ETV Bharat / sports

'ବିଶ୍ବରେ ବିରାଟ କ୍ରୀଡାବିତଙ୍କ ଫିଟନେସର ଆଦର୍ଶ'

ବିରାଟ କୋହଲି ବର୍ତ୍ତମାନ ସମୟର ସବୁଠୁ ଫିଟ କ୍ରିକେଟର । ଏହା କହିଛନ୍ତି ପୂର୍ବତନ ପାକିସ୍ତାନ କ୍ୟାପଟେନ ୱାକର ୟୁନିସ ।

Virat Kohli has set fitness bar for players worldwide, says Waqar Yunis
'ବିଶ୍ବରେ ବିରାଟ କ୍ରୀଡାବିତଙ୍କ ଫିଟନେସର ଆଦର୍ଶ'
author img

By

Published : Jul 6, 2020, 5:53 PM IST

ନୂଆଦିଲ୍ଲୀ:ପୂର୍ବତନ ପାକିସ୍ତାନ କ୍ୟାପଟେନ ୱାକର ୟୁନିସ ସୋମବାର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ବିରାଟ କୋହଲି ବର୍ତ୍ତମାନ ସମୟର ସବୁଠୁ ଫିଟ କ୍ରିକେଟର । ନିଜ ଟିମ ସହ ବିଶ୍ବର ଅନ୍ୟ ଖେଳାଳିଙ୍କ ପାଇଁ କୋହଲି ଫିଟନେସର ମାନଦଣ୍ଡ ସ୍ଥିର କରିଥିବା କହିଛନ୍ତି ୱାକର ୟୁନିସ ।

ଏମିତିକି କୋରୋନା ଭାଇରସ ଲକାଡାଉନ ସମୟରେ ମଧ୍ୟ କୋହଲି ଫିଟନେସରୁ ଧ୍ୟାନ ହଟାଇ ନାହାନ୍ତି । କ୍ରିକେଟର ସମସ୍ତ ଫର୍ମାଟରେ କୋହଲିଙ୍କ ପ୍ରଦର୍ଶନ ଦମଦାର ରହିଛି । ବିଶ୍ବକପ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଗତ କିଛି ବର୍ଷ ଧରି ଭାରତର ପ୍ରଦର୍ଶନ ଦମଦାର ରହିଛି । ପାକିସ୍ତାନ ଟିମ ଟେଷ୍ଟ କ୍ରିକେଟ ଓ ଟି-20 ଫର୍ମାଟରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ, ଦିନିକିଆ ଓ ଭାରତ ବିପକ୍ଷ ବିଶ୍ବକପ ମ୍ୟାଚରେ ବିଜୟୀ ହୋଇପାରିନାହିଁ ।

ୱାକର ୟୁନିସ ପାକିସ୍ତାନ ପକ୍ଷରୁ 262ଟି ଦିନିକିଆ ଓ 87ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । 15 ବର୍ଷର ଦୀର୍ଘ କ୍ରିକେଟ କ୍ୟାରିୟରରେ 789 ୱିକେଟ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.