ETV Bharat / sports

u-19 ବିଶ୍ବକପ: ଭାରତ-ବାଂଲାଦେଶ ଫାଇନାଲ ଲଢେଇ

author img

By

Published : Feb 6, 2020, 11:49 PM IST

9 ଫେବୃଆରୀରେ ଭାରତ-ବାଂଲାଦେଶ ମଧ୍ୟରେ  ଫାଇନାଲ ଟକ୍କର । ଗୁରୁବାର ବାଂଲାଦେଶ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ 19 ବର୍ଷ କମ୍‌ ବିଶ୍ବକପ୍‌ର ଫାଇନାଲ ମ୍ୟାଚରେ ପ୍ରବେଶ କରିଛି ।

u19-world-cup
u19-world-cup

ପୋଚେପଷ୍ଟ୍ରୋମ୍‌: 19 ବର୍ଷ କମ୍‌ ବିଶ୍ବକପ ଫାଇନାଲ ମ୍ୟାଚରେ ଡିଫେଣ୍ଡିଙ୍ଗ ଚମ୍ପିଆନ ଭାରତକୁ ଭେଟିବ ଯୁବ ବାଂଲାଦେଶ ଟିମ୍‌ । ଫେବୃଆରୀ 4ରେ ଭାରତ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ଦଳକୁ 10 ଓ୍ବିକେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ତେବେ 9 ଫେବୃଆରୀରେ ଭାରତ-ବାଂଲାଦେଶ ମଧ୍ୟରେ ଫାଇନାଲ ଟକ୍କର ହେବ ।

ଗୁରୁବାର ନ୍ୟୁଜିଲାଣ୍ଡ-ବାଂଲାଦେଶ ମଧ୍ୟରେ 2ୟ ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା । ବାଂଲାଦେଶର ଯୁବ ଖେଳାଳିମାନେ ଦମ୍‌ଦାର ପ୍ରଦର୍ଶନ କରି 6 ଓ୍ବିକେଟରେ କିଓ୍ବି ଦଳକୁ ମାତ୍‌ ଦେଇ ଇତିହାସ ରଚିଛନ୍ତି । ଅକ୍‌ବର ଅଲ୍ଲୀଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ବାଂଲାଦେଶ 19 ବର୍ଷରୁ କମ ବିଶ୍ବକପ୍‌ରେ ଫାଇନାଲ ମ୍ୟାଚରେ ସ୍ଥାନ ପକ୍କା କରିଛି ।

ବାଂଲାଦେଶ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଅକବର ଅଲ୍ଲୀଙ୍କ ଦଳ 211ରନ୍‌ରେ କିଓ୍ବି ଟିମକୁ ରୋକିଥିଲା । ତେବେ 213ରନ୍‌ର ଟାର୍ଗଟକୁ ପିଛା କରି ବାଂଲା ଟିମ 44.1 ଓଭରରେ 4ଓ୍ବିକେଟ ହରାଇ 215ରନ ହାସଲ କରି କ୍ବିଓ୍ବି ଟିମକୁ ମାତ୍‌ ଦେଇଛି ।

ଏବେ ଭାରତ-ବାଂଲାଦେଶ ମଧ୍ୟରେ ସିନ୍‌ଓ୍ବେସ୍‌ ପାର୍କ ଗ୍ରାଉଣ୍ଡରେ ଫେବୃଆରୀ 9ରେ ଫାଇନାଲ ମ୍ୟାଚ ଖେଳାଯିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.