ନୂଆଦିଲ୍ଲୀ: ଐତିହାସିକ ସଫଳତା ସହ 2019-20 ରଣଜୀ ସିଜିନକୁ ମିଳିଥିଲା ନୂଆ ରଣଜୀ ବିଜେତା ଟିମ । ଫାଇନାଲରେ ବେଙ୍ଗଲକୁ ହରାଇ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ହାତେଇଥିଲା ସୌରାଷ୍ଟ୍ର ।
ତେବେ ଅନ୍ୟଏକ କାରଣ ପାଇଁ ମଧ୍ୟ 2019-2020 ରଣଜୀ ସିଜିନ ଇତିହାସ ରଚିଥିଲା । ରଣଜୀ ଇତିହାସରେ ପ୍ରଥମ ଥର ପାଇଁ ଡିସେସନ ରିଭ୍ୟୁ ସିଣ୍ଟମ(ଡିଆରଏସ)ର ବ୍ୟବହାର କରାଯାଇଥିଲା ।
ସୀମିତ ଉପକରଣରେ ଡିଆରଏସର ସଫଳ ବ୍ୟବହାର ପାଇଁ ଅମ୍ପାୟାର ଧନ୍ୟବାଦ ଜଣାଇଛନ୍ତି । ଅମ୍ପାୟାର କେ ଏନ ଅନନ୍ତପଜଦ୍ମନଭନ , ଏସ ରବି ଓ ସାମସୁଦ୍ଦିନଙ୍କ ମଧ୍ୟରେ ଏକ ବାର୍ତ୍ତାଳାପରେ ଏହା କୁହାଯାଇଛି । ଏହାକୁ ବିସିସିଆଇ ପକ୍ଷରୁ ନିଜ ୱେବସାଇଟରେ ଅମ୍ପାୟାରଙ୍କ ବାର୍ତ୍ତାଳାପକୁ ସ୍ଥାନ ଦିଆଯାଇଛି ।