ETV Bharat / sports

ମାତ୍ର 57ରନ, ବିରାଟ ସ୍ଥାପନ କରିବେ ମାଇଲଷ୍ଟୋନ - world record

ଟିମ୍ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଆଉ ଏକ ବିରାଟ ରେକର୍ଡର ଦ୍ବାରଦେଶରେ ପହଞ୍ଚିଛନ୍ତି । ସେ ମାତ୍ର 57 ରନ କଲେ ଦୁନିଆର ଦ୍ରୁତତମ 11ହଜାର ରନ ସ୍କୋରର ହେବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(@cricketworldcup)
author img

By

Published : Jun 13, 2019, 8:41 PM IST

Updated : Jun 18, 2019, 10:58 AM IST

ନଟିଂହାମ: କ୍ରିକେଟ ବିଶ୍ବକପରେ ଗୁରୁବାର ନ୍ୟୁଜିଲାଣ୍ଡ ଭାରତ ମୁକାବଲା ବାତିଲ ହୋଇଯାଇଛି । ତେବେ ଦୁଇ ଟିମ ଏଯାବତ ଅପରାଜୟ ରହିଛନ୍ତି । ନ୍ୟୁଜିଲାଣ୍ଡ 7 ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବାବେଳେ ଭାରତ 5 ପଏଣ୍ଟ ହାସଲ କରିଛି ।

icc
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(@cricketworldcup)

ତେବେ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ଆଉଏକ ରେକର୍ଡର ଦ୍ବାରଦେଶରେ ପହଞ୍ଚିଛନ୍ତି । ସେ ମାତ୍ର 57 ରନ ସ୍କୋର କରିଲେ ଦୁନିଆର ଦ୍ରୁତତମ 11 ହଜାର ରନ ସ୍କୋରର ହେବେ ।

ଏହା ହେଲେ ବିରାଟ ସଚିନଙ୍କ ଏକ ବଡ ରେକର୍ଡକୁ ଅତିକ୍ରମ କରିବେ । କାରଣ ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାଁରେ ଥିଲା । 276 ଇନିଂସରୁ ସଚିନ 11ହଜାର ରନ କରି ରେକର୍ଡର ଅଧିକାରୀ ହୋଇଥିଲେ । ତେବେ ବିରାଟ ମାତ୍ର 221 ଇଂନିସ ଖେଳିଛନ୍ତି । ଏମିତି ହେଲେ ବିରାଟ 11ହଜାର ରନ ପୂରଣ କରିବାରେ 9ମ କ୍ରିକେଟର ହୋଇଯିବେ । ସଚିନ ଓ ସୌରଭ ଗାଙ୍ଗୁଲିଙ୍କ ପରେ ତୃତୀୟ ଭାରତୀୟ ଭାବେ ଏହି ମାଇଲଷ୍ଟୋନକୁ ବିରାଟ ଅତିକ୍ରମ କରିବେ ।

ନଜର ପକାନ୍ତୁ 11000 ରନ କ୍ଳବରେ ପହଞ୍ଚିଥିବା ଖେଳାଳିଙ୍କ ଉପରେ:

ସଚିନ ତେନ୍ଦୁଲକର(276 ପାଳି, ଭାରତ), ରିକି ପଏଣ୍ଟିଂ(286 ପାଳି, ଅଷ୍ଟ୍ରେଲିଆ), ସୌରଭ ଗାଙ୍ଗୁଲି(288 ପାଳି, ଭାରତ), ଜ୍ୟାକ କାଲିସ(293 ପାଳି, ଦକ୍ଷିଣ ଆଫ୍ରିକା), କୁମାର ସାଙ୍ଗାକାରା(318 ପାଳି, ଶ୍ରୀଲଙ୍କା), ଇଞ୍ଜାମାମ ଉଲ-ହକ(324 ପାଳି, ପାକିସ୍ତାନ), ସନଥ ଜୟସୁରିୟା(354ପାଳି, ଶ୍ରୀଲଙ୍କା), ମହେଲା ଜୟବର୍ଦ୍ଧନେ(368 ପାଳି, ଶ୍ରୀଲଙ୍କା) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

GSG

Conclusion:
Last Updated : Jun 18, 2019, 10:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.