ନୂଆଦିଲ୍ଲୀ: ଭାରତୀୟ ୱିକେଟ କିପର ପାର୍ଥିବ ପଟେଲ ବର୍ତ୍ତମାନର ଭାରତୀୟ ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ ଏମଏସ ଧୋନି ଓ ଆଇପିଏଲର ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି । ପାର୍ଥିବ କହିଛନ୍ତି, ଧୋନି-ରୋହିତଙ୍କଠାରୁ ବିରାଟ ସବୁବେଳେ ଆକ୍ରମଣାତ୍ମକ ରହିଥାନ୍ତି ।
“ବିରାଟଙ୍କର ଅଧିନାୟକତ୍ୱର ଏକ ଭିନ୍ନ ଶୈଳୀ ଅଛି । ସେ ପ୍ରତି ପରିସ୍ଥିତିର ସାମ୍ନା କରିବାକୁ ପସନ୍ଦ କରନ୍ତି । ସେ ଆଗରୁ ନେତୃତ୍ବ ନେବାକୁ ଏବଂ ସର୍ବଦା ଆକ୍ରମଣାତ୍ମକ ହେବାକୁ ପସନ୍ଦ କରନ୍ତି । ଏହା ତାଙ୍କର ଶୈଳୀ ଏବଂ ଏହା ତାଙ୍କ ପାଇଁ ଉପଯୁକ୍ତ ବୋଲି ପାର୍ଥିବ ଏକ ସାକ୍ଷାତକାରରେ କହିଛନ୍ତି । ପାର୍ଥିବ କହିଛନ୍ତି ଯେ, ଧୋନି ଏବଂ ରୋହିତ ଡ୍ରେସିଂ ରୁମକୁ ଶାନ୍ତ ରଖନ୍ତି । ଯେତେବେଳେ ବିରାଟ ଡ୍ରେସିଂ ରୁମରେ ମଧ୍ୟ ଆଗ୍ରେସିଭ ରୁହନ୍ତି ।
ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ କଥାବାର୍ତ୍ତା କରି ପାର୍ଥିବ କହିଛନ୍ତି: "ରୋହିତ ପ୍ରକୃତରେ ଭଲ ଯୋଜନା କରନ୍ତି । ତାଙ୍କୁ ଦିଆଯାଇଥିବା ସୂଚନାକୁ କିପରି ବ୍ୟବହାର କରାଯିବ ଏବଂ କେଉଁ ଖେଳାଳି କେଉଁ ଭୂମିକାରେ ବ୍ୟବହାର କରାଯାଇ ପାରିବ ସେ ଆକଳନ କରିଥାନ୍ତି ।
ପାର୍ଥିବ କହିଛନ୍ତି, "2014 ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଉନ୍ନତି କରିଛନ୍ତି । ଯଦି ଆପଣ ତାଙ୍କୁ ଦେଖନ୍ତି ତେବେ ମ୍ୟାନ୍ ମ୍ୟାନେଜମେଣ୍ଟରେ ଧୋନି ଏବଂ ରୋହିତ ପ୍ରକୃତରେ ଭଲ ଅଟନ୍ତି । "