ETV Bharat / sports

ଜେମିମାଙ୍କ କଣ୍ଠରେ ଓଲ୍ଡ ସଙ୍ଗ, ବିସିସିଆଇ କଲା ମ୍ୟୁଜିକ ସେୟାର

author img

By

Published : May 25, 2020, 12:37 AM IST

ଭାରତୀୟ କ୍ରିକେଟ ଟିମର ମହିଳା ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗେଜଙ୍କ ଏକ ନୂଆ ପ୍ରତିଭା ସାମ୍ନାକୁ ଆସିଛି । ହାତରେ ଗିଟାର ଧରିକି ନିଖୁଣ ଭାବରେ ବଜେଇବା ସହ ବଲିଉଡର ଲୋକପ୍ରିୟ ଗୀତ ଗାଉଥିବାର ଦେଖିବାକୁ ମିଳିଛି ।

ଜେମିମାଙ୍କ କଣ୍ଠରେ ଓଲ୍ଡ ସଙ୍ଗ, ବିସିସିଆଇ କଲା ମ୍ୟୁଜିକ ସେୟାରଜେମିମାଙ୍କ କଣ୍ଠରେ ଓଲ୍ଡ ସଙ୍ଗ, ବିସିସିଆଇ କଲା ମ୍ୟୁଜିକ ସେୟାର
ଜେମିମାଙ୍କ କଣ୍ଠରେ ଓଲ୍ଡ ସଙ୍ଗ, ବିସିସିଆଇ କଲା ମ୍ୟୁଜିକ ସେୟାର

ମୁମ୍ବାଇ: କୋରୋନା ଭାଇରାସ ଯୋଗୁଁ ଭାରତରେ ଲକଡାଉନର 4ର୍ଥ ପର୍ଯ୍ୟାୟ ଜାରି ରହିଛି । ଏହି ସମୟରେ ଭାରତୀୟ କ୍ରିକେଟ ଟିମର ମହିଳା ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗେଜଙ୍କ ଏକ ନୂଆ ପ୍ରତିଭା ସାମ୍ନାକୁ ଆସିଛି । ଷ୍ଟାଡିୟମରେ ହାତରେ ବ୍ୟାଟରେ ଛକା ଯେପରି ମାରିଥାନ୍ତି ଆଜି ସେହି ହାତରେ ଗିଟାର ଧରିକି ନିଖୁଣ ଭାବରେ ବଜାଇଥିବାର ଦେଖିବାକୁ ମିଳିଛି ।

କ୍ରିକେଟର ଜେମିମା ଗୀତ ମାଧ୍ୟମରେ ଫ୍ୟାନ୍ସଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଏହି ଭିଡିଓକୁ ବିସିସିଆଇ ନିଜର ଟ୍ବିଟରରେ ସେୟାର କରିଛି ।

ସେହି ଭିଡିଓରେ ବଲିଉଡର ଲୋକପ୍ରିୟ ଗୀତ ଚାନ୍ଦ ସା ରୋଶନ ଚେହେରା, ଆଜ କଲ ତେରେ ମେରେ ପ୍ୟାର କେ ଚର୍ଚ୍ଚା, ହେ ଅପନା ଦିନ ଆଓ୍ବାରା ଓ ୟେ ଦୋସ୍ତି ହମ ନେ ହିଁ ତୋଡେଙ୍ଗେ ଗାଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ଶେଷରେ ସମସ୍ତଙ୍କୁ ଘରେ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁର ବାର୍ତ୍ତା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.