ETV Bharat / sports

ଆଜି ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ବିରାଟ କୋହଲି

2008 ଅଗଷ୍ଟ 18ରେ କୋହଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଗୌତମ ଗମ୍ଭୀରଙ୍କ ସହ ଓପନିଂ ପାଇଁ ପଡିଆରେ ପହଞ୍ଚିଥିଲେ ।

author img

By

Published : Aug 18, 2020, 8:43 PM IST

This Day That Year: Virat Kohli made his international debut
ଆଜି ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ବିରାଟ କୋହଲି

ମୁମ୍ବାଇ: ଆଜି ଦିନରେ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ବିଜୟ ପରେ, ସିନିୟର ଟିମରୁ ଡାକରା ପାଇଥିଲେ କୋହଲି । 2008 ଅଗଷ୍ଟ 18ରେ ବିରାଟ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଗୌତମ ଗମ୍ଭୀରଙ୍କ ସହ ଓପନିଂ ପାଇଁ ପଡିଆରେ ପହଞ୍ଚିଥିଲେ ।

ମାତ୍ର ପ୍ରଥମ ମ୍ୟାଚରେ ବିରାଟ ମାତ୍ର 12 ରନ କରିପାରିଥିଲେ । ଧୋନିଙ୍କ ନେତୃତ୍ବରେ ଭାରତୀୟ ଟିମ ଏହି ମ୍ୟାଚରେ 8 ୱିକେଟରେ ପରାସ୍ତ ହୋଇଥିଲା ।

This Day That Year: Virat Kohli made his international debut
ବିରାଟ କୋହଲି

ବିରାଟଙ୍କ ପ୍ରଥମ ଅନ୍ତର୍ଜାତୀୟ ଡେବ୍ୟୁ ମ୍ୟାଚ ଦିନରେ ବିସିସିଆଇ ପକ୍ଷରୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଯାଇଛି । ତେବେ ଡେବ୍ୟୁ ମ୍ୟାଚ ଖେଳିବାର ମାତ୍ର 14ଟି ମ୍ୟାଚ ପରେ, 2009ରେ ଇଡେଲ ଗାର୍ଡେନ କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଶତକ ହାସଲ କରିଥିଲେ କୋହଲି । ଏହାପରେ କୋହଲି ପଛକୁ ଫେରିଚାହିଁନାହାନ୍ତି । କ୍ରିକେଟର ସମସ୍ତ ଫର୍ମାଟରେ ବିଶ୍ବ କ୍ରିକେଟରେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି ।

ବର୍ତ୍ତମାସ ସୁଦ୍ଧା କୋହଲିଙ୍କ ନାମରେ 43ଟି ଦିନିକିଆ ଶତକ ଓ 27ଟି ଟେଷ୍ଟ ଶତକ ରହିଛି । ଦିନିକିଆରେ 59.33 ହାରରେ 11,000 ରନକୁ ଅତିକ୍ରମ କରିସାରିଛନ୍ତି । ତେବେ କ୍ୟାପଟେନ କୋହଲି ଏଯାବତ ଆଇସିସି ଟ୍ରଫି ବିଜୟୀ ହୋଇପାରିନାହାନ୍ତି ।

31 ବର୍ଷୀୟ କୋହଲି ଯୁଏଇରେ ଖେଳାଯିବାକୁ ଥିବା ଆଇପିଏଲର 13ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପେଟନ ଭାବେ ନଜର ଆସିବେ । ସେପ୍ଟେମ୍ବର 19ରୁରୁ ୟୁଏଇରେ ଆଇପିଏଲ 2020 ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.