ETV Bharat / sports

ବିଜୟ ହଜାରେ ଟ୍ରଫି: ଅଗ୍ରୱାଲଙ୍କ ରେକର୍ଡ ଭାଙ୍ଗିଲେ ପୃଥୀ ଶ

ମୟଙ୍କ ଅଗ୍ରୱାଲଙ୍କ ବିଜୟ ହଜାରେ ଟ୍ରଫିର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ କରିବାର ରେକର୍ଡ ଭାଙ୍ଗିଲେ ପୃଥୀ ଶ । ଅଧିକ ପଢନ୍ତୁ...

Vijay Hazare Trophy: Shaw breaks Mayank's record of scoring most runs in single edition
ବିଜୟ ହଜାରେ ଟ୍ରଫି: ଅଗ୍ରୱାଲଙ୍କ ରେକର୍ଡ ଭାଙ୍ଗିଲେ ପୃଥୀ ଶ
author img

By

Published : Mar 11, 2021, 3:51 PM IST

ହାଇଦ୍ରାବାଦ: ଚଳିତ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ କ୍ୟାପଟେନ ପୃଥୀ ଶ ଙ୍କ ଦମଦାର ଫର୍ମ ଜାରି ରହିଛି । ଗୁରୁବାର ଶ, ମୟଙ୍କ ଅଗ୍ରୱାଲଙ୍କ ବିଜୟ ହଜାରେ ଟ୍ରଫିର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍‌ କରିବାର ରେକର୍ଡକୁ ଭଙ୍ଗ କରିଛନ୍ତି ।

ଚଳିତ ସଂସ୍କରଣରେ ଶ ଏଯାବତ 7ଟି ମ୍ୟାଚ ଖେଳିସାରିଥିବାବେଳେ 754 ରନ୍‌ ସଂଗ୍ରହ କରିସାରିଛନ୍ତି । 2017-18 ସଂସ୍କରଣରେ ଅଗ୍ରୱାଲଙ୍କ ନାମରେ 723 ରନ ରେକର୍ଡ ରହିଥିଲା ।

କର୍ଣ୍ଣାଟକର ଦେବଦତ୍ତ ପାଡିକ୍କଲ ମଧ୍ୟ ଅଗ୍ରୱାଲଙ୍କ ଏହି ରେକର୍ଡ ଭଙ୍ଗ କରିବା ଦୌଡରେ ରହିଛନ୍ତି । ଚଳିତ ବର୍ଷର ପ୍ରତିଯୋଗୀତାରେ ପାଡିକ୍କଲ 673 ରନ ସଂଗ୍ରହ କରିସାରିଛନ୍ତି ।

ଶ' ଗୁରୁବାର ଚଳିତ ବିଜୟ ହଜାରେ ଟ୍ରଫି ସଂସ୍କରଣରେ 4ର୍ଥ ଶତକ ହାସଲ କରିବା ସହ ଚଳିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ପଲାମ ଏ ଷ୍ଟାଡିୟମରେ ଖେଳାଯାଇଥିବା କର୍ଣ୍ଣାଟକ ବିପକ୍ଷର ଦ୍ବିତୀୟ ସେମିଫାଇନାଲରେ ଶ' ଶତକୀୟ ଇଂନିସ ଖେଳିଥିଲେ ।

ବିଜୟ ହଜାରେ ଟ୍ରଫି 2021ରେ ପୃଥୀ ଶ'ଙ୍କ ଶତକ:

  • 105* (89) ବନାମ ଦିଲ୍ଲୀ, ଗ୍ରୁପ ଡି
  • 227* (152) ବନାମ ପୁଡୁଚେରୀ, ଗ୍ରୁପ ଡି
  • 185* (123) ବନାମ ସୌରାଷ୍ଟ୍ର, କ୍ବାର୍ଟର ଫାଇନାଲ
  • 165* (122) ବନାମ କର୍ଣ୍ଣାଟକ, ସେମିଫାଇନାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.