ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ପୂର୍ବତନ ଇଂଲଣ୍ଡ କ୍ରିକେଟର ଡେଭିଡ ଲୟଡ ଖୁବ ପ୍ରଶଂସା କରିଛନ୍ତି । ବିରାଟଙ୍କୁ ଭାରତୀୟ କ୍ରିକେଟର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରିଛନ୍ତି ଲୟଡ ।
କୋହଲି ସର୍ବଦା ନିଜ ଟିମକୁ ସାମ୍ନାରେ ରଖନ୍ତି । କେବଳ ବିଜୟର ଲକ୍ଷ୍ୟ ସହ ନିର୍ଭିକ ଭାବେ ନିର୍ଭୟ କ୍ରିକେଟ ଖେଳନ୍ତି । ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ବିଜୟ ଲକ୍ଷ୍ୟକୁ ସଫଳ ପିଛା କରିବାର କୌଶଳ ତାଙ୍କୁ ଅଧିକ ଶ୍ରେଷ୍ଠ କରିଛି । ଏଥିସହିତ ଆକ୍ରମଣାତ୍ମକ ବ୍ୟାଟିଂ କୋହଲିଙ୍କୁ ଆହୁରି ଭରସାଯୋଗ୍ୟ ଖେଳାଳି କରିପାରିଥିବା କହିଛନ୍ତି ଡେଭିଡ ।
ନିକଟରେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ ନାସିର ହୁସେନ ମଧ୍ୟ ବିରାଟଙ୍କୁ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ସ୍ଥାନ ଦେଇଥିଲେ । ପାକିସ୍ତାନର ମହାନ କ୍ରିକେଟର ଜାହିର ଆବ୍ବାସ ମଧ୍ୟ କ୍ରିକେଟର 3ଟି ଫର୍ମାଟରେ ବିରାଟ କୋହଲି ଶ୍ରେଷ୍ଠ ଖେଳାଳି କହିଛନ୍ତି ।