ଲଣ୍ଡନ: ବ୍ୟାଟିଂ କିମ୍ବଦନ୍ତୀ ବ୍ରାଏନ ଲାରା ୱେଷ୍ଟଇଣ୍ଡିଜ ଟିମକୁ ନେଇ ରଖିଛନ୍ତି ବଡ ବୟାନ । ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ ଦୁର୍ବଳ ବୋଲି ପରୋକ୍ଷରେ କହିଛନ୍ତି ଲାରା । 5ଦିନ ପର୍ଯ୍ୟନ୍ତ ଟିମ ଲଢେଇ କରିପାରିବ ନାହିଁ ବୋଲି ସେ କହିଛନ୍ତି । ଆଗାମୀ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜକୁ ରକ୍ଷଣାତ୍ମକ କ୍ରିକେଟ ଖେଳିବାକୁ ହେବ ବୋଲି ଲାରା ମତ ଦେଇଛନ୍ତି ।
ବୋଲିଂ ବିଭାଗ ଶକ୍ତିଶାଳୀ ରହିଛି । ମାତ୍ର ବ୍ୟାଟିଂରେ ସାମାନ୍ୟ ଦୁର୍ବଳ ରହିଥିବା କହିଛନ୍ତି, 51ବର୍ଷୀୟ ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ।
ଏହି ସିରିଜ ସଂପୂର୍ଣ୍ଣ ଜୈବ ସୁରକ୍ଷିତ ପରିବେଶରେ ଖେଳାଯିବ । ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜରୁ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବ । ସେଥିପାଇଁ ଏହି ସିରିଜ ଉପରେ ସମସ୍ତଙ୍କ ନଜର ରହିଛି ।