ETV Bharat / sports

ଇଣ୍ଡିଜ ଟି-20 ଟିମକୁ ଫେରିଲେ ରସେଲ-ପୋଲାର୍ଡ-ନାରିନ - ବ୍ରାଥୱେଟ ଇଣ୍ଡିଜର କ୍ୟାପଟେନ

ଭାରତ ବିପକ୍ଷ ଟି-20 ଶୃଙ୍ଖଳାର ପ୍ରଥମ 2ଟି ମ୍ୟାଚ ପାଇଁ ୱେଷ୍ଟଇଣ୍ଡିଜ 14 ଜଣିଆ ଖେଳାଳୀଙ୍କ ନାମ ଘୋଷଣା କରିଛି । ଅଲରାଉଣ୍ଡର ଆଣ୍ଡ୍ରେ ରସେଲ, କିରନ ପୋଲାର୍ଡ ଓ ସୁନିଲ ନାରିନ ଟି-20 ଦଳକୁ ଫେରିଛନ୍ତି ।

ଡିଜାଇନ ଫଟୋ
author img

By

Published : Jul 23, 2019, 8:29 PM IST

ହାଇଦ୍ରାବାଦ: ଭରତୀୟ ଦଳ ଅଗଷ୍ଟରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଅଗଷ୍ଟ 3ରେ ପ୍ରଥମ ଟି-20 ଫ୍ଲୋରିଡାରେ ଖେଳାଯିବ । ଏହି ଗସ୍ତରେ 3ଟି ଟି-20, 3ଟି ଦିନିକିଆ ଓ 2ଟି ଟେଷ୍ଟ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି ।ସେଥିପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି ।

ଅନ୍ୟପଟେ ୱେଷ୍ଟଇଣ୍ଡିଜ ମଧ୍ୟ 14 ଜଣିଆ ଖେଳାଳୀଙ୍କ ନାମ ଘୋଷଣା କରିଛି । କିରନ ପୋଲାର୍ଡ ଓ ସୁନୀଲ ନାରିନ ଟି-20 ଦଳକୁ ଫେରିଛନ୍ତି । ବିସ୍ପୋରକ ଆଣ୍ଡ୍ରେ ରସେଲଙ୍କ ମଧ୍ୟ ଟି-20 ଦଳରେ ସାମିଲ କରାଯାଇଛି ।ଟି-20ରେ କାର୍ଲୋସ ବ୍ରାଥୱେଟ ଇଣ୍ଡିଜର କ୍ୟାପଟେନ ରହିଛନ୍ତି । ବାମହାତୀ ଓପନର ଜନ କାମ୍ପବେଲ ଓ ସ୍ପିନର ଖାରି ପିରେଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି ।

2020 ଟି-20 ବିଶ୍ବକପକୁ ଆଖିଆଗରେ ରଖି ଦଳ ଚୟନ କରାଯାଇଛି । ପୋଲାର୍ଡ, ନାରିନ ଓ ରସେଲ ପରି ଖେଳାଳି ଫିଟ ରହିଲେ ଅଧିକ ମ୍ୟାଚରେ ଖେଳାଯିବ । କାରଣ ବିଶ୍ବର ଭିନ୍ନଭିନ୍ନ ଟି-20 ଲିଗରେ ଏହା ଖେଳାଳି ଖେଳୁଛନ୍ତି । ଏହି ଅଭିଜ୍ଞ ଖେଳାଳିଙ୍କୁ ଟି-20 ବିଶ୍ବକପ ପାଇଁ ପ୍ରସ୍ତୁତି କରିବାକୁ ହେବ ବୋଲି ଇଣ୍ଡିଜ ଚୟନକର୍ତ୍ତା କମିଟିର ଚେୟାର ମ୍ୟାନ ରବର୍ଟ ହେନିସ କହିଛନ୍ତି ।

ୱେଷ୍ଟଇଣ୍ଡିଜ ଦଳ:
ଜନ କାମ୍ପୱେଲ, ଇଭିନ ଲିୱିସ, ସିମ୍ରନ ହେଟମେୟର, ନିକୋଲାସ ପୁରୋନ, କିରୋନ ପୋଲାର୍ଡ, ରଭମାନ ପାୱେଲ, କାର୍ଲସ ବ୍ରାଥୱେଟ(କ୍ୟାପଟେନ), କିମା ପଲ, ସୁନିଲ ନାରିନ, ସେଲଡନ କଟ୍ରେଲ, ଓସାନେ ଥୋମାସ, ଆନ୍ଥୋନି ବ୍ରାମ୍ବଲେ, ଆଣ୍ଡ୍ରେ ରସେଲ, ଖେରି ପିରେ ।

Intro:Body:

123

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.