ETV Bharat / sports

ରବିଶାସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲା କ୍ରିକେଟ ଟିମ

58 ତମ ଜନ୍ମଦିନ ଅବସରରେ ଭାରତୀୟ ହେଡ କୋଚ ରବି ଶାସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲେ ଭାରତୀୟ କ୍ରିକେଟର । କୋହଲି, ରାହାଣେ, ଯୁବରାଜ, ରାଇନାଙ୍କ ସହ ଅନ୍ୟାନ୍ୟ ଖେଳାଳି ଦେଲେ ଶୁଭେଚ୍ଛା । ଅଧିକ ପଢ଼ନ୍ତୁ...

author img

By

Published : May 28, 2020, 1:44 AM IST

Virat Kohli, Yuvraj, Suresh Raina,  birthday wishes for Ravi Shastri, କୋଚ ରବିଶାସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା, ଶାସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲେ ଭାରତୀୟ କ୍ରିକେଟର, କୋହଲି, ରାହାଣେ, ଯୁବରାଜ, ରାଇନା
କୋଚ ରବିଶାସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲେ ଭାରତୀୟ କ୍ରିକେଟର

ହାଇଦ୍ରାବାଦ: ଭାରତୀୟ ହେଡ କୋଚ ରବି ଶାସ୍ତ୍ରୀଙ୍କ 58ତମ ଜନ୍ମଦିନରେ ତାଙ୍କ ପାଖକୁ କ୍ରିକେଟ ଜଗତରୁ ଛୁଟିଛି ଶୁଭେଚ୍ଛାର ଶୁଅ । ବୁଧବାର ଭାରତୀୟ ଅଧିନାୟକ ବିରାଟ କୋହଲି, ଟେଷ୍ଟରେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ସର୍ବପ୍ରଥମେ କୋଚ ଶାସ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ରବି ଶାସ୍ତ୍ରୀଙ୍କ ସହ ପୂର୍ବତନ ଅଧିନାୟକ ଏମଏସ ଧୋନି ଓ ନିଜର ଓକେ ହସୁଥିବା ଫଟୋ ପୋଷ୍ଟ କରି କୋହଲି ଲେଖିଛନ୍ତି, ‘‘ଅନେକ ଜଣ ଆତ୍ମବିଶ୍ବାସୀ ମନେ ହୁଅନ୍ତି କିନ୍ତୁ ଅଳ୍ପ ସାହସୀ ଅଟନ୍ତି । ଜନ୍ମଦିନର ଶୁଭେଚ୍ଛା ରବି ଭାଇ ।’’

ରାହାଣେ ମଧ୍ୟ ଟ୍ବିଟରରେ ରବିଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି । ‘‘ଆପଣଙ୍କୁ ଖୁବ ଖୁସି ମିଳୁ ଆଉ ଜନ୍ମଦିନର ଅନେକ ଶୁଭେଚ୍ଛା ରବି ଭାଇ । ଏହା ଆପଣଙ୍କ ପାଇଁ ଭଲ ହେଉ, ଆମେ ଶୀଘ୍ର ଦେଖାହେବା ।’’

ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ମଧ୍ୟ ସୋସିଆଲ ମିଡିଆରେ ରବିଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘‘ଜନ୍ମଦିନର ଶୁଭେଚ୍ଛା ସିନିୟର । ଦିନଟି ଆନନ୍ଦମୟ ହେଉ । ଅନେକ ଶୁଭେଚ୍ଛା, ଚିୟର୍ସ ।’’

  • Happy birthday senior @RaviShastriOfc have a great day ! Best wishes cheers 🍻

    — yuvraj singh (@YUVSTRONG12) May 27, 2020 " class="align-text-top noRightClick twitterSection" data=" ">

ସୁରେଶ ରାଇନା ମଧ୍ୟ ଟ୍ବିଟରରେ ଶାସ୍ତ୍ରୀଙ୍କୁ ଶଭେଚ୍ଛା ଜଣାଇ ଲେଖିଛନ୍ତି, ‘‘ ଜନ୍ମଦିନର ଶୁଭେଚ୍ଛା ରବି ଭାଇ ।’’

ବାମହାତୀ ସ୍ପିନର କୁଲଦୀପ ଯାଦବ ଶାସ୍ତ୍ରୀଙ୍କ ସହ ନିଜର ଏବଂ ଧୋନିଙ୍କ ଏକ ଫଟୋ ଅପଲୋଡ କରି ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ରବି ଶାସ୍ତ୍ରୀ ସାର୍ । ଆପଣଙ୍କ ଆନନ୍ଦ ଏବଂ ସୁଖ କାମନା କରୁଛି ।”

ଟିମ ଇଣ୍ଡିଆର ଚୟନକର୍ତ୍ତା ଚେୟାରମ୍ୟାନ ସୁନୀଲ ଯୋଶୀ ମଧ୍ୟ ସୋସିଆଲ ମିଡିଆରେ ଶାସ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, “ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ରବି ଶାସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ସୁରକ୍ଷିତ ରୁହନ୍ତୁ ସୁସ୍ଥ ରୁହନ୍ତୁ ।”

ଶାସ୍ତ୍ରୀ ଦେଶ ପାଇଁ 80ଟି ଟେଷ୍ଟ ଏବଂ 150ଟି ଦିନିକିଆ ଖେଳି ଦୁଇଟି ଫର୍ମାଟରେ ଯଥାକ୍ରମେ 3,830 ଏବଂ 3,108 ରନ ସ୍କୋର କରିଥିଲେ । ସେ ଟେଷ୍ଟ ଏବଂ ଦିନିକିଆରେ ଯଥାକ୍ରମେ 151 ଏବଂ 129 ୱିକେଟ ନେଇ ଜଣେ ଭଲ ସ୍ପିନର ଭାବରେ ମଧ୍ୟ ମାନ୍ୟତା ପାଇଥିଲେ । 1983 ବିଶ୍ବକପ ବିଜେତା ଟିମର ମଧ୍ୟ ଏକ ଅଂଶ ଥିଲେ ଶାସ୍ତ୍ରୀ ।

ତାଙ୍କର ଚମତ୍କାର କ୍ରିକେଟ କ୍ୟାରିଅର ଉପରେ ଜବନିକା ଟାଣିବା ପରେ ଜଣେ କମେଣ୍ଟେଟର ଭାବରେ ନିଜର ନୂଆ ଇନିଂସ ଆରମ୍ଭ କରିଥିଲେ । ଭାରତୀୟ କ୍ରିକେଟ ଇତିହାସର ଦୁଇଟି ସ୍ମରଣୀୟ ମୂହୁର୍ତ୍ତ - 2007 ଟି-20 ବିଶ୍ବକପ ବିଜୟ ଏବଂ 2011 ବିଶ୍ବକପ ବିଜୟ ବେଳେ ସେ କମେଣ୍ଟ୍ରି ବକ୍ସରେ ଚମତ୍କାର କମେଣ୍ଟ୍ରି କରିଥିଲେ ।

ଶାସ୍ତ୍ରୀ ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ତାଙ୍କର ଦ୍ବିତୀୟ ପର୍ଯ୍ୟାୟରେ ଅଛନ୍ତି ଏବଂ 2021 ଟି-20 ବିଶ୍ବକପ ପରେ ତାଙ୍କର ଚୁକ୍ତିନାମା ସମାପ୍ତ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.