ETV Bharat / sports

ହାଇଦ୍ରାବାଦ ଟି-20: ଆଝାରୁଦ୍ଦିନ ଷ୍ଟାଣ୍ଡ ଉଦଘାଟନ କଲେ ଲକ୍ଷ୍ମଣ - ଆଝାରୁଦ୍ଦିନ ଷ୍ଟାଣ୍ଡର ଉଦ୍ଘାଟନ କଲେ ଭିଭିଏସ ଲକ୍ଷ୍ମଣ

ରାଜୀବ ଗାନ୍ଧୀ ଅନ୍ତଜାର୍ତୀୟ ଷ୍ଟାଡିୟମରେ ହାଇଦ୍ରାବାଦ କ୍ରିକେଟ ଆସୋସିଆସନ ସଭାପତି ମହମ୍ମଦ ଆଝାରୁଦ୍ଦିନ ଷ୍ଟାଣ୍ଡ ଉଦଘାଟିତ ହୋଇଛି । ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଏହି ଷ୍ଟାଣ୍ଡକୁ ଉଦଘାଟନ କରିଛନ୍ତି ।

ମହମ୍ମଦ ଆଝାରୁଦ୍ଦିନ
ମହମ୍ମଦ ଆଝାରୁଦ୍ଦିନ
author img

By

Published : Dec 6, 2019, 9:13 PM IST

ହାଇଦ୍ରାବାଦ: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତଜାର୍ତୀୟ ଷ୍ଟାଡିୟମରେ ମହମ୍ମଦ ଆଝାରୁଦ୍ଦିନଙ୍କ ନାମରେ ନାମିତ ଏକ ଷ୍ଟାଣ୍ଡ ଉଦଘାଟିତ ହୋଇଛି । ଭେଟେରାନ ଭିଭିଏସ ଲକ୍ଷ୍ମଣ ଏହି ଷ୍ଟାଣ୍ଡ ଉଦଘାଟନ କରିଛନ୍ତି । ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ (HCA)ର ସଭାପତି ରହିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ ଅଫ-ସ୍ପିନର ନୋଏଲ ଦ୍ରାବିଡ, ଭେଙ୍କଟପତି ରାଜୁ ଓ ଫାଷ୍ଟ ବୋଲର ମହମ୍ମଦ ସିରାଜ ଉପସ୍ଥିତ ଥିଲେ ।

Mohammad Azharuddin stand
ଭିଭିଏସ ଲକ୍ଷ୍ମଣଙ୍କ ସହ ଆଝାରୁଦ୍ଦିନ

ପୂର୍ବତନ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ ନିଜକୁ ଗର୍ବିତ ବୋଲି କହିଛନ୍ତି । ଏଥିସହିତ ହାଇଦ୍ରାବାଦ କ୍ରିକେଟର ଶତପ୍ରତିଶତ ଉନ୍ନତି ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-20 ପ୍ରଥମେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବା ନେଇ ଯୋଜନା ରହିଥିଲା । ତେବେ ସୁରକ୍ଷା କାରଣ ଦର୍ଶାଇ ମୁମ୍ବାଇ ପୋଲିସ ମ୍ୟାଚ ପାଇଁ ସୁରକ୍ଷା ଦେବାକୁ ଅସମର୍ଥ ଦର୍ଶାଇଥିଲା । ଫଳରେ ହାଇଦ୍ରାବାଦକୁ ଏହି ମ୍ୟାଚ ସ୍ଥାନାନ୍ତର ପାଇଁ ବିସିସିଆଇ ସଭାପତି କହିଥିଲେ । ପୂର୍ବରୁ ହାଇଦ୍ରାବାଦରେ 3ୟ ଟି-20 ଡିସେମ୍ବର 11ରେ ଖେଳାଯିବା ନେଇ ସ୍ଥିର ହୋଇଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.