ETV Bharat / sports

ବିଗ ବାସ ଲିଗରେ ଯୋଡି ହେଲା 3 ନୂଆ ନିୟମ

author img

By

Published : Nov 16, 2020, 10:48 PM IST

ବିଗ ବାସ ଲିଗ(ବିବିଏଲ)ର 10ମ ସିଜନ ଆଗାମୀ ମାସରେ ଆରମ୍ଭ ହେବେ । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । । ଟି-20 କ୍ରିକେଟକୁ ଆହୁରି ରୋମାଞ୍ଚକର କରିବା ପାଇଁ 3ଟି ନିୟମର ପରିବର୍ତ୍ତନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବିଗ ବାସ ଲିଗରେ ଯୋଡି ହେଲା 3 ନୂଆ ନିୟମ
ବିଗ ବାସ ଲିଗରେ ଯୋଡି ହେଲା 3 ନୂଆ ନିୟମ

ହାଇଦ୍ରାବାଦ: ବିଗ ବାସ ଲିଗ(ବିବିଏଲ)ର 10ମ ସିଜିନ ଆଗାମୀ ମାସରେ ଆରମ୍ଭ ହେବେ । ବିବିଏଲର ପ୍ରଥମ ମୁକାବିଲା 10 ଡିସେମ୍ବରକୁ ହୋବର୍ଟ ହରିକେଂସ ଓ ସିଡନୀ ସିକ୍ସସର ମଧ୍ୟରେ ଖେଳାଯିବ । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଟି-20 କ୍ରିକେଟକୁ ଆହୁରି ରୋମାଞ୍ଚକର କରିବା ପାଇଁ 3ଟି ନିୟମର ପରିବର୍ତ୍ତନ କରାଯାଇଛି ।

ବିଗ ବାସ ଲିଗ
ବିଗ ବାସ ଲିଗ

ପାଓ୍ବାରପ୍ଲେରେ ପରିବର୍ତ୍ତନ

ବିଗ ବାସ ଲିଗ
ବିଗ ବାସ ଲିଗ

ଟି-20 ଫର୍ମାଟରେ ପ୍ରଥମ 6ଓଭରରେ ପାଓ୍ବାର ପ୍ଲେ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ 4ଓଭର ପାଓ୍ବାର ପ୍ଲେ ଦେଖିବାକୁ ମିଳିବ । ବାକି 2ଟି ଓଭରକୁ ବ୍ୟାଟିଂ ଟିମ 11ଓଭର ପରେ କେତେବେଳେ ବି ବ୍ୟବହାର କରିପାରିବେ ।

x-ଫ୍ୟାକ୍ଟର ଖେଳାଳି

ବିଗ ବାସ ଲିଗ
ବିଗ ବାସ ଲିଗ

2ୟ ନିୟମ ହେଲା ପ୍ରଥମ ପାଳିରେ 10ଓଭରର ଖେଳ ସମାପ୍ତ ହେବା ପରେ ଟିମ ନିଜର x-ଫ୍ୟାକ୍ଟର ଖେଳାଳିକୁ ଖେଳାଇ ପାରିବ । ତେବେ ଉକ୍ତ ଖେଳାଳିର ନାଁ 12 କିମ୍ବା 13ତମ ପ୍ଲେୟାରଭାବେ ଟିମରେ ସାମିଲ କରାଯିବ । ବ୍ୟାଟିଂ କରି ନଥିବା ଖେଳାଳି କିମ୍ବା ଗୋଟିଏ ଓଭରରୁ ଅଧିକ ବୋଲିଂ କରି ନଥିବା ଖେଳାଳିଙ୍କ ସ୍ଥାନରେ x-ଫ୍ୟାକ୍ଟର ଖେଳାଳି ଗ୍ରାଉଣ୍ଡକୁ ଆସିପାରିବେ ।

ବେଶ୍‌ ବୁଷ୍ଟ

ଏଥିରେ 2ଟିମ ପାଇଁ 4ପଏଣ୍ଟ ରହିଛି । 3ପଏଣ୍ଟ ବିଜୟୀ ଦଳକୁ ଓ 1ପଏଣ୍ଟ ବେଶ୍‌ ବୁଷ୍ଟ ରହିବ । ଯଦି ମ୍ୟାଚ ଡ୍ର ହେଲା । ତେବେ ବିଜୟଲକ୍ଷ୍ୟକୁ ପିଛା କରୁଥିବା ଟିମର 10ଓଭରରେ କେତେ ରନ୍‌ କରିଛି ଓ ବିପକ୍ଷ ଦଳ ପ୍ରଥମେ ବ୍ୟାଟିଂ କରି 10ଓଭରରେ କେତେ ରନ କରିଥିଲା ତାହା ତୁଳନା କରାଯିବ । ଯେଉଁ ଟିମ ଅଧିକ ରନ୍‌ ସଂଗ୍ରହ କରିଥିବ ତାକୁ 1ପଏଣ୍ଟ ବେଶ୍‌ ବୁଷ୍ଟ ହିସାବରେ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.