ETV Bharat / sports

ବାଙ୍ଗାଲୋର ପାଇଁ ବିରାଟ କୋହଲି ଓପନିଂ କରନ୍ତୁ: ମାଇକେଲ ୱନ - କୋହଲିଙ୍କୁ ନେଇ ମାଇକେଲ ୱନ

ଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ବିରାଟ କୋହଲି ଓପନିଂ କରନ୍ତୁ । ଏଭଳି ମନ୍ତବ୍ୟ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱନ । ଅଧିକ ପଢ଼ନ୍ତୁ...

ବାଙ୍ଗାଲୋର ପାଇଁ ବିରାଟ କୋହଲି ଓପେନିଂ କରନ୍ତୁ: ମାଇକେଲ ୱନ

author img

By

Published : Mar 22, 2021, 10:34 PM IST

ନୂଆଦିଲ୍ଲୀ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ବିରାଟ କୋହଲି ଓପନିଂ କରନ୍ତୁ । ଏଭଳି ମନ୍ତବ୍ୟ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱନ । ୱନଙ୍କ ମତରେ ବିରାଟ କୋହଲି ଯଦି ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ଓପନିଂ କରିବେ ତେବେ ଦଳକୁ ଫାଇଦା ହେବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଶେଷ ଟି-20 ମ୍ୟାଚରେ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଓପନିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ।

ରୋହିତ ଶର୍ମା ଓ ବିରାଟ କୋହଲି ପ୍ରଥମ ୱିକେଟ ପାଇଁ 93ରନ ଭାଗିଦାରୀ କରିଥିଲେ। ବିରାଟ କୋହଲିଙ୍କ ଓପନିଂ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି ମାଇକେଲ ୱନ। ସେ ଟ୍ବିଟ କରି ଲେଖିଛନ୍ତି ଯେ, "କୋହଲି ଯେକୌଣସି ସ୍ଥାନରେ ବ୍ୟାଟିଂ କରି ପାରିବେ। କିନ୍ତୁ ମୋତେ ଲାଗୁଛି ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଓପନିଂ ବ୍ୟାଟିଂ କରିବା ଦରକାର। ଏହାଦ୍ବାରା ଦଳ ଅଧିକ ମଝବୁତ ହୋଇ ପାରିବ।"

ୱନଙ୍କ ମତରେ ଭାରତୀୟ ପିଚରେ ବିରାଟ କୋହଲି ଭଲ ପ୍ରଦର୍ଶନ କରିପାରିବେ। ବର୍ତ୍ତମାନ ବିରାଟ କୋହଲି କିଛି ଦିନ ପାଇଁ ଓପନିଂ ବ୍ୟାଟିଂର ଆନନ୍ଦ ନେବା ଦରକାର ବୋଲି ସେ କହିଛନ୍ତି। ସେପଟେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରେ ଶିଖର ଧୱନ ଓ ରୋହିତ ଶର୍ମା ଓପନିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି ଅଧିନାୟକ ବିରାଟ କୋହଲି। ଭାରତ ସହ ଇଂଲଣ୍ଡ 3ଟି ଦିନିକିଆ ମ୍ୟାଚ ଖେଳିବ। ପ୍ରଥମ ଦିନିକିଆ ମାର୍ଚ୍ଚ 23 ତାରିଖରେ ଆରମ୍ଭ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.