ETV Bharat / sports

ଅମ୍ଫାନ: ପ୍ରଭାବିତ ଓଡିଶା-ପଶ୍ଚିମବଙ୍ଗ ପାଇଁ କୋହଲିଙ୍କ ପ୍ରାର୍ଥନା

ବାତ୍ୟା ଅମ୍ଫାନ ପ୍ରଭାବିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି । ଟ୍ବିଟ ଯୋଗେ ପ୍ରଭାବିତ ଓଡିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାବାସୀଙ୍କୁ ସମବେଦନା ଜଣାଇଛନ୍ତି କୋହଲି । ଏଥିସହିତ ଖୁବଶ୍ରୀଘ୍ର ସ୍ବାଭାବିକ ସ୍ଥିତି ଫେରିବା ନେଇ କାମନା କରିଛନ୍ତି ।

author img

By

Published : May 21, 2020, 3:07 PM IST

Virat Kohli extends prayers to those affected by Cyclone Amphan
ଅମ୍ଫାନ: ପ୍ରଭାବିତ ଓଡିଶା-ପଶ୍ଚିମବଙ୍ଗବାସୀଙ୍କ ପାଇଁ କୋହଲିଙ୍କ ପ୍ରାର୍ଥନା

ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନ ପ୍ରଭାବିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି । ଟ୍ବିଟ ଯୋଗେ ପ୍ରଭାବିତ ଓଡିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାବାସୀଙ୍କୁ ସମବେଦନା ଜଣାଇଛନ୍ତି କୋହଲି । ଏଥିସହିତ ଖୁବଶ୍ରୀଘ୍ର ପ୍ରଭାବିତ ଲୋକଙ୍କ ସ୍ବାଭାବିକ ସ୍ଥିତି ଫେରିବା ନେଇ କାମନା କରିଛନ୍ତି ।

ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା ଅମ୍ଫାନ ମେ 20 ତାରିଖରେ ଓଡିଶା ଉପକୂଳକୁ ଅତିକ୍ରମ କରି ଅପରାହ୍ନରେ ପଶ୍ଚିମବଙ୍ଗର ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା । ଏହାର ପ୍ରଭାବରେ ଓଡିଶାର ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସାଙ୍ଗକୁ ଭୀଷଣ ପବନ ଦେଖିବାକୁ ମିଳିଥିଲା ।

ଲ୍ୟାଣ୍ଡଫଲ ପରେ କୋଲକାତା ସହର ଜଳମଗ୍ନ ହୋଇପଡିଛି । ଅନେକ ଗଛ ଉପୁଡି ପଡିବାସହ ଘର ମଧ୍ୟ ଭାଙ୍ଗିଯାଇଛି । ବାତ୍ୟା ଅମ୍ଫାନ ବୁଧବାର ଅପରାହ୍ନ 3.30ରୁ 5.30 ସୁଦ୍ଧା ଦୀଘା ଓ ହାତୀଆ ଦ୍ବୀପ ମଧ୍ୟରେ ବେଙ୍ଗଲ-ବାଂଙ୍ଗାଦେଶ ଉପକୂଳ ଅତିକ୍ରମ କରିଥିଲା । ବାଲାଂଦେଶର ସୁନ୍ଦରବନ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବରୁ ପୂର୍ବନୁମାନ କରିଥିଲା ।

ସମ୍ଭାବ୍ୟ କ୍ଷୟକ୍ଷତି ଓ ଦୁର୍ଘଟଣାକୁ ଏଡାଇବାକୁ ପଶ୍ଚିମବଙ୍ଗରେ 5ଲକ୍ଷରୁ ଅଧିକ ଓ ଓଡିଶାରେ 1,58,640ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.