ନାଗପୁର: ମହାମାରୀ କୋରୋନା ଭାଇରସ ଲକଡାଉନ ଯୋଗୁଁ ଦେଶରେ ସମସ୍ତ ପ୍ରକାର କ୍ରିକେଟ ବନ୍ଦ ରହିଛି । ତେବେ ଏହାର ପ୍ରଭାବ ରାଜ୍ୟ ବୋର୍ଡ ମାନଙ୍କ ଆର୍ଥିକ ପରିଚାଳନା ଉପରେ ପଡିଛି ।
ବିଦର୍ଭ କ୍ରିକେଟ ଆସୋସିଏସନ(VCA) ଅମ୍ପାୟାରଙ୍କୁ 2019 ଡିସେମ୍ବରରୁ ଦରମା ପ୍ରଦାନ କରିପାରିନଥିବା ଜଣାପଡିଛି । ବୋର୍ଡ ପକ୍ଷରୁ ମାର୍ଚ୍ଚ ସୁଧା ସମସ୍ତ ବକେୟା ପରିଶୋଧ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର କ୍ରିକେଟ ବାତିଲ ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ମାର୍ଚ୍ଚ 31ରେ ଗୁଜଦର ଲିଗ ଦିନିକିଆ ଟୁର୍ଣ୍ଣାମେଣ୍ଟ ଶେଷ ହେବା ନେଇ ସୂଚୀ ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟ ପରେ ଅମ୍ପାୟାରଙ୍କ ବକେୟା ଅର୍ଥ ଦେବାପାଇଁ ଭିସିଏ ପକ୍ଷରୁ ଲକ୍ଷ୍ୟ ରହିଥିଲା । ମାତ୍ର 5ଟି ମ୍ୟାଚରେ ପରେ ଲକଡାଉନ କାରଣରୁ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟକୁ ଅଧାରୁ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲା ।
ଅମ୍ପାୟାରଙ୍କ ପକ୍ଷରୁ ବୋର୍ଡକୁ ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।