ଗୌହାଟୀ: ଆସନ୍ତାକାଲିଠୁ ଭାରତ ଶ୍ରୀଲଙ୍କା ଘରୋଇ ଟି-20 ସିରିଜ । ସ୍ଥାନୀୟ ବର୍ଷାପାର କ୍ରିକେଟ ଷ୍ଟାଡିୟମରେ ଖେଳାଯିବା ପ୍ରଥମ ମ୍ୟାଚ । ତେବେ ଶନିବାର ମ୍ୟାଚ ପୂର୍ବବର୍ତ୍ତି ପ୍ରେସ କନଫରେନ୍ସରେ ଆଗାମୀ ଟି-20 ବିଶ୍ବକପ ନେଇ ତର୍ଜମା କରିଛନ୍ତି ଅଧିନାୟକ ବିରାଟ କୋହଲି ।
ଉଲ୍ଲେଖଥାଉ କି, ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି ଟି-20 ବିଶ୍ବକପ । ଯାହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କର ସାରିଛନ୍ତି ଅଧିନାୟକ କୋହଲି । ଦଳରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଓପନିଂ ପାଇଁ ରହିଛନ୍ତି 3 ଦକ୍ଷ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ଶିଖର ଧୱନ ଓ ଲୋକେଶ ରାହୁଲ । ତେବେ 3 ଜଣଙ୍କୁ ନେଇ ଅଧିନାୟକଙ୍କ ମନରେ ଦ୍ବନ୍ଦ୍ବ ଥିବା ସେ କହିଛନ୍ତି । ବିରାଟ କହିଛନ୍ତି, "ରୋହିତ ଏବେ ବିଶ୍ରାମରେ ଅଛନ୍ତି । ମାତ୍ର ସେ ଦଳକୁ ଫେରିବା ପରେ 3ଜଣଙ୍କୁ ବାଛିବା ବହୁତ କଷ୍ଟକର ପାଠ ହୋଇପଡିବ । କାରଣ ଧୱନ ଜଣେ ଅଭିଜ୍ଞ ଖେଳାଳି । ଅନ୍ୟପଟେ ରାହୁଲ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ତେଣୁ ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟରେ ଚୁଡାନ୍ତ ଏକାଦଶ ଚୟନ ଆମ ପାଇଁ କଷ୍ଟକର ହୋଇପାରେ । "
ତେବେ ଏହାର ସମାଧାନ କାଢି ବିରାଟ ନିଜ କହିଛନ୍ତି, " ସେହି ସମୟରେ ପ୍ରତି ବ୍ୟାଟ୍ସମ୍ୟାନର ଫର୍ମକୁ ଆଖିରେ ରଖି ଆମେ ଚିନ୍ତା କରିବୁ । ଶିଖରଙ୍କର ମୁଖ୍ୟତ ଆହାତ ସମସ୍ୟା ରହିଛି । ଆମେ ଆଶା କରିବୁ କି, ଆଗାମୀ ଟି-20 ବିଶ୍ବକପକୁ ଆମେ ଗୋଟେ ଶକ୍ତିଶାଳୀ ଦଳ ସହ ଗସ୍ତ କରିବା ପାଇଁ । "