ETV Bharat / sports

2011 ବିଶ୍ବକପ ବିଜେତା ଟିମ ଇଣ୍ଡିଆ ଏବେ କେଉଁଠି ?

2011 ବିଶ୍ବକପ ବିଜୟର ସାକ୍ଷୀ ହୋଇଥିଲେ ଭାରତର 11 ଜଣ ଖେଳାଳି । ଅନୁଭବ କରିଥିଲେ 28 ବର୍ଷ ପରେ ବିଶ୍ବକପ ବିଜୟର ଆନନ୍ଦ । ତେବେ ଏବେ ସେ ଖେଳାଳି ମାନେ କେଉଁଠି? ଆସନ୍ତୁ ଜାଣିବା ।

author img

By

Published : May 21, 2019, 3:18 AM IST

Updated : May 21, 2019, 5:32 AM IST

ଫଟୋ ସୌଜନ୍ୟ: ସୌସିଆଲ ମିଡିଆ/ ଟ୍ୱିଟର@BCCI

ମୁମ୍ବାଇ: 1975 ରୁ 2015 । 11ଟି କ୍ରିକେଟ ବିଶ୍ବକପ ଏଯାବତ ଖେଳାସରିଛି । ସେଥିରୁ ଭାରତ ଦୁଇଥର ଚମ୍ପିଆନ ହୋଇଛି । ପ୍ରଥମ କରି 1983ରେ କପିଲ ଦେବଙ୍କ ନେତୃତ୍ବରେ ଭାରତ ହୋଇଥିଲା ଚମ୍ପିଆନ । ଦୀର୍ଘ 23 ବର୍ଷର ଅପେକ୍ଷା ପରେ 2011ରେ ଦ୍ବିତୀୟ ଥର ବିଶ୍ବକପ ବିଜେତା ହେଲା ଟିମ ଇଣ୍ଡିଆ ।

ଦଳରେ ଥିଲେ ସଚିନ, ସେହ୍ବାଗ, ଗମ୍ଭୀର, ଯୁବି, ଜାହିର, ହରଭଜନ, ଶ୍ରିଶାନ୍ତ, ମୁନାଫ, ରୈନା, ପିୟୁଷ, ଧୋନୀ ଓ କୋହଲି ପରି ଖେଳାଳି । କେବଳ ଧୋନୀ ଓ କୋହଲି 2019 ବିଶ୍ବକପ ପାଇଁ ଘୋଷଣା ହୋଇଥିବା ଦଳରେ ଅଛନ୍ତି । ତେବେ ଅନ୍ୟ ଖେଳାଳି ଏବେ କେଉଁଠି ଆସନ୍ତୁ ନଜର ପକାଇବା ।

ସଚିନ ତେନ୍ଦୁଲକର:
2011 ସଚିନଙ୍କ ବିଶ୍ବକପ ଜିତିବାର ବହୁ ପ୍ରତୀକ୍ଷିତ ସ୍ବପ୍ନ ସଫଳ ହେଲା । 2013 ନଭେମ୍ବର ପର୍ଯ୍ୟନ୍ତ ସଚିନ ଜାରି ରଖିଥିଲେ ଖେଳ । ଆଉ ଶେଷରେ ଦିନିକିଆ ଓ ଟେଷ୍ଟରେ ସର୍ବାଧିକ ରନ ସ୍କୋରର ଭାବେ କ୍ରିକେଟକୁ ବିଦାୟ କହିଥିଲେ । ପରେ ବିସିସିଆଇ ରେ କ୍ରିକେଟ ଆଡଭାଇଜରୀ କମିଟିରେ କାର୍ଯ୍ୟରତ ଅଛନ୍ତି ।

ବିରେନ୍ଦ୍ର ସେହ୍ବାଗ:
2011 ବିଶ୍ବକପ ବିଜୟୀ ଭାରତୀୟ ଦଳର ଓପନର ସେହ୍ବାଗ ଥିଲେ । 3 ଜାନୁୟାରୀ 2013 ରେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ନିଜ 37 ତମ ଜନ୍ମଦିନରେ ସେ କ୍ରିକେଟକୁ ଅଲବିଦା କରିଥିଲେ । ପରେ ଭାଷ୍ୟକାର ଭାବେ ଦାୟିତ୍ବ ତୁଲାଉଛନ୍ତି ।

ଗୌତମ ଗମ୍ଭୀର:
2011 ବିଶ୍ବକପ ଫାଇନାଲରେ ବିଜୟ ଭାଗ ବୋଧହୁଏ ଗମ୍ଭୀଙ୍କ ଥିଲା । 97 ରନ ପାଳି ହିଁ ବିଶ୍ବକପ ଫାଇନାଲରେ ଭାରତର ବିଜୟରୁ ନିଶ୍ଚିନ୍ତ କରିଥିଲା । ପରେ ଘରୋଇ କ୍ରିକେଟରେ ସକ୍ରିୟ ଥିଲେ ଗମ୍ଭୀର । 2ଥର ଆଇପିଏଲ ଟ୍ରଫି ମଧ୍ୟ କେକେଆର ପାଇଁ ଖେଳି ଜିତିଛନ୍ତି । 2016ରେ ଶେଷ ଥର ପାଇଁ ଭାରତୀୟ ଟେଷ୍ଟ ଟିମରେ ତାଙ୍କୁ ସାମିଲ କରାଯାଇଥିଲା । 2018ରେ ଶେଷରେ ସେ କ୍ରିକେଟକୁ ଗୁଡ ବାଏ କହିଲେ । 2019 ନିର୍ବାଚନରେ ସାଧାରଣ ନିର୍ବାଚନରେ ଲଢେଇ କରୁଛନ୍ତି ।

ଯୁବରାଜ ସିଂହ:
2011 ବିଶ୍ବକପର ମ୍ୟାନ ଅଫ ଦି ସିରିଜ ଥିଲେ ଯୁବରାଜ । ମାରାତ୍ମକ କ୍ୟାନସରରେ ପୀଡିତ ହୋଇ ଆମେରିକାରେ 3 ମାସ ଚିକିତ୍ସିତ ହେଲେ । ପରେ ସେ ସୁସ୍ଥ ହୋଇ କ୍ରିକେଟ ପଡିଆକୁ ଫେରିଲେ । କିନ୍ତୁ ଆଗଭଳି ପ୍ରଦର୍ଶନ ରହିବାରୁ ନିୟମିତ ଦଳରେ ସ୍ଥାନ ପାଇଲେ ନାହିଁ । ନିକଟରେ ସରିଥିବା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି ।

ଏସ ଶ୍ରିଶାନ୍ତ:
2011 ବିଶ୍ବକପ ର ଫାଇନାଲ ମ୍ୟାଚ ଶ୍ରିଶାନ୍ତଙ୍କ ଶେଷ ମ୍ୟାଚ ଥିଲା । ଆଇପିଏଲରେ ସ୍ପଟ ଫିକ୍ସିଙ୍ଗ ପାଇଁ ତାଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦ ହେବାକୁ ପଡିଲା ।

ମୁନାଫ ପଟେଲ:
2011 ବିଶ୍ବକପ ଭାରତୀୟ ଟିମର ଅନ୍ୟତମ ବୋଲିଂ ହିରୋ ଥିଲେ ମୁନାଫ । ଦଳରେ ସ୍ଥାନ ନ ମିଳିବାରୁ 2018 ନଭେମ୍ବରରେ ଶେଷରେ ସେ ଅବସର ଘୋଷଣା କରିଥିଲେ ।

ପିୟୁଷ ଚାୱଲା:
ଭାରତ ପାଇଁ ବିଶ୍ବକପରେ ଖେଳିବା ହିଁ ଶେଷ ମ୍ୟାଚ ଥିଲା । ପରେ ସେ ଆଇପିଏଲରେ କେକେଆର ଦଳରୁ ଖେଳୁଛନ୍ତି ।

ୟୁସୁଫ ପଠାନ:
ପଠାନ ମଧ୍ୟ ବିଶ୍ବକପ ପରେ ଭାରତୀୟ ଦଳରେ ଭଲ ପ୍ରଦର୍ଶନ କରିପାରିଲେ ନାହିଁ । ଫଳରେ ଦଳରେ ସ୍ଥାନ ମିଳିଲା ନାହିଁ । ଆଇପିଏଲରେ କେକଆର ପାଇଁ 7ବର୍ଷ ଖେଳିବା ପରେ 2018ଠାରୁ ଏସଆରଏଚ ପାଇଁ ଖେଳୁଛନ୍ତି ।

Intro:Body:Conclusion:
Last Updated : May 21, 2019, 5:32 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.