କଟକ: କଟକରେ ସର୍ବଦା ରହିଥାଏ କ୍ରିକେଟ ଫିଭର । ସବୁ ସମୟରେ କ୍ରିକେଟ ଖେଳ କଟକରେ ଦେଖିବାକୁ ମିଳେ । ତେବେ ଉପଯୁକ୍ତ ପ୍ରଶିକ୍ଷଣର ଅଭାବ ଓ ଉତ୍ତମ ପ୍ଲାଟଫର୍ମ ମିଳୁନଥିବାରୁ ଅନେକ କ୍ରିକେଟ ପ୍ରତିଭା ଆଗକୁ ବଢିପାରୁ ନାହାଁନ୍ତି ।
ଫଳରେ କ୍ରିକେଟକୁ କ୍ୟାରିୟର ଭାବେ ଚୟନ କରିବାର ସ୍ବପ୍ନ ଏକାଧିକ ଖେଳାଳିଙ୍କର ସଫଳ ହୋଇପାରେନି । ତେବେ ଏହି ସବୁର ସମାଧାନ ପାଇଁ ଆରମ୍ଭ ହୋଇଛି ପ୍ରୟାସ ।
କ୍ରିକେଟକୁ ଆହୁରି ଶାଣିତ ଓ ମଜଭୁତ କରିବା ପାଇଁ କଟକ ୟୁନିୟନ କ୍ଳବରେ ଆରମ୍ଭ ହୋଇଛି କ୍ରିକେଟ ଏକାଡେମୀ । 6 ବର୍ଷ ବୟସରୁ ଊର୍ଦ୍ଧ୍ବ ଖେଳାଳି ଏହି ଏକାଡେମୀରେ ପ୍ରଶିକ୍ଷଣ ଓ ମ୍ୟାଚ ଖେଳିବାର ସୁଯୋଗ ପାଇବେ । ଯାହାଦ୍ବାରା ଏକ ସଫଳ କ୍ରିକେଟ କ୍ୟାରିୟର ଗଢିବା ନେଇ ସକରାତ୍ମକ ଆତ୍ମବିଶ୍ବାସ ହୋଇପାରିବ ବୋଲି ଆଶା ରଖିଛନ୍ତି କ୍ଳବ ସମ୍ପାଦକ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ