ETV Bharat / sports

କ୍ରିକେଟ ଖେଳକୁ ମିସ୍ କରୁଛନ୍ତି ହିଟ୍ ମ୍ୟାନ

author img

By

Published : Mar 27, 2020, 8:23 AM IST

ନିଶ୍ଚିତ ଭାବେ ଖେଳକୁ ମିସ୍‌ କରୁଛି । ମୁଁ 2ମାସ ହେଲା ଆହତ ଥିଲି ଓ ଏବେ ଖେଳିବାକୁ ବେଶ୍‌ ଉତ୍ସାହିତ ଅଛି । ଯେତେବେଳେ ମତେ ଜଣା ପଡିଲା ସବୁ ଇଭେଣ୍ଟ ସ୍ଥଗିତ ହୋଇଯାଇଛି ଦୁଃଖ ଲାଗିଲା । ଏପରି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ହିଟ ମ୍ୟାନ ରୋହିତ ଶର୍ମା ।

rohit-sharma
କ୍ରିକେଟ ଖେଳକୁ ମିସ କରୁଛି: ରୋହିତ

ମୁମ୍ବାଇ: 21 ଦିନ ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଅନ୍ୟ ଭାରତୀୟଙ୍କ ପରି ଭାରତୀୟ କ୍ରିକେଟ ଟିମ୍‌ର ହିଟ୍‌ ମ୍ୟାନ ରୋହିତ ଶର୍ମା ବି ନିଜ ଘରେ ଦିନ କାଟୁଛନ୍ତି । ତେବେ ତାଙ୍କର ଶରୀରକୁ ଫିଟ ରଖିବାକୁ ସିଢି ଚଢିବା ଓହ୍ଲାଇବା କାମ କରୁଛନ୍ତି ।

ରୋହିତ ଇନ୍‌ଷ୍ଟାଗ୍ରାମର ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନଙ୍କ ସହ କଥୋପକଥନ ବେଳେ ସେ କହିଛନ୍ତି ଯେ, ଫିଟ ରହିବା ବହୁତ କଷ୍ଟ ଦାୟକ । ମୁଁ ଯେଉଁ ବିଲ୍ଡିଂରେ ରହୁଛି , ସେଇଟା 54 ମହଲା ବିଶିଷ୍ଟ । ଆମେ ସବୁ ଇଣ୍ଡୋର ଆଉଟ୍‌ ଡୋର୍‌ ଗତିବିଧି ବନ୍ଦ କରି ଦେଇଛୁ । ଏହି ସମୟରେ ସିଢି ଚଢିବା-ଓହ୍ଲେଇବା କାମ କରୁଛି । 54 ମହଲା ନୁହେଁ କେବଳ 2-3 ମହଲା । ଏଥିସହ କିଛି ବ୍ୟାୟମ ବି କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଶ୍ଚିତ ଭାବେ ଖେଳକୁ ମିସ୍‌ କରୁଛି । ମୁଁ 2ମାସ ହେଲା ଆହତ ଥିଲି ଓ ଏବେ ଖେଳିବାକୁ ବେଶ୍‌ ଉତ୍ସାହିତ ଅଛି । ଯେତେବେଳେ ମତେ ଜଣା ପଡିଲା ସବୁ ଇଭେଣ୍ଟ ସ୍ଥଗିତ ହୋଇଯାଇଛି ଦୁଃଖ ଲାଗିଲା । ମୁଁ ଆଇପିଏଲ ପାଇଁ ପ୍ରସ୍ତୁତ ଥିଲି ।

ରୋହିତ ଆହତ ଥିବା କାରଣରୁ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ୍‌ ପଡିଥିଲେ । ତାଙ୍କ ଫ୍ୟାନ୍ସଙ୍କ ନଜର ଥିଲା ରୋହିତ ଆଇପିଏଲ୍‌ରେ ନିଜର ବ୍ୟାଟିଂ ଯାଦୁ ଦେଖେଇବେ । କିନ୍ତୁ କୋରୋନା ଭାଇରାସ ଯୋଗୁଁ ଆଇପିଏଲକୁ ସ୍ଥିଗତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.