ETV Bharat / sports

ବୁମରାଙ୍କୁ ବିଶ୍ରାମ ପରାମର୍ଶ ଦେଲେ ୱାସିମ ଆକ୍ରମ, କାହିଁକି ଜାଣନ୍ତୁ...

author img

By

Published : May 11, 2020, 11:30 AM IST

ଟିମ ଇଣ୍ଡିଆ ସ୍ପିଡଷ୍ଟାର ଜଶପ୍ରୀତ ବୁମରାଙ୍କୁ ପାକିସ୍ତାନର ମହାନ ବୋଲର ୱାସିମ ଆକ୍ରମ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଭାଷ୍ୟକାର ଆକାଶ ଚୋପ୍ରାଙ୍କ ଆକାଶବାଣୀ କାର୍ଯ୍ୟକ୍ରମରେ ବୁମରାଙ୍କୁ ବିଶ୍ରାମ ନେବାପାଇଁ କହିଛନ୍ତି ଆକ୍ରମ । ଅଧିକ ପଢନ୍ତୁ...

Wasim Akram advices Jasprit bumrah 'to rest over county cricket'
ବୁମ୍ରାଙ୍କୁ ବିଶ୍ରାମ ପରାମର୍ଶ ଦେଲେ ୱାସିମ ଆକ୍ରମ, କାହିଁକି ଜାଣନ୍ତୁ

ହାଇଦ୍ରାବାଦ: ଟିମ ଇଣ୍ଡିଆ ସ୍ପିଡଷ୍ଟାର ଜଶପ୍ରୀତ ବୁମରାଙ୍କୁ ପାକିସ୍ତାନର ମହାନ ବୋଲର ୱାସିମ ଆକ୍ରମ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଭାଷ୍ୟକାର ଆକାଶ ଚୋପ୍ରାଙ୍କ ଆକାଶବାଣୀ କାର୍ଯ୍ୟକ୍ରମରେ ବୁମରାଙ୍କୁ ବିଶ୍ରାମ ନେବାପାଇଁ କହିଛନ୍ତି ଆକ୍ରମ । ତେବେ ଏହି ବିଶ୍ରାମ ଅନ୍ତର୍ଜାତୀୟ କ୍ରିକେଟ ଚାଲୁ ରହିଥିବା ସମୟରେ ନୁହେଁ । ବରଂ ଜାତୀୟ ଟିମର କୌଣସି ମ୍ୟାଚ ସୂଚୀ ନଥିବାବେଳେ ।

ଆକ୍ରମ କହିଛନ୍ତି ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳି ଅନେକ କିଛି ଅଭିଜ୍ଞତା ହାସଲ କରିଛନ୍ତି। 6ମାସ ପାକିସ୍ତାନ ପାଇଁ ଓ ଅନ୍ୟ 6ମାସ କାଉଣ୍ଟି କ୍ରିକେଟ କ୍ଳବ ଲାନକାସୟର ପାଇଁ ଖେଳନ୍ତି । ସେତେବେଳେ ଏତେ ସଂଖ୍ୟକ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉନଥିଲା । ସେଥିପାଇଁ ତାଙ୍କପକ୍ଷେ ଏହା ସମ୍ଭବ ହେଉଥିଲା ।

ମାତ୍ର ବର୍ତ୍ତମାାନର ସମୟ ଭିନ୍ନ । ଭାରତୀୟ ଦଳ ବିଶ୍ବତମାମ ବର୍ଷର ସବୁ ସମୟରେ କ୍ରିକେଟ ଖେଳିବାରେ ବ୍ୟସ୍ତ ରହୁଛି । ବୁମରା ଭାରତୀୟ ଦଳର ପ୍ରମୁଖ ବୋଲର ରହିଛନ୍ତି । ବର୍ତ୍ତମାନ ସମୟର ବିଶ୍ବକ୍ରିକେଟରେ ଅନ୍ୟତମ ଶ୍ରେଷ୍ଠ ବୋଲର ମଧ୍ୟ ରହିଛନ୍ତି । ସେଥିପାଇଁ ଅନ୍ତର୍ଜାତୀୟ ମ୍ୟାଚ ନଥିବାବେଳେ, ବୁମରା କାଉଣ୍ଟି କ୍ରିକେଟ ନଖେଳି ବିଶ୍ରାମ ନେବା ଉଚିତ । ଫଳରେ ସେ ପୁଣି ସକରାତ୍ମକ ମନୋବଳ ସହ ଟିମପାଇଁ ପ୍ରଭାବି ପ୍ରଦର୍ଶନ କରିାପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.