ETV Bharat / sports

U-19 ଭାରତ-ଅଷ୍ଟ୍ରେଲିଆ ବିଶ୍ବକପ୍: ବ୍ୟାଟିଂ କରିବ ଭାରତ

author img

By

Published : Jan 28, 2020, 1:13 PM IST

Updated : Jan 28, 2020, 1:21 PM IST

ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା 19 ବର୍ଷରୁ କମ ବିଶ୍ବକପର ଆଜି ପ୍ରଥମ ସୁପର ଲିଗ କ୍ବାର୍ଟରଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛିି । ଅଧିକ ପଢନ୍ତୁ...

U-19 WC 2020
U-19 ବିଶ୍ବକପ

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା 19 ବର୍ଷରୁ କମ ବିଶ୍ବକପର ଆଜି ପ୍ରଥମ ସୁପର ଲିଗ କ୍ବାର୍ଟରଫାଇନାଲ ମୁକାବିଲା । ଟୁର୍ଣ୍ଣାମେଣ୍ଟରେ ଲିଗ ପର୍ଯ୍ୟାୟରେ ଅପରାଜେୟ ଥିବା ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ । ବିଜୟୀ ଦଳ ସେମିଫାଇନାଲ ଟିକେଟ ହାତେଇବ । ସେଥିପାଇଁ ଉଉୟ ଦଳ ମଧ୍ୟରେ କଡା ଟକ୍କର ଦେଖବାକୁ ମିଳିବା ନେଇ ଆଶା କରାଯାଉଛି । କ୍ବାର୍ଟର ଫାଇନାଲ ମୁକାବିଲା ସେନୱେସ ପାର୍କ, ପୋଟଚେଫଷ୍ଟ୍ରମରେ ଖେଳାଯାଉଛି । ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

U-19 WC 2020
ଭାରତ ବନାମ ଅଷ୍ଟ୍ରେଲିଆ, 19 ବର୍ଷରୁ କମ ବିଶ୍ବକପ କ୍ବାର୍ଟରଫାଇନାଲ

ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ପୂର୍ବରୁ 4ଥର ଚମ୍ପିଆନ ହୋଇସାରିଛି ଜୁନିୟର ଟିମ ଇଣ୍ଡିଆ । ଚଳିତ ଥର କ୍ରିକେଟର ସମସ୍ତ ବର୍ଗରେ ଭାରତ ଦମଦାର ପ୍ରଦର୍ଶନ କରିଥିବାରୁ କ୍ବାର୍ଟରଫାଇନାଲରେ ଭାରତର ପଲ୍ଲା ଭାରୀ ରହିଛି ।

2011 କ୍ରିକେଟ ବିଶ୍ବକପରେ ଭାରତୀୟ ସିନିୟର 2ୟ ଥର ମହେନ୍ଦ୍ରସିଂହ ସଧୋନିଙ୍କ ଅଧିନାୟକତ୍ବରେ ବିଶ୍ବକପ ବିଜୟୀ ହୋଇଥିଲା । କ୍ବାର୍ଟରଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇଥିଲେ ଧୋନି ଧୁରଧଁର । ଯୁବରାଜ ସିଂହ ଓ ଧୋନିଙ୍କ ଦମଦାର ପାଳି ସହାୟତାରେ କଙ୍ଗାରୁ ଟିମକୁ ଟୁର୍ଣ୍ଣାମମେଣ୍ଟରୁ ବିଦାୟର ରାସ୍ତା ଦେଖାଇଥିଲା ସିନିୟର ଟିମ ଇଣ୍ଡିଆ ।
ସେଥିପାଇଁ 2 ଜୁନିୟର ଦଳ ମଧ୍ୟରେ ଏହି ହାଇଭୋଲଟେଡ ଆଇସିସି ବିଶ୍ବକପ କ୍ବାର୍ଟରଫାଇନାଲ ପାଇଁ ଉତ୍କଣ୍ଠା ବଢିବାରେ ଲାଗିଛି ।

19 ବର୍ଷରୁ କମ ଭାରତୀୟ ଦଳ: ଜଶଶ୍ବୀ ଜୟଶ୍ବାଲ, ଦିବ୍ୟାଂସ ସାକସେନା, ତିଳକ ବର୍ମା, ପ୍ରିୟମ ଗର୍ଗ(କ୍ୟାପଟେନ), ଧ୍ରୁବ ଜୁରେଲ(ୱିକେଟ କିପର), ଶିଧେସ ବୀର, ଶୁଭଙ୍ଗ ହେଗଡେ, ସୁଶାନ୍ତ ମିଶ୍ର, ରବି ବିଷ୍ଣୋଇ, ଆକାଶ ସିଂହ, କାର୍ତ୍ତିକ ତ୍ୟାଗୀ, ବିଦ୍ୟାଧର ପାଟିଲ, ସୁଶାନ୍ତ ରାୱତ, ଅଥର୍ବ ଆଙ୍କୋଲେକର, କୁମାର କୁଶାଗ୍ରା ।

19 ବର୍ଷରୁ କମ ଅଷ୍ଟ୍ରେଲିଆ ଦଳ: ମାକେନଜି ହାର୍ଭେ(କ୍ୟାପଟେନ), ପାଟ୍ରିକ ରୋଏ(ୱିକେଟ କିପର), ସାମ ଫାନିଂ, ଜେକ ଫ୍ରେସର-ମାକର୍ଗ, ଲଚନାନ ହେରନ, ଓଲିଭର ଡେଭିସ, ଲିଆମ ସ୍କଟ, ତମଭିର ସଙ୍ଗ, କନ୍ନର ସୁଲି, ଟଡ ମୁର୍ଫି, ବ୍ରାଡଲି ସିମ୍ପସନ, ଲିଆମ ମାର୍ଶାଲ, କୋରେ କେଲି, ମାଥ୍ୟୁ ୱିଲିୟନସ, କୁପର କନଲି ।

Intro:Body:

BLANK FOR LINK 

Conclusion:
Last Updated : Jan 28, 2020, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.