ହାଇଦ୍ରାବାଦ: ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମ 'ଚେପକ'ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଖେଳାଯିବ । ଏହି ଭେନ୍ୟୁ ଘରୋଇ ମାଟିରେ ଟିମ ଇଣ୍ଡିଆର ଅନ୍ୟତମ ବିଜୟ ଗଡ ରହିଛି । ଏଠାରେ ଭାରତୀୟ ଟିମ ଗସ୍ତରେ ଆସିଥିବା ଟିମ ସହ 32 ଟେଷ୍ଟ ମ୍ୟାଚ ଖେଳିଛି । ସେଥିରୁ 14ଟିରେ ବିଜୟୀ, 11ଟି ଡ୍ର ହୋଇଥିବା ବେଳେ ମାତ୍ର 6ଟିରେ ପରାଜିତ ହୋଇଛି । ବର୍ଷ 1986ରେ ଗୋଟିଏ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଡ୍ର ରହିଥିଲା ।
ଇଂଲଣ୍ଡ ସହ ଏହି ଷ୍ଟାଡିୟମରେ ମୋଟ 9ଥର ଇଂଲଣ୍ଡ ସହ ମୁହାଁମୁହିଁ ହୋଇଛି ଭାରତ । ଏଥିରୁ ଭାରତ 5ଟି ଓ ଇଂଲଣ୍ଡ 3ଟିରେ ବାଜିମାତ କରିଛି । 1982ରେ ଖେଳାଯାଇଥିବା ମ୍ୟାଚ ଟାଇ ରହିଥିଲା ।
ତେବେ 2016 ରେ ଇଂଲଣ୍ଡ ବିପକ୍ଷ ଶେଷ ମୁକାବିଲାରେ ଗୋଟିଏ ଇଂନିସ ଓ 75 ରନରେ ବଡ ବିଜୟ ହାସଲ କରିଥିଲା ଭାରତ । ଏହି ମ୍ୟାଚରେ କରୁଣ ନାୟର ଦ୍ବିତୀୟ ଭାରତୀୟ ଭାବେ ବିରେନ୍ଦ୍ର ସେହ୍ବାଗଙ୍କ ପରେ ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଥିଲେ । ଇଂଲଣ୍ଡ ପ୍ରଥମ ଇଂନିସରେ 477 ରନ କରିଥିଲା । ମୋଇନ ଅଲୀ 146 ଓ 88 ରନର ଇଂନିସ ଖେଳିଥିଲେ ବର୍ତ୍ତମାନ କ୍ୟାପଟେନ ଥିବା ଜୋ ରୁଟ ।
ଜବାବରେ ଭାରତ 797/7ରେ ପ୍ରଥମ ଇଂନିସ ଘୋଷଣା କରିଥିଲା । କରୁଣ ନାୟର 303 ରନରେ ଅପରାଜିତ ରହିଥିଲେ । କେଏଲ ରାହୁଲ 199 ରନର ଇଂନିସ ଖେଳିଥିଲେ । ପରେ ଇଂଲଣ୍ଡ ଦ୍ବିତୀୟ ଇଂନିସରେ 202 ରନରେ ସୀମିତ ରହିଥିଲା । ରବିନ୍ଦ୍ର ଜାଡେଜା ଘାତକ ବୋଲିଂ ସହ 25 ଓଭରରେ 48 ରନ ବ୍ୟୟରେ 7 ୱିକେଟ ହାସଲ କରିଥିଲେ ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଫେବୃଆରୀ 5-9 ପ୍ରଥମ ଖେଳାଯିବ । ସେହିପରି ଫେବୃଆରୀ 13-17 ଦ୍ବିତୀୟ ଟେଷ୍ଟ ଚେନ୍ନାଇରେ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ