ETV Bharat / sports

ଆଇପିଏଲ 2020: ମ୍ୟାଚ ପରେ ହାରିବା କାରଣର ଖୁଲାସା କଲେ ରୟାଲ୍ସ ଅଧିନାୟକ ସ୍ମିଥ

author img

By

Published : Nov 2, 2020, 1:03 PM IST

ପରାଜୟ ପରେ ସ୍ମିଥ କହିଛନ୍ତି ଯେ, କ୍ରମାଗତ ଭାବେ ଓ୍ବିକେଟ ହରାଇବା କାରଣରୁ କେକେଆର ବିପକ୍ଷରେ ହାରିଲୁ ।

ଆଇପିଏଲ 2020: ମ୍ୟାଚ ପରେ ହାରିବା କାରଣର  ଖୁଲାସା କେଲେ ଅଧିନାୟକ ସ୍ମିଥ ରୟାଲ୍ସ

ଦୁବାଇ: ଲିଗ୍‌ର 54ତମ ମ୍ୟାଚରେ ପାଟ୍‌ କମିନ୍ସଙ୍କ ଧୂଆଁଦାର ବୋଲିଂରେ 60ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଲା କେକେଆର । ଏହି ପରାଜୟ ପରେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ସ୍ମିଥଙ୍କ ରୟାଲ୍ସ । ପ୍ଲେଅଫ୍‌ ରେସ୍‌ରେ ରହିବାକୁ ହେଲେ ରାଜସ୍ଥାନକୁ ଏହି ମ୍ୟାଚ ଜିତିବା ଜରୁରୀ ଥିଲା ।

ତେବେ ଏହି ପରାଜୟ ପରେ ସ୍ମିଥ କହିଛନ୍ତି ଯେ, କ୍ରମାଗତ ଭାବେ ଓ୍ବିକେଟ ହରାଇବା କାରଣରୁ କେକେଆର ବିପକ୍ଷରେ ହାରିଲୁ ।

ମ୍ୟାଚ ପରେ ଷ୍ଟିଭ ସ୍ମିଥ କହିଛନ୍ତି ଯେ, ପାଓ୍ବାର ପ୍ଲେରେ 4ଟି ଓ୍ବିକେଟ ହରାଇବା ପରେ ମ୍ୟାଚକୁ ନିଜ ଆୟତ୍ତକୁ ଆଣିବା ଆମ ପାଇଁ କଷ୍ଟଦାୟକ ଥିଲା । ଆମେ ବହୁତ ଆରମ୍ଭ ଭଲ କରିଥିଲୁ । କିନ୍ତୁ ପରେ ଓ୍ବିକେଟ ଆମର ଖସିଥିଲା । ଟୁର୍ଣ୍ଣାମେଣ୍ଟର ଅନ୍ତ ବେଶ୍‌ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ଏହି ଲିଗ୍‌ରେ ଆରମ୍ଭ ଭଲ କରିଥିଲୁ ଓ ପୂର୍ବ 2ଟି ମ୍ୟାଚ ବି ଜିତିଥିଲୁ । କିନ୍ତୁ ଲିଗ୍‌ର ମଧ୍ୟକ୍ରମରେ ଆମେ ଲୟ ହରାଇଥିଲୁ ।

ସ୍ମିଥ ଟୁର୍ଣ୍ଣାମେଣ୍ଟରେ ସାନଦାର ପ୍ରଦର୍ଶନ କରିଥିବା ଆର୍ଚର ଓ ଅଲରାଉଣ୍ଡର ରାହୁଲ ତେୱତିଆଙ୍କ ତାରିଫ କରିଥିଲେ । ସେ କହିଥିଲେ ଯେ, ଜୋଫ୍ରା ପ୍ରାୟ ସମସ୍ତ ମ୍ୟାଚରେ ସାନଦାର ପ୍ରଦର୍ଶନ କରିଛନ୍ତି । ତେଓ୍ବତିଆ ପୂରା ଟୁର୍ଣ୍ଣାମେଣ୍ଟରେ ଭଲ ଖେଳିଥିଲେ ହେଲେ ତାଙ୍କ ସହ ଯୋଗଦାନ କେହି କରି ପାରିଲେ ନାହିଁ ।

ଆର୍ଚର 14ଟି ମ୍ୟାଚରେ 20 ଓ୍ବିକେଟ ହାତେଇଥିଲେ ଓ ଅଲରାଉଣ୍ଡର ରାହୁଲ 14ଟି ମ୍ୟାଚରେ 10ଟି ଓ୍ବିକେଟ ହାସଲ କରିଥିବାବେଳେ 255ରନ ସଂଗ୍ରହ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.