ETV Bharat / sports

ଆଇପିଏଲ ଇତିହାସରେ ଶ୍ରେଷ୍ଠ 5 ସୁପର ଓଭରରେ ସୁପର ମୁକାବିଲା

ବର୍ଷ 2008ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ଶ୍ରେଷ୍ଠ ବନାମ ଶ୍ରେଷ୍ଠ ମଧ୍ୟରେ ଲଢେଇ ହୁଏ । ଏହାର ଭରପୁର ମଜା ଦର୍ଶକ ଉଠାଇଥାନ୍ତି । କ୍ରିକେଟ ମନୋରଞ୍ଜନ ଆକାରରେ ଆଇପିଏଲ କ୍ରିକେଟପ୍ରେମୀଙ୍କୁ ଅନେକ କିଛି କିଛି ଦେଇଛି । ତେବେ ଆଇପିଏଲରେ ସୁପର ଓଭରର ରୋମାଞ୍ଚ ସବୁବେଳେ ନିଆରା...

author img

By

Published : Apr 11, 2020, 4:03 PM IST

Top 5 breathtaking super over finishes in IPL history
ଆଇପିଏଲ ଇତିହାସରେ ଶ୍ରେଷ୍ଠ 5 ସୁପର ଓଭରରେ ସୁପର ମୁକାବିଲା

ହାଇଦ୍ରାବାଦ: କ୍ରିକେଟର 3ଟି ଫର୍ମାଟରେ ଫଟାଫଟ କ୍ରିକେଟ ବା ଟି-20 କ୍ରିକେଟ ଦର୍ଶକଙ୍କ ବିପୁଳ ଗ୍ରହଣୀୟତା ହାସଲ କରିଛି । ତେବେ ବିଶ୍ବରେ ଖେଳାଯାଉଥିବା ଟି-20 ଲିଗ ମଧ୍ୟରୁ ଇଣ୍ଡିଆନ ପ୍ରିମିୟର ଲିଗ ସବୁଠୁ ଅଧିକ ପ୍ରଭାବଶାଳୀ । ଯୁବ କ୍ରିକେଟର, ସିନିୟର କ୍ରିକେଟର, ଦର୍ଶକ ସମସ୍ତଙ୍କୁ ପାଇଁ ଆଇପିଏଲ ଅନେକ କିଛି ଦେଇଛି । ଅନେକ ସମୟରେ ଟିମ ଇଣ୍ଡିଆ ବିଶ୍ବକ୍ରିକେଟରେ ଆଧିପତ୍ୟ ବିସ୍ତାର କରିବା ପଛରେ ଆଇପିଏଲର ଅବଦାନ ରହିଥିବା ଚର୍ଚ୍ଚା ହୁଏ । ତେବେ ସବୁଠୁ ଗରୁତ୍ବପୂର୍ଣ୍ଣ କଥା ହେଉଛି ବର୍ଷ 2008ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ( ଆଇପିଏଲ)ରେ ଶ୍ରେଷ୍ଠ ବନାମ ଶ୍ରେଷ୍ଠ ମଧ୍ୟରେ ଲଢେଇ ହୁଏ । ଏହାର ଭରପୁର ମଜା ଦର୍ଶକ ଉଠାଇଥାନ୍ତି । କ୍ରିକେଟ ମନୋରଞ୍ଜନ ଆକାରରେ ଆଇପିଏଲ କ୍ରିକେଟପ୍ରେମୀଙ୍କୁ ଅନେକ କିଛି କିଛି ଦେଇଛି । ତେବେ ଆଇପିଏଲରେ ସୁପର ଓଭରର ରୋମାଞ୍ଚ ସବୁବେଳେ ନିଆରା...

ନଜର ପକାନ୍ତୁ ଆଇପିଏଲ ଇତିହାସରେ ଘଟିଥିବା 5ଟି ରୋମାଞ୍ଚକର ଆଇପିଏଲ ମୁକାବିଲା ଉପରେ...

ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ ରାଇଡର୍ସ (ଆଇପିଏଲ-2019)

ପଏଣ୍ଟ ଦୃଷ୍ଟିରୁ ଏହି ମ୍ୟାଚ ଉଭୟ ଟିମ ପାଇଁ କର ବା ମର ଥିଲା । ପ୍ରଥମେ ବ୍ୟାଟିଂ କରି କେକେଆର 185 ରନ ସଂଗ୍ରହ କରିଥିଲା । ଆଣ୍ଡ୍ରେ ରସେଲ ଅବିଶ୍ବସନୀୟ 28 ବଲରୁ 62 ରନର ବିସ୍ପୋରକ ଇଂନିସ ଖେଳିଥିଲେ । 186 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପୃଥ୍ବୀ ଶ 99 ରନର ଇଂନିସ ଖେଳି ଦିଲ୍ଲୀକୁ ବିଜୟ ମୁହାଁ କରାଇଥିଲେ । ତେବେ ପୃଥ୍ବୀ ଶଙ୍କ ୱିକେଟ ପତନ ପରେ ହନୁମା ବିହାରୀ ଓ କଲିନ ଇନଗ୍ରାମ ବଡସଟ ଖେଳିପାରେ ବିଫଳ ହେଲେ । ଫଳରେ ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା । ପ୍ରସିଧ କ୍ରୀଷ୍ଣା କେକେଆର ପକ୍ଷରୁ ମାତ୍ର 10 ରନ ସୁପର ଓଭରରେ ବ୍ୟୟ କରି ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟରଙ୍କ ୱିକେଟ ହାସଲ କରିଥିଲେ । ପରେ ନାଇଟ ରାଇଡର୍ସ 11 ରନର ସହଜ ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ପଡିଆକୁ ଓହ୍ଲାଇଥିଲା । ସାମ୍ନାରେ ଥିଲେ ଦୁର୍ଦ୍ଦଶ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆଣ୍ଡ୍ର ରସେଲ । ଦିଲ୍ଲୀ ପକ୍ଷରୁ କାସିଗୋ ରବାଡା କିନ୍ତୁ ଆଇପିଏଲ ସୁପର ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଓଭର ବୋଲିଂ କରିଥିଲେ । 5ଟି ବଲରେ 7ରନ ବ୍ୟୟ କରିବା ପରେ ଶେଷ ବଲରେ ରସେଲଙ୍କୁ ଆଉଟ କରିଥିଲେ । ଫଳରେ 3 ରନରେ କେକେଆରକୁ ହରାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ(ଆଇପିଏଲ-2019)

2019 ଆଇପିଏଲରେ ଆଉ ଏକ ଚର୍ଚ୍ଚିତ ସୁପର ଓଭର ମୁକାବିଲା ଦେଖିବାକୁ ମିଳିଥିଲା ଦୁଇ ଶକ୍ତିଶାଳୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବଦ ମଧ୍ୟରେ । ୱାଙ୍ଖେଡେ ଷ୍ଟାଡିୟମ ଏହି କଡା ମୁକାବିଲାର ସାକ୍ଷି ପାଲଟିଥିଲା । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ 20 ଓଭରରେ 162 ରନ କରିଥିଲା । 58 ବଲରୁ 69 ରନର ଇଂନିସ ଖେଳିଥିଲେ କ୍ବିଣ୍ଟନ ଡିକକ । ଏହାପରେ 163 ରନର ବିଜୟ ଲକ୍ଷକୁ ପିଛାକରି ସନରାଇଜର୍ସ ହାଇଦ୍ରାବାଦ ଦମଦାର ଆରମ୍ଭ କରିଥିଲା । ଓପନର ମାର୍ଟିନ ଗୁପ୍ଟିଲ, ରିଦ୍ଧିମାନ ଶାହାଙ୍କ ପରେ ମନିଷ ପାଣ୍ଡେ ଅପରାଜିତ 71 ରନର ଇଂନିସ ଖେଳିଥିଲେ । ତେବେ ପାଣ୍ଡଙ୍କ ଇଂନିସ ହାଇଦ୍ରବାଦକୁ ବିଜୟ ଦେଇପାରିନଥିଲା । ସମାନ ସ୍କୋରରେ ଅଟକିଯାଇଥିଲା ସନରାଇଜର୍ସ । ଏହାପରେ ସୁପର ଓଭର ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ମାତ୍ର 9 ରନ କରିପାରିଥିଲା । ଓଭରର ପ୍ରଥମ ବଲରେ ବୁମରାା ମନିଷ ପାଣ୍ଡେଙ୍କୁ ପାଭିଲିୟନ ପଠାଇଥିଲେ । ଏହାପରେ ମୁମ୍ବାଇ ସୁପର ଓଭର ବିଜୟ ପାଇଁ ପଡିଆରେ ପହଞ୍ଚିଥିଲା । ତେବେ ସନରାଇଜର୍ସ କ୍ୟାପଟେନ ୱିଲିୟମସନ ସ୍ପିନର ରସିଦ ଖାନଙ୍କୁ ବୋଲିଂ ଦାୟିତ୍ବ ଦେଇଥିଲେ । ମାତ୍ର ପ୍ରଥମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ବିରାଟ ଛକା ମାରି ମୁମ୍ବାଇ ବିଜୟକୁ ସୁନିଶ୍ଚିନ୍ତ କରିଥିଲେ ।

ରାଜସ୍ଥାନ ରୟାାଲ୍ସ ବନାମ କିଙ୍ଗ୍ସ ଇଲେଭେନ ପଞ୍ଜାବ(ଆଇପିଏଲ-2019)

2015 ଆଇପିଏଲରେ ଏହି ଦୁଇ ଟିମ ମଧ୍ୟରେ ଦେଖିବାକୁ ମିଳିଥିଲା ଏକ ସ୍ମରଣୀୟ ସୁପର ଓଭର ମ୍ୟାଚ । ପ୍ରଥମେ ବ୍ୟାଟିଂ କରି ଅଜିଙ୍କ୍ୟ ରାହାଣେଙ୍କ 54 ବଲରୁ 74 ରନ ବଳରେ 191 ରନର ବିଶାଳ ସ୍କୋର କରିଥିଲା । 192 ରନର ଲକ୍ଷ୍ୟକୁ ପିଛା କରି କ୍ୟାପଟେନ ବିରେନ୍ଦ୍ର ସେହୱାଗ, ଓ ମୁରଲି ବିଜୟଙ୍କ ୱିକେଟ ଶ୍ରୀଘ୍ର ହରାଇ ସଂକଟରେ ପଡିଥିଲା । ତେବେ ସନ ମାର୍ଶଙ୍କ 40 ବଲରୁ 65 ଓ ଡେଭିଡ ମିଲରଙ୍କ 30 ବଲରେ 54 ରନର ଇଂନିସ ସ୍କୋରକୁ ବରାବର କରିଥିଲା । ପରେ ସୁପର ଓଭରରେ ମ୍ୟାଚର ନିର୍ଣ୍ଣୟ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି କିଙ୍ଗ୍ସ ଇଲେଭେନ ପଞ୍ଜାବ 15 ରନ କରିଥିଲା । ସନ ମାର୍ସ ଧୁଆଁଧାର ହାଟ୍ରିକ ଚୌକା ହାସଲ କରିଥିଲେ । ଏହାପରେ ରାଜସ୍ଥାନ ରୟାଲ୍ସ ସୁପର ଓଭରରେ ମାତ୍ର 6 ରନ କରିବାକୁ ସମର୍ଥ ହୋଇଥଲା ।

ରାଜସ୍ଥାନ ରୟାଲ୍ସ ବନାମ କୋଲକାତା ନାଇଟ ରାଇଡର୍ସ(ଆଇପିଏଲ-2014)

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଧାରିତ 20 ଓଭରରେ ରାହାଣେଙ୍କ 72 ବଲରୁ 59 ରନ ବଳରେ 152 ରନ କରିବାକୁ ସମର୍ଥ ହୋଇଥିଲା । ପରେ କ୍ୟାପଟେନ ଗୌତମ ଗମ୍ଭୀରଙ୍କ 45 ରନକୁ ବାଦଦଲେ, ନାଇଡର୍ସର ଅନ୍ୟ ବ୍ୟାଟ୍ସମ୍ୟାନ ଫେଲ ମାାରିଥିଲେ । ଫଳରେ ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା । ରାଜସ୍ଥାନ ରୟାଲ୍ସ ସାମ୍ନାରେ 11 ରନର ଟାର୍ଗେଟ ରଖିଥିଲା କେକେଆର । ତେବେ ସୁପର ଓଭରରେ ଷ୍ଟିଭ ସ୍ମିଥ, ସେନ ୱାଟସନଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ମଧ୍ୟ ବିଜୟ ହାସଲ କରିପାରିନଥିଲା ରାଜସ୍ଥାନ । ସମାନ ସ୍କୋରରେ ପୁଣି ଶେଷ ହୋଇଥିଲା ମ୍ୟାଚ । ତେବେ ଅଧିକ ବାଉଣ୍ଡ୍ରୀ ଆଧାରରେ ରାଜସ୍ଥାନକୁ ବିଜେତା ଘୋଷଣା କରାଯ।ଇଥିଲା ।

ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଦିଲ୍ଲୀ ଡେୟାର ଡେଭିଲ୍ସ(ଆଇପିଏଲ-2013)

ବିଶ୍ବର ସବୁଠୁ ଧନୀ ଟି-20 ଲିଗ ଆଇପିଏଲ ଇତିହାସରେ ଆରସସିବି ଓ ଦିଲ୍ଲୀ ଡେୟାରଡେଭିଲ୍ସ(ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ମଧ୍ୟରେ ଖେଳାଯାଇଥିଲା । ଦିଲ୍ଲୀ ଡେୟାରଡେଭିଲ୍ସ ପ୍ରଥମେ ବ୍ୟାଟିଂ କରି 153 ରନର ବିଜୟ ଲକ୍ଷ୍ୟ ରଖିଥିଲା । ସେହୱାାଗ 25, ମାହେଲା ଜୟବର୍ଦ୍ଧନେ 28 ଓ କେଦାର ଯାାଦବ 29 ରନର ଯୋଗଦାନ କରିଥିଲେ । ଏହାପରେ ବିଜୟ ଲକ୍ଷ୍ୟକୁ ପିଛା କରି ବିରାଟ କୋହଲିଙ୍କ 65 ଓ ଏବି ଡିଭିଲିୟର୍ସଙ୍କ 39 ପରେ ଆରସିବିର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ତେବେ ଶେଷ ଭାଗରେ ରବି ରାମପାଲ 7 ବଲରେ 12 ରନ ବଳରେ ଆରସିବି 152 ରନରେ ପହଞ୍ଚିଥିଲା । ଏହାପରେ ସୁପର ଓଭର ଖେଳାଯାଇଥିଲା । ଆରସିବି ପ୍ରଥମେ ବ୍ୟାଟିଂ କରି 15 ରନ କରିଥିଲା । ତେବେ ଦିଲ୍ଲୀ ମାତ୍ର 11 ରନ କରିବାକୁ ସମର୍ଥ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.