ମୁମ୍ବାଇ: ଭାରତୀୟ ୱିକେଟ କିପରଙ୍କୁ ନେଇ ଏକ ମଜାଦାର ପୋଷ୍ଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ବିଜୟ ହାସଲ କରିବା ପରେ କିଛି କ୍ରିକେଟରଙ୍କ ସହ ଏକ ଫୋଟୁ ସେୟାର କରିଥିଲେ ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ। ଏହି ଫଟୋରେ କେଏଲ ରାହୁଲ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପୁଅ ଅଗସ୍ତ୍ୟାକୁ ଧରିଥିବା ଦେଖି ଟ୍ରୋଲ କରିଛନ୍ତି ୱାସିମ ଜାଫର।
-
See KL holding baby Agastya there. Indian WK bats are always reliable babysitters 😉 #INDvsENG https://t.co/3PCrEuepTh
— Wasim Jaffer (@WasimJaffer14) March 24, 2021 " class="align-text-top noRightClick twitterSection" data="
">See KL holding baby Agastya there. Indian WK bats are always reliable babysitters 😉 #INDvsENG https://t.co/3PCrEuepTh
— Wasim Jaffer (@WasimJaffer14) March 24, 2021See KL holding baby Agastya there. Indian WK bats are always reliable babysitters 😉 #INDvsENG https://t.co/3PCrEuepTh
— Wasim Jaffer (@WasimJaffer14) March 24, 2021
ୱାସିମ ଜାଫର ଟ୍ବଟ୍ କରି ଲେଖିଛନ୍ତି ଯେ, "ଦେଖନ୍ତୁ କେଏଲ ରାହୁଲ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ପୁଅ ଅଗସ୍ତ୍ୟାକୁ ଧରିଛନ୍ତି। ଭାରତୀୟ ୱିକେଟକିପର ସବୁବେଳେ ଜଣେ ନିର୍ଭର ଯୋଗ୍ୟ ବେବି ସିଟର।"
2018-19 ଭାରତର ଅଷ୍ଟ୍ରେଲିଆ ଗସ୍ତ ବେଳେ ଟେଷ୍ଟ ସିରିଜରେ ବେବି ସିଟର ସ୍ଲେଜିଂର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍ ଓ ଭାରତୀୟ ୱିକେଟ କିପର ଋଷଭ ପନ୍ତ ପରସ୍ପର ବେବି ସିଟରକୁ ନେଇ ସ୍ଲେଜିଂ କରିଥିଲେ। ଋଷଭ ପନ୍ତ ବ୍ୟାଟିଂ କରୁଥିବା ସମୟରେ ଟିମ ତାଙ୍କ ପିଲାଙ୍କୁ ବେବୀ ସିଟ କରାଇବାକୁ କହି ସ୍ଲେଜିଂ କରିଥିଲେ। ଷ୍ଟମ୍ପ ମାଇକରେ ଏହା ସ୍ପଷ୍ଟ ଭାବରେ ଶୁଣାଯାଇଥିଲା।
ତେବେ ଟେଷ୍ଟ ମ୍ୟାଚ ସିରିଜ ପରେ ଋଷଭ ପନ୍ତ ଟିମ ପେନଙ୍କ ଘରକୁ ଯାଇ ତାଙ୍କ ପିଲାମାନଙ୍କ ସହ ସମୟ ବିତାଇବା ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଏହି ସିରିଜରେ ବେବୀ ସିଟର ସ୍ଲେଜିଂ କୌତୁହଳର ବିଷୟ ପାଲିଟିଥିଲା। ଏହାକୁ ୱାସିମ ଜାଫର ପୁନଃ ସେହି ସ୍ଲେଜିଂକୁ ମଜାରେ ମନେ ପକାଇ ଦେଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ