ହାଇଦ୍ରାବାଦ: କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଲକଡାଉନ ସହ କ୍ରୀଡାଜଗତ ସ୍ଥିର ରହିଛି । ଏପରି ସମୟରେ ଅନେକ କ୍ରୀଡାବିତ ସୋସିଆଲ ମିଡିଆରେ ସମୟ କାଟୁଥିବା ନଜର ଆସିଛି । ଏଥିସହିତ ନିଜ ଘରେ ମଜାଳିଆ ଚ୍ୟାଲେଞ୍ଜମାନ ଗ୍ରହଣ କରି ପ୍ରଶଂସକଙ୍କୁ ମନୋରଞ୍ଜନ କରାଉଥିବା ଦେଖିବାକୁ ମିଳିଛି ।
-
Chipping practice....Inspired by a link to @crossy16 pic.twitter.com/8LAJ8EjECS
— Shaun Pollock (@7polly7) April 11, 2020 " class="align-text-top noRightClick twitterSection" data="
">Chipping practice....Inspired by a link to @crossy16 pic.twitter.com/8LAJ8EjECS
— Shaun Pollock (@7polly7) April 11, 2020Chipping practice....Inspired by a link to @crossy16 pic.twitter.com/8LAJ8EjECS
— Shaun Pollock (@7polly7) April 11, 2020
ଏହି କ୍ରମରେ ସାମିଲ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ସନ ପଲକ । ଘରେ ଏକ ଦମଦାର ଗଲ୍ଫ ସଟ ଖେଳୁଥିବାର ଏକ ଭିଡିଓ ସେୟାର କରିଛନ୍ତି ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ସନ ପଲକ । ତେବେ ଏହି ଗୋଲ୍ପ ଟ୍ରିକ ସଟ ପରେ ଏହି ଭେଟେରାନ କ୍ରିକେଟର ମାଥ୍ୟୁ କ୍ରମଙ୍କ ଠାରୁ ଏହି ଚ୍ୟାାଲେଞ୍ଚ ଗ୍ରହଣ କରିଥିବା ଖୁଲାସା କରିଛନ୍ତି ।
ସନ ପଲକ ଦକ୍ଷି ଆଫ୍ରିକା ପକ୍ଷରୁ 423ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଏଥିସହିତ 829 ୱିକେଟ ଓ 7000 ରନ ମଧ୍ୟ ଏହି ଭେଟେରେନ ଅଲରାଉଣ୍ଡରଙ୍କ ନାମରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ