ETV Bharat / sports

ମ୍ୟାଚ ଫିକ୍ସିଂରେ ଶ୍ରୀଲଙ୍କାର 3 କ୍ରିକେଟର, ତଦନ୍ତ କରୁଛି ଆଇସିସି - ତଦନ୍ତ କରୁଛି ଆଇସିସି

ଶ୍ରୀଲଙ୍କାର 3 କ୍ରିକେଟରଙ୍କ ମ୍ୟାଚ ଫିକ୍ସିଂରେ ସମ୍ପୃକ୍ତି ନେଇ ଆଇସିସି ତଦନ୍ତ କରୁଛି ବୋଲି ଶ୍ରୀଲଙ୍କା କ୍ରୀଡା ମନ୍ତ୍ରୀ କହିଛନ୍ତି । ଅଧିକ ପଢ଼ନ୍ତୁ...

Three cricketers under ICC investigation, Srilankan cricketer under investigation for match-fixing, Sri Lanka Sports Minister, ମ୍ୟାଚ ଫିକ୍ସିଂରେ ଶ୍ରୀଲଙ୍କାର ତିନି କ୍ରିକେଟର, ତଦନ୍ତ କରୁଛି ଆଇସିସି, ଶ୍ରୀଲଙ୍କା କ୍ରୀଡା ମନ୍ତ୍ରୀ
ମ୍ୟାଚ ଫିକ୍ସିଂରେ ଶ୍ରୀଲଙ୍କାର ତିନି କ୍ରିକେଟର, ତଦନ୍ତ କରୁଛି ଆଇସିସି
author img

By

Published : Jun 4, 2020, 8:03 PM IST

କଲମ୍ବୋ: ଅତି କମରେ ତିନି ଜଣ ଶ୍ରୀଲଙ୍କା କ୍ରିକେଟରଙ୍କ ଉପରେ ମ୍ୟାଚ ଫିକ୍ସିଂ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଦ୍ବାରା ଯାଞ୍ଚ ଚାଲିଛି ବୋଲି କ୍ରୀଡ଼ା ମନ୍ତ୍ରୀ ଦୁଲାସ ଆଲାହାପେରୁମା ବୁଧବାର କହିଛନ୍ତି । ସେମାନେ ପୂର୍ବତନ କିମ୍ବା ବର୍ତ୍ତମାନର ଖେଳାଳି ତାହା କହିନାହାନ୍ତି ଆଲାହପେରୁମା ।

ଶ୍ରୀଲଙ୍କା କ୍ରୀଡାମନ୍ତ୍ରୀ କହିଛନ୍ତି ୟେ, “କ୍ରୀଡ଼ା ଅନୁଶାସନ ଏବଂ ଚରିତ୍ରର ଅଭାବରୁ ଆମେ ଦୁଃଖିତ।’’ ତେବେ ଆଇସିସି ଅନୁସନ୍ଧାନରେ କୌଣସି ସାମ୍ପ୍ରତିକ ଖେଳାଳି ଜଡିତ ନାହାଁନ୍ତି ବୋଲି ଶ୍ରୀଲଙ୍କା କ୍ରିକେଟ କହିଛି। ‘‘ଏସଏଲସି ଦୃଢ଼ତାର ସହ ବିଶ୍ବାସ କରେ ଯେ ଆଇସିସି ଦୁର୍ନୀତି ନିବାରଣ ୟୁନିଟ୍ ଦ୍ବାରା ଶ୍ରୀଲଙ୍କାର ତିନିଜଣ ପୂର୍ବତନ ଖେଳାଳିଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅନୁସନ୍ଧାନ ବିଷୟରେ ହିଁ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ବର୍ତ୍ତମାନର ଜାତୀୟ ଖେଳାଳିଙ୍କ ବିଷୟରେ ନୁହେଁ।’’

ଦ୍ରୁତ ବୋଲର ଶେହାନ ମଦୁଶଙ୍କା ସମ୍ମୁଖୀନ ହୋଇଥିବା ଡ୍ରଗ ଚାର୍ଜ ଉପରେ ଆଲୋକପାତ କରି କହିଛନ୍ତି ଯେ, ‘‘ଏହା ଦୁଃଖଦାୟକ ଏବଂ ଦେଶ ତାଙ୍କ ଉପରେ ବହୁତ ଆଶା ରହିଛି।’’ ଗତ ସପ୍ତାହରେ ହେରୋଇନ ରଖିବା ଅଭିଯୋଗରେ ମଧୁସଙ୍କାଙ୍କୁ ଶ୍ରୀଲଙ୍କା ପୋଲିସ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଶ୍ରୀଲଙ୍କା କ୍ରିକେଟ୍ (SLC) ତାଙ୍କ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ଆଲାହାପେରୁମା କହିଛନ୍ତି ଯେ ସରକାର ଖୁବଶୀଘ୍ର ସ୍କୁଲ ସ୍ତରରେ କ୍ରିକେଟର ମାନଦଣ୍ଡ ଉପରେ ଧ୍ୟାନ ଦେବେ।

ଏହା ସାମ୍ନାକୁ ଆସିଛି ଯେ ବିଦ୍ୟାଳୟଗୁଡ଼ିକ ଆଉ ଗୁଣାତ୍ମକ ଖେଳାଳି ଦେଇ ପାରୁନାହାଁନ୍ତି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସହ ନିକଟରେ ହୋଇଥିବା ଏକ ବୈଠକରେ ମହେଲା ଜୟୱର୍ଦ୍ଧନେ, କୁମାର ସାଙ୍ଗାକାରା ଏବଂ ସନଥ ଜୟସୁରିଆ ଭଳି ମହାନ ବ୍ୟକ୍ତି କ୍ରିକେଟକୁ ତୃଣମୂଳ ସ୍ତରରେ ପୁନରୁତ୍ଥାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.