ETV Bharat / sports

U-19 ବିଶ୍ବକପ: ସେମି ଲଢେଇରେ ଭାରତ-ପାକିସ୍ତାନ

author img

By

Published : Feb 4, 2020, 10:17 AM IST

ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା 19 ବର୍ଷରୁ କମ ବିଶ୍ବକପ ସେମିଫାଇନାଲରେ ଭାରତ ପାକିସ୍ତାନ ମଧ୍ୟରେ ଫାଇନାଲ ଟିକେଟ ହାତେଇବା ପାଇଁ ଲଢେଇ ହେବ ।

U-19 WC 2020
U-19 ବିଶ୍ବକପ

ପୋଟଚେଷ୍ଟ୍ରମ: ଆଜି ପୁଣି କ୍ରିକେଟ ମଇଦାନରେ ମୁହାଁମୁହିଁ ହେଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ। ଦୁଇ ପଡୋଶୀ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କରେ ତିକ୍ତତା ଚରମ ସୀମାରେ ରହିଛି । ଏଭଳି ସ୍ଥିତିରେ 19 ବର୍ଷରୁ କମ ବିଶ୍ବକପରେ ସେମିଫାଇନାଲରେ ଦୁଇ ଜୁନିୟର ଟିମ ମଧ୍ୟରେ ଲଢେଇକୁ ନେଇ ଉତ୍କଣ୍ଠା ବୃଦ୍ଧି ପାଇଛି । ସେମିଫାଇନାଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଟିମ । ସେନୱେସ ପାର୍କ, ପୋଟଚେଷ୍ଟ୍ରମରେ ଏହି ହାଇଭୋଲ଼େଜ ମ୍ୟାଚ ଖେଳାଯିବ ।

U-19 WC 2020
U-19 ବିଶ୍ବକପରେ 4ଥର ଚମ୍ପିଆନ ହୋଇଛି ଭାରତ
U-19 WC 2020
ପାକିସ୍ତାନ ଦଳ

ତେବେ ପ୍ରଦର୍ଶନ ଦୃଷ୍ଟିରୁ ଭାରତୀୟ ଦଳ ପାକିସ୍ତାନ ଠାରୁ ଢେର ଆଗରେ ରହିଛି । ପ୍ରିୟମ ଗର୍ଗଙ୍କ ନେତୃତ୍ବରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ପର୍ଯ୍ୟନ୍ତ ଅପରାଜେୟ ରହିଛି ।

କ୍ବାର୍ଟର ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ସେମିରେ ପ୍ରବେଶ କରିଥିଲା ଭାରତ । ଅନ୍ୟପଟେ ପାକିସ୍ତାନ ଆଫଗାନିସ୍ତାନକୁ ହରାଇ ସେମିରେ ପହଞ୍ଚିଛି ।

U-19 WC 2020
ଭାରତୀୟ ଦଳ

ଭାରତୀୟ ଦଳ: ପ୍ରିୟମ ଗର୍ଗ(କ୍ୟାପଟେନ), ଧ୍ରୁବ ଜୁରେଲ(ୱିକେଟ କିପର), ଜଶସ୍ବୀ ଜୟଶ୍ବାଲ, ଦିବ୍ୟାଂଶ ସାକ୍ସେନା, ତିଳିବ ବର୍ମା, ଶିଧେଶ ବୀର, ଅଥର୍ବ ଆଙ୍କୋଲେକର, ରବି ବିଷ୍ଣୋଇ, ସୁଶାନ୍ତ ମିଶ୍ର, କାର୍ତ୍ତିକ ତ୍ୟାଗୀ, ଆକାଶ ସିଂହ, ବିଦ୍ୟାଧର ପାଟିଲ, ଶୁଭଙ୍ଗ ହେଗଡ, ସୁଶାନ୍ତ ରାୱତ କୁସାଗ୍ରା ।

ପାକିସ୍ତାନ ଦଳ: ରୋହେଲ ନାଜିର(କ୍ୟାପଟେନ/ୱିକେଟ କିପର), ହାଇଦର ଅଲ୍ଲୀ, ମହମ୍ମଦ ହୁରାଇର, ଫହାଦ ମୁନିର, କ୍ବାସିମ ଆକ୍ରମ, ମହମ୍ମଦ ହାରିସ, ଇରଫାନ ଖାନ, ଆବାସ ଆଫ୍ରିଦି, ତାହିର ହୁସେନ, ଅମିର ଅଲ୍ଲୀ, ମହମ୍ମଦ ଅମିର ଖାନ, ମହମ୍ମଦ ୱାସିମ, ଅବଦୁଲ ବାଙ୍ଗାଲଜାଇ, ମହମ୍ମଦ ସେହଜାଦ, ଆରିସ ଅଲ୍ଲୀ ଖାନ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.