ETV Bharat / sports

ଆଜି ଦିନରେ ଆଉ ଏକ ବିଶ୍ବକପ ଟ୍ରଫିରୁ ବଞ୍ଚିତ ହୋଇଥିଲା ଭାରତ - ଟି20 ବିଶ୍ବକପ ଟ୍ରଫି

2011 ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟର ବଦଲା 2016 ଟି20 ବିଶ୍ବକପ ଫାଇନାଲରେ ନେଇଥିଲା ଶ୍ରୀଲଙ୍କା । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧୀନ ଟିମ ଇଣ୍ଡିଆକୁ ପରାସ୍ତ କରିବାକୁ ସମର୍ଥ ହେବା ସହ ଶ୍ରୀଲଙ୍କା ପ୍ରଥମ ଥର ଟି20 ବିଶ୍ବକପ ଟ୍ରଫି ହାତେଇଥିଲା । ଅଧିକ ପଢନ୍ତୁ...

This Day That Year: Sri Lanka beat India in final of 2016 T20 WC
ଆଜି ଦିନରେ ଆଉ ଏକ ବିଶ୍ବକପ ଟ୍ରଫିରୁ ବଞ୍ଚିତ ହୋଇଥିଲା ଭାରତ
author img

By

Published : Apr 6, 2021, 8:19 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଆଜି(ଏପ୍ରିଲ 6) ଏକ ଅବଶୋଷର ଦିନ । ଆଜିକୁ ଠିକ 7 ବର୍ଷ ତଳେ ବିଶ୍ବବିଜେତା ହେବାରୁ ଅଳ୍ପକେ ବଞ୍ଚିତ ହୋଇଥିଲା ଭାରତ । ଆଉ ଏକ ବିଶ୍ବକପ ଟ୍ରଫି ଭାରତ ହାତରୁ ଛଡାଇ ନେଇଥିଲା ଶ୍ରୀଲଙ୍କା । ସେଦିନ ଶ୍ରୀଲଙ୍କାର ଥିଲା, ସାଙ୍ଗାକାରା ଜିତିଥିଲେ ଧୋନି ହାରିଥିଲେ । 2011 ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟର ବଦଲା 2016 ଟି20 ବିଶ୍ବକପ ଫାଇନାଲରେ ନେଇଥିଲା ଶ୍ରୀଲଙ୍କା । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧୀନ ଟିମ ଇଣ୍ଡିଆକୁ ପରାସ୍ତ କରିବାକୁ ସମର୍ଥ ହେବା ସହ ଶ୍ରୀଲଙ୍କା ପ୍ରଥମ ଥର ଟି20 ବିଶ୍ବକପ ଟ୍ରଫି ହାତେଇଥିଲା ।

ଅବସର ଥିଲା 2016 ଟି 20 ବିଶ୍ବକପ ଫାଇନାଲର । ଢାକାର ଶେର୍‌ ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ଶ୍ରୀଲଙ୍କା ଟସ୍‌ ଜତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଓ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପରେ ଇଂନିସର ଦ୍ବିତୀୟ ଓଭରରେ ଓପନର ଅଜିଙ୍କ୍ୟ ରାହାଣେଙ୍କ ୱିକେଟ ହରାଇଥିଲା ଭାରତ ।

ରୋହିତ ଶର୍ମା ଓ ବିରାଟ କୋହଲି ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ ଓ ଦ୍ବିତୀୟ ୱିକେଟ ଯୋଡିରେ 60 ରନ ଯୋଡିଥିଲେ । ତେବେ ରୋହିତ, 11ତମ ଓଭରରେ ରଙ୍ଗନା ହେରାଥଙ୍କ ଶିକାର ହେବାପରେ ଏହି ଯୋଡି ଭାଙ୍ଗିଥିଲା । ପରେ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିବା ଯୁବରାଜ ସିଂହ ପାଇଁ ସେହି ଦିନ ଖରାପ ଦିନ ଥିଲା ।

ଅନେକ ଦର୍ଶନୀୟ ଓ ବିସ୍ଫୋରକ ଇଂନିସ ଖେଳି ଟିମ ଇଣ୍ଡିଆକୁ ଏକାଧିକବାର ବିଜୟୀ କରାଇଥିବା ଯୁବରାଜ 21 ବଲ୍‌ରୁ 11ରନ୍‌ର ଇଂନିସ ଖେଳିଥିଲେ । ଗୋଟିଏ ଗୋଟିଏ ରନ ପାଇଁ ସଂଘର୍ଷ କରିଥିଲେ । ଏମିତିକି ଷ୍ଟ୍ରାଇକ ରୋଟେଟ କରିବାକୁ ମଧ୍ୟ ଅସମର୍ଥ ହେଉଥିଲେ । ଫଳରେ ଭାରତର ରନ୍‌ ରେଟ ତଳମୁହାଁ ହୋଇଥିଲା । ବିଶ୍ବକପ ଫାଇନାଲ ମ୍ୟାଚରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ଟିମ । ମାତ୍ର 130-4 ରନରେ ଭାରତକୁ ରୋକିଥିଲେ ଶ୍ରୀଲଙ୍କା ବୋଲର । 21 ବଲ୍‌ରୁ 11 ରନର ଇଂନିସ ପାଇଁ ଯୁବରାଜ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ । କୋହଲି 77 ରନର ଇଂନିସ ଖେଳିଥିଲେ ।

ପରେ ଶ୍ରୀଲଙ୍କା 131 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଶ୍ରୀଲଙ୍କା 41 ରନ୍‌ ମଧ୍ୟରେ କୁସଲ ପରେରା ଓ ତିଲକର୍ତନେ ଦିଲସନଙ୍କ ୱିକେଟ ହରାଇଥିଲା । ପରେ ମାହେଲା ଜୟବର୍ଦ୍ଧନେ ଓ ଲାହିରୁ ଥିରିମାନେ ପାଭିଲିୟନ ଫେରିବା ପରେ ଶ୍ରୀଲଙ୍କା 78/4ରେ ପହଞ୍ଚିଥିଲା । ମାତ୍ର କୁମାର ସାଙ୍ଗାକାରା ଓ ଥିସାରା ପରେରା, ଶ୍ରୀଲଙ୍କା ପାଇଁ ମ୍ୟାଚ ବିଜୟୀ ଇଂନିସ ଖେଳିବା ସହ ପ୍ରଥମ ଟି20 ବିଶ୍ବକପ ଟାଇଟେଲ ବିଜୟୀ କରାଇଥିଲେ । ସାଙ୍ଗାକାରା 52 ଓ ପରେରା 23 ରନରେ ଅପରାଜିତ ରହିଥିଲେ । ଚଳିତବର୍ଷ ଶେଷ ଭାଗରେ ଟି20 ବିଶ୍ବକପର ଆଗାମୀ ସଂସ୍କରଣ ଭାରତରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.