ETV Bharat / sports

ରସିଦ ଖାନଙ୍କ ଖୁଲାସା, ଏହି ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ବୋଲିଂ ହୋଇଥାଏ କଷ୍ଟକର - Rashid Khan on bowlling

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି, ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ, ୱେଷ୍ଟଇଣ୍ଡିଜର କ୍ରିସ ଗେଲ ଓ ଆଣ୍ଡ୍ରେ ରସେଲଙ୍କୁ ବୋଲିଂ କରିବା ସହଜ ନୁହେଁ ବୋଲି କହିଛନ୍ତି ଆଫଗାନିସ୍ତାନ ସ୍ପିନର ରସିଦ ଖାନ ।

Very top to bowl against Virat, ABD, Gayle, Russel: Rashid Khan
ରସିଦ ଖାନଙ୍କ ଖୁଲାସା, ଏହି ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ବୋଲିଂ ହୋଇଥାଏ କଷ୍ଟକର
author img

By

Published : Jun 14, 2020, 4:33 PM IST

ହାଇଦ୍ରାବାଦ: ଆଫଗାନିସ୍ତାନ ସ୍ପିନର ରସିଦ ଖାନ କେଉଁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ ସମୟରେ କଷ୍ଟକର ହେଇଥାଏ ଖୁଲାସା କରିଛନ୍ତି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି, ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ, ୱେଷ୍ଟଇଣ୍ଡିଜର କ୍ରିସ ଗେଲ ଓ ଆଣ୍ଡ୍ରେ ରସେଲଙ୍କୁ ବୋଲିଂ କରିବା ସହଜ ନୁହେଁ ବୋଲି କହିଛନ୍ତି । ଛୋଟ ଗ୍ରାଉଣ୍ଡରେ ଏହି ବିସ୍ପୋରକ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ବୋଲିଂ ଅଧିକ ଆହ୍ବାନପୂର୍ଣ୍ଣ ହୋଇଥାଏ ବୋଲି କହିଛନ୍ତି ।

ଟିମ ଇଣ୍ଡିଆ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ସହ ଇନଷ୍ଟାଗ୍ରାମ ଲାଇଭ ସେସନରେ ଏହା କହିଛନ୍ତି ରସିଦ ଖାନ । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)କୁ ନେଇ ମଧ୍ୟ ରସିଦ ଖାନ ବଡ ବୟାନ ଦେଇଛନ୍ତି । ରସିଦ କହିଛନ୍ତି ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଖେଳିବା, ବିଶ୍ବର ପ୍ରାୟ ସମସ୍ତ କ୍ରିକେଟରଙ୍କ ସ୍ବପ୍ନ ରହିଥାଏ ।

ଆଇପିଏଲ ପୂର୍ବରୁ ବାଂଲାଦେଶ ପ୍ରିମିୟର ଲିଗ ଖେଳିବାର ସୁଯୋଗ ମିଳିଥିଲା । ମାତ୍ର ଆଇପିଏଲ ଖେଳିବା ପରେ ଏକ ନିଆରା ଅଭିଜ୍ଞତା ହାସଲ ହୋଇଥିଲା । ବିଶ୍ବର ପ୍ରାୟ ସମସ୍ତ ଆଗଧାଡିର ଖେଳାଳିଙ୍କ ସହ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଖେଳିବା, ସୌଭାଗ୍ୟର କଥା ବୋଲି କହିଛନ୍ତି ରସିଦ । ସେ ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ଖେଳାଳି ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.