ETV Bharat / sports

‘ଭାରତୀୟ ପେସ ବୋଲିଂରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ଶ୍ରୀନାଥ’ - ଜଭଗଲ ଶ୍ରୀନାଥ

ଭାରତୀୟ ପେସ ବୋଲିଂରେ ପରିବର୍ତ୍ତନ ଆଣିବାରେ ଜଭଗଲ ଶ୍ରୀନାଥଙ୍କ ବଡ଼ ହାତ ଅଛି ବୋଲି କହିଛନ୍ତି ଭିଭିଏସ ଲକ୍ଷ୍ମଣ । ଅଧିକ ପଢ଼ନ୍ତୁ...

VVS Laxam, player who triggered a revolution in Indian pace bowling, ଭାରତୀୟ ପେସ ବୋଲିଂରେ ବୈପ୍ଲବିକ ପରିବର୍ତ୍ତନ, ଜଭଗଲ ଶ୍ରୀନାଥ, ଭିଭିଏସ ଲକ୍ଷ୍ମଣ
‘ଭାରତୀୟ ପେସ ବୋଲିଂରେ ବୈପ୍ଲବିକ ପରିବର୍ତ୍ତନ କରିଥିଲେ ଶ୍ରୀନାଥ’
author img

By

Published : Jun 4, 2020, 6:25 PM IST

ନୂଆଦିଲ୍ଲୀ: ଯେତେବେଳେ ଭାରତୀୟ ବୋଲିଂ କଥା ଉଠେ, ବିପକ୍ଷ ବ୍ୟାଟ୍ସମ୍ୟାନ ମାନେ ପେସରଙ୍କ ବଦଳରେ ସ୍ପିନରମାନଙ୍କୁ ଅଧିକ ଭୟ କରୁଥିଲେ । ଗତ 20-30 ବର୍ଷ ମଧ୍ୟରେ ସ୍ପିନ ବୋଲିଂ ସର୍ବଦା ଭାରତର ଶକ୍ତି ରହି ଆସିଛି । ଅବଶ୍ୟ, ଗତ 2-3 ବର୍ଷ ମଧ୍ୟରେ ପେସ ବୋଲିଂ ବିଭାଗରେ ଏକ ପରିବର୍ତ୍ତନ ଆସିବା ପରେ ସେମାନେ ବିଶ୍ବର ସବୁଠାରୁ ଅନ୍ୟତମ ଶକ୍ତିଶାଳୀ ବୋଲିଂ ୟୁନିଟ ହୋଇପାରିଛନ୍ତି । ଜସପ୍ରୀତ ବୁମରା, ମହମ୍ମଦ ଶାମି, ଭୁବନେଶ୍ବର କୁମାର, ଇଶାନ୍ତ ଶର୍ମା, ଏବଂ ଉମେଶ ଯାଦବଙ୍କ ଭଳି ଖେଳାଳି ଦେଶ ବିଦେଶରେ ତଥା ଘରୋଇ ମ୍ୟାଚରେ କ୍ରମାଗତ ଭାବରେ ଭାରତ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛନ୍ତି।

ସେମାନେ ସେମାନଙ୍କର ୱିକେଟ ନେବା କ୍ଷମତାରେ ସ୍ଥିର ରହିଛନ୍ତି ଏବଂ ପେସରଙ୍କ କ୍ଷମତା ଯୋଗୁଁ ଆଜି କାଲି ସ୍ପିନର ମାନେ ପଛରେ ପଡିଯାଇଛନ୍ତି ।

ତେବେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଭାରତୀୟ ପେସ ବୋଲିଂରେ ପରିବର୍ତ୍ତନ ଜଣେ ପୂର୍ବତନ ବୋଲର ଆଣିଥଲେ ବୋଲି କହିଛନ୍ତି । ଲକ୍ଷ୍ମଣ ଗୁରୁବାର ଦିନ ଜଭଗଲ ଶ୍ରୀନଥଙ୍କୁ ପ୍ରଶଂସା କରି କହିଛନ୍ତି ଯେ ପୂର୍ବତନ ଦ୍ରୁତ ବୋଲର ଭାରତୀୟ ପେସ ବୋଲିଂରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ।

“ମାଇସୋରର ଆପେକ୍ଷିକ କ୍ରିକେଟ ଆଉଟପୋଷ୍ଟର ଜଣେ ଦ୍ରୁତ ବୋଲର, ସେ ଭାରତୀୟ ପେସ ବୋଲିଂରେ ଏକ ବିପ୍ଳବ ସୃଷ୍ଟି କରିଥିଲେ । ଅଧିକାଂଶ ଅସହାୟ ପରିସ୍ଥିତିରେ ମଧ୍ୟ ସେ ସର୍ବଦା ଦଳର ଆବଶ୍ୟକତାକୁ ଅବିସ୍ମରଣୀୟ ଭାବରେ ପୂରଣ କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ପ୍ରଦର୍ଶନ କରିବା ଶ୍ରୀନାଥଙ୍କର ଶକ୍ତି ଥିଲା’’ ବୋଲି ଲକ୍ଷ୍ମଣ ଟ୍ବିଟ କରି କରିଛନ୍ତି ।

ଅକ୍ଟୋବର 1991 ରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ଶ୍ରୀନଥ ଭାରତ ପାଇଁ 67ଟି ଟେଷ୍ଟ ଏବଂ 229 ଟି ଦିନିକିଆ ଖେଳିଥିଲେ ଯେଉଁଥିରେ ସେ ଯଥାକ୍ରମେ 236 ଓ 315 ୱିକେଟ ନେଇଥିଲେ।

ଲକ୍ଷ୍ମଣ ତାଙ୍କ ସହ ଖେଳିଥିବା କିଛି କ୍ରିକେଟରଙ୍କୁ ଟ୍ରିବ୍ୟୁଟ ଦେଇଛନ୍ତି ଏବଂ ଯାହାଙ୍କର ପ୍ରଭାବ ତାଙ୍କ କ୍ୟାରିୟରରେ ଏବଂ ତାଙ୍କ ଉପରେ ପଡିଛି । ଶ୍ରୀନାଥଙ୍କ ବ୍ୟତୀତ ସେ ଏପର୍ଯ୍ୟନ୍ତ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଏବଂ ଅନିଲ କୁମ୍ବଲେଙ୍କୁ ଟ୍ରିବ୍ୟୁଟ ଦେଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.