ହାଇଦ୍ରାବାଦ: ଟେଷ୍ଟ କ୍ରିକେଟରେ ନାଇଟୱାଚମ୍ୟାନକୁ ନେଇ ରୋମାଞ୍ଚ ଦେଖାଯାଇଥାଏ । 5ଦିନିଆ ଟେଷ୍ଟ ମ୍ୟାଚର ଗୋଟିଏ ଦିନର ଖେଳର ଶେଷ ମୂହୂର୍ତ୍ତରେ କେହି ବ୍ୟାଟ୍ସମ୍ୟାନ ଆଉଟ ହେଲେ, ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ କେହି ବୋଲର, ନାଇଟୱାଚମ୍ୟାନ ଭାବେ ଆସିଥାନ୍ତି ।
ତେବେ ଆଜି ଦିନରେ କ୍ରିକେଟ ଇତିହାସରେ ଏମିତି ଜଣେ ନାଇଟ ୱାଚମ୍ୟାନ ରେକର୍ଡ କରିଥଲେ, ତାହା ଏଯାବତ ବିରଳ ହୋଇ ରହିଛି । ଅଷ୍ଟ୍ରେଲିଆର ଜେଶନ ଗିଲେସ୍ପି ବାଂଲାଦେଶ ବିପକ୍ଷରେ 14 ବର୍ଷ ପୂର୍ବେ ଏମିତି କିଛି କରିଥିଲେ । 3 ଦିନ ବ୍ୟାଟିଂ କରି ଦ୍ବିଶତକ ହାସଲ କରିଥିଲେ । ପରେ ମ୍ୟାନ ଅଫ ଦ ମ୍ୟାଚ ଓ ସିରିଜ ମଧ୍ୟ ହୋଇଥିଲେ ।
2 ଟିକିଆ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ପୂର୍ବରୁ 1-0ରେ ଆଗୁଆ ରହିଥିଲା । 2ୟ ଟେଷ୍ଟର ପ୍ରଥମ ଇଂନିସରେ ବାଲାଦେଶ ପ୍ରଥମେ ବ୍ୟାଟିଂ କରି 197 ରନରେ ଅଲଆଉଟ ହୋଇଥିଲେ । ପରେ ଅଷ୍ଟ୍ରେଲିଆ ବ୍ୟାଟିଂରେ ବର୍ଷା ବାଧକ ସାଜିଥିଲା । ଅଷ୍ଟ୍ରେଲିଆର ପ୍ରଥମ 2ଟି ୱିକେଟ ପତନ ପରେ ନାଇଟୱାଚମ୍ୟାନ ଭାବେ ଜେଶନ ଗିଲେସ୍ପି ବ୍ୟାଟିଂ ପାଇଁ ଆସିଥିଲେ । ଏହାପରେ ପୁଣି ବର୍ଷା ହେବାସହ 2ୟ ଦିନର ଖେଳ ଶେଷ ସୁଦ୍ଧା ଅପାରାଜିତ 28 ରନରେ ଫେରିଥିଲେ ଗିଲେସ୍ପି ।
ପରେ 296 ବଲରେ ଶକତ ଓ 425 ବଲରେ ବିରଳ ଦ୍ବିଶତକ ହାସଲ କରିଥିଲେ । ଏହି ରେକର୍ଡ ଏଯାବତ ଅତୁଟ ରହିଛି । 80 ରନରେ ବାଂଲାଦେଶକୁ ହରାଇ 2-0ରେ ସିରଜ ଜିତିନେଇଥିଲା ଅଷ୍ଟ୍ରେଲିଆ । ଜେସନ ଗିଲେସ୍ପି ମ୍ୟାଚ ଅଫ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ହୋଇଥିଲେ ।