ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରେ 11 ବର୍ଷରେ ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । 2008 ଅଗଷ୍ଟ 18 ତାରିଖରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଆନ୍ତର୍ଜାତୀୟ ଦିନିକିଆରେ ପାଦ ଥାପିଥିଲେ କୋହଲି ।
ସେହିପରି କୋହଲି 2010ରେ ଟି20 ଓ ଟେଷ୍ଟ ପଦାର୍ପଣ କରିଥିଲେ । କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଦଶନ୍ଧିରେ 20ହଜାର ରନ ପୂରଣ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି । 2010ରୁ ଏପର୍ଯ୍ୟନ୍ତ ସେ କ୍ରିକେଟର ତିନୋଟି ଫର୍ମାଟରେ 20,018 ରନ ସ୍କୋର କରିଛନ୍ତି । ଏହି ରେକର୍ଡ ପୂର୍ବରୁ ରିକି ପଣ୍ଟିଂଙ୍କ ନାମରେ ରହିଥିଲା ।
ତେବେ କୋହଲିଙ୍କ ନାମରେ ରହିଛି 43ଟି ଦିନିକିଆ ଶତକ । ସେହିପରି ଟେଷ୍ଟ ଓ ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନରେ ରାଜ କରୁଛନ୍ତି କିଙ୍ଗ କୋହଲି ।