ETV Bharat / sports

କିମ୍ବଦନ୍ତୀ ପାକିସ୍ତାନୀ ବୋଲରଙ୍କୁ ଅପମାନ - pakistan bowler

ପେସ୍ ବୋଲର ୱାସିମ୍ ଆକ୍ରାମ ସ୍ଥାନୀୟ ମାଞ୍ଚେଷ୍ଟର ଏୟାରପୋର୍ଟରେ ଅପମାନିତ । ବ୍ୟାଗରେ ଥିବା ଇନସୁଲିନ୍‌ ପାଇଁ ତାଙ୍କୁ ଏୟାରପୋର୍ଟ କର୍ତ୍ତୃପକ୍ଷ ହଇରାଣ କରିଥିବା ସୂଚନା ।

ଡିଜାଇନ ଫଟୋ
author img

By

Published : Jul 23, 2019, 9:30 PM IST

ହାଇଦ୍ରାବାଦ: ପାକିସ୍ତାନର କିମ୍ବଦନ୍ତୀ ପେସ୍ ବୋଲର ୱାସିମ୍ ଆକ୍ରାମ ସ୍ଥାନୀୟ ମାଞ୍ଚେଷ୍ଟର ଏୟାରପୋର୍ଟରେ ଅପମାନିତ ହୋଇଥିବା ସାମ୍ନାକୁ ଆସିଛି । ସେ ନିଜ ଟ୍ବିଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ତାଙ୍କ ବ୍ୟାଗରେ ଥିବା ଇନସୁଲିନ୍‌ ପାଇଁ ତାଙ୍କୁ ଏୟାରପୋର୍ଟ କତୃପକ୍ଷ ହଇରାଣ କରିଥିବା ସେ ସୂଚନା ଦେଇଛନ୍ତି ।

Wasim Akram humiliated
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଘଟଣାଟି ଏମିତି, ସେ ମାଞ୍ଚେଷ୍ଟର ଏୟାରପୋର୍ଟରୁ ଯାତ୍ର କରୁଥିବା ସମୟରେ ତାଙ୍କ ବ୍ୟାଗରେ ଥିବା ଇନସୁଲିନକୁ କୋଲ୍ଡ କେସରୁ ବାହର କରି ଏକ ପ୍ଲାଷ୍ଟିକ୍ ବ୍ୟାଗରେ ରଖିବା ପାଇଁ ତାଙ୍କୁ କୁହାଯାଇଥିଲା । ତେବେ ଏନେଇ ସେ ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇ ଦୁଖଃ ପ୍ରକାଶ କରିଛନ୍ତି ।

ସେ ଲେଖିଛନ୍ତି, ମାଞ୍ଚେଷ୍ଟର ଏୟାରପୋର୍ଟରେ ଆଜି ମୋ ମନ ଭାଙ୍ଗି ଯାଇଛି । ମୁଁ ଇନସୁଲିନ୍ ସହ ପୁରା ଦୁନିଆ ଯାତ୍ରା କରୁଛି । କିନ୍ତୁ ଏଥିପାଇଁ ମୁଁ କେବେ ଅସୁବିଧାରେ ପଡିନି । ମାତ୍ର ଆଜି ମୋ ସହ ଯାହା କରାଗଲା ଏହା ମୋତେ ଖୁବ ଦୁଃଖ ଦେଇଛି । ଏୟାରପୋର୍ଟରେ ମୋ ସହ ବହୁତ କଠୋର ଭାବେ ବ୍ୟବହାର କରାଯାଇଛି ଏବଂ ସାର୍ବଜନୀନ ଭାବେ ମୋ ଇନସୁଲିନକୁ କୋଲ୍ଡ କେସରୁ ବାହାର କରି ପ୍ଲାଷ୍ଟିକ୍ ବ୍ୟାଗରେ ରଖାଗଲା । ଏହା ମୋତେ ବହୁ୍ତ ଆଘାତ ଦେଇଛି।”

ତେବେ ଏହି ବାମହାତୀ ବୋଲର ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ରହି ସାରିଛନ୍ତି । ସେ ନିଜ କ୍ୟାରିଅରରେ 104ଟି ଟେଷ୍ଟ ମ୍ୟାଚ ଖେଳି 414ଟି ୱିକେଟ୍‌ ନେଇଛନ୍ତି । ସେହିପରି ଆକ୍ରମ 356ଟି ଦିନିକିଆରୁ 502ଟି ୱିକେଟ ହାତେଇଛନ୍ତି । ଏଥି ସହିତ ସଦ୍ୟସମାପ୍ତ ଆଇସିସି ବିଶ୍ବକପ 2019ର ଭାଷ୍ୟାକାର ମଧ୍ୟ ରହିଥିଲେ ଆକ୍ରମ ।

Intro:Body:

5

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.