ମୁମ୍ବାଇ: ନଭେମ୍ବର 16, 2013ରେ ଭାରତୀୟ କ୍ରିକେଟରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ସର୍ବକାଳୀନ ପସନ୍ଦର ଖେଳାଳି ସଚିନ ତେନ୍ଦୁଲକର ଆନ୍ତଜାର୍ତିକ କ୍ରିକେଟକୁ କହିଥିଲେ ଅଲବିଦା। ନିଜ ଘରୋଇ ମଇଦାନ ମୁମ୍ବାଇର ୱାଙ୍ଗେଡେ ଷ୍ଟାଡିୟମରେ ଖେଳିଥିଲେ ଶେଷ ମ୍ୟାଚ । ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରିକେଟର ଲମ୍ବା ଫର୍ମାଟରେ 200ତମ ଟେଷ୍ଟ ଖେଳି କ୍ରିକେଟକୁ ବିଦୀୟ କହିଥିଲେ । ତେବେ ସଂଯୋଗ ବଶତଃ ନଭେମ୍ବର 15ରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳିଥିଲେ ସଚିନ ।
ଶେଷ ଟେଷ୍ଟରେ ସଚିନ 74 ରନର ପାଳି ଖେଳିଥିଲେ । ଟେଷ୍ଟ କ୍ୟାରିୟର ଶେଷ ହେବାବେଳକୁ ସଚିନ 53.78 ଆଭରେଜରେ 51 ଶତକ, 68ଟି ଅର୍ଧଶତକ ସହାୟତାରେ 15,921 ରନ କରିଥିଲେ । ଦିନିକିଆ କ୍ୟାରିୟରରେ 463 ମ୍ୟାଚରୁ 44.38 ଆଭରେଜରେ 18,426 ରନ କରିଛନ୍ତି । 24ବର୍ଷର ଭାରତୀୟ କ୍ରିକେଟ ଇତିହାସରେ ସଚିନଙ୍କ ଅନେକ ବିରଳ ରେକର୍ଡ ମଧ୍ୟ ରହିଛି । ଯାହା ଏବେବି ଅନ୍ୟ କ୍ରିକେଟରଙ୍କ ପାଇଁ ଅତିକ୍ରମ କରିବା କଷ୍ଟକର ।