଭାବଶାଳୀ କ୍ରିକେଟ ଦମ୍ପତ୍ତି ଅଛନ୍ତି । ମାତ୍ର ଧୋନିଙ୍କ ଜୀବନ କାହାଣୀ ପରି ସବୁ କାହାଣୀ ନୁହେଁ । ଏହି କାରଣ ପାଇଁ ହୁଏତ ଗଣମାଧ୍ୟମ ଓ ଫ୍ୟାନ୍ସଙ୍କୁ ଧୋନି ଓ ସାକ୍ଷୀଙ୍କ ଜୀବନୀକୁ ନେଇ ଜାଣିବାକୁ ଉତ୍ସାହର କାରଣ ହୋଇଥାଏ ।

କଣ ଏକ ବଲିଉଡ ଲଭଷ୍ଟୋରୀ ?

ଭାରତରେ କ୍ରିକେଟ ଓ ବଲିଉଡ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି । ବେଶ ପାଖାପାଖି । ଏପରିସ୍ଥିତିରେ ଯଦି ଜଣେ କ୍ରିକେଟର ଓ ବଲିଉଡ ଷ୍ଟାରଙ୍କୁ ଏକାଠି ଦେଖିବାକୁ ମିଳେ, ତେବେ ଏହା ଚର୍ଚ୍ଚାର ବିଷୟ ପାଲଟିଯାଏ ।

ଧୋନିଙ୍କ ଜୀବନରେ ମଧ୍ୟ ଏକାଧିକ ଷ୍ଟାରଙ୍କୁ ନେଇ ଗୁଜବ ପ୍ରଚାରିତ ହୋଇଛି । ଧୋନି ବି-ଟାଉନର ଷ୍ଟାରଙ୍କୁ ନିଜର ଜୀବନସାଥୀ ବାଛିନାହାନ୍ତି ସତ, ମାତ୍ର ସାକ୍ଷୀଙ୍କ ସହ ବିବାହ ବଲିଉଟ ରୋମାନ୍ସର ଏକ ସୁପରହିଟ୍ କାହାଣୀ ପରି ହୋଇଛି।

ତେବେ ରିପୋର୍ଟ ଅନୁଯାୟୀ, ସାକ୍ଷୀ ପଢୁଥିବା ସ୍କୁଲରେ ଧୋନି ତାଙ୍କର ସିନିୟର ଥିଲେ । ଉଭୟଙ୍କ ପିତା ଏକାଠି କାମ କରୁଥିଲେ । ଛୋଟବେଳୁ ଉଭୟ ଉଭୟଙ୍କର ପ୍ରେମରାଇଜର ପ୍ରିୟତମ ଥିଲେ । ମାତ୍ର ସାକ୍ଷୀଙ୍କ ପିତାଙ୍କ ଚାକିରୀ ଯୋଗୁଁ ଅଲଗା ହୋଇଥିଲେ ।

ଏହାପରେ ବର୍ଷ 2007ରେ କୋଲକାତାରେ, ଜଣେ ମଧ୍ୟସ୍ଥି ବନ୍ଧୁ(ଉଭୟଙ୍କ ବନ୍ଧୁ)ଙ୍କ ଜରିଆରେ ଧୋନି ଓ ସାକ୍ଷୀ ପରସ୍ପରକୁ ଭେଟନ୍ତି । ମେନ ଇନ ବ୍ଳୁ ଯେଉଁ ହୋଟେଲରେ ରହୁଥିଲେ, ସମାନ ହୋଟେଲରେ ସାକ୍ଷୀ ଜଣେ ଇଣ୍ଟର୍ନ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ଧୋନି ହୋଟେଲ ମ୍ୟାନେଜରଙ୍କୁ ସାକ୍ଷୀଙ୍କ ନମ୍ବର ମାଗିଥିଲେ ବୋଲି ବିଶ୍ବାାସ କରାଯାଏ । ଯେବେ ଧୋନି ମେସେଜ କଲେ, ସାକ୍ଷୀ ଏହାକୁ ମଜାକ ବୋଲି ଭାବିଥିଲେ । ଏହାପରେ 2008ରୁ ଉଭୟଙ୍କୁ ପ୍ରେମ କରିବା ଆରମ୍ଭ କଲେ, ଏବଂ ପରେ 2010ରେ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.