ବ୍ଳୋଏମଫୋଣ୍ଟେନ: 19 ବର୍ଷରୁ କମ କ୍ରିକେଟ ବିଶ୍ବକପରେ 5ମ ଥର ଚମ୍ପିଆନ ଆଡକୁ ଆଉ ପାଦେ ଆଗେଇଛି ଭାରତ । ପ୍ରଥମେ ଶ୍ରୀଲଙ୍କା, ଜାପାନ ପରେ ନ୍ୟୁଜିଲାଣ୍ଡକୁ ପରାଜୟର ରାସ୍ତା ଦେଖାଇଛି ଭାରତ । ଶୁକ୍ରବାର ଖେଳାଯାଇଥିବା ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ 44 ରନରେ ହରାଇଛି । ଫଳ ହାଟ୍ରିକ ବିଜୟ ସହ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଜୁନିୟର ଟିମ ଇଣ୍ଡିଆ ।

କ୍ରିକେଟର ସମସ୍ତ ବିଭାଗରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ମେନ ଇନ ବ୍ଳୁ । କ୍ବାର୍ଟରଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ଭାରତ । ଶେଷ ବଲରେ ବିଜୟ ସହ ଇଂଲଣ୍ଡକୁ ହରାଇ କ୍ବାର୍ଟର ଫାଇନାଲରେ ପହଞ୍ଚିଛି କଙ୍ଗାରୁ ଟିମ । ତେବେ ଜବରଦସ୍ତ ଫର୍ମରେ ଥିବା ପ୍ରିୟମ ବାହିନୀ କ୍ବାର୍ଟରଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ।
