ETV Bharat / sports

ସ୍ମୃତିରେ ପ୍ରଜ୍ଞାନ ଓଝାଙ୍କ ଇଂନିସ, ଶେଷ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ

author img

By

Published : Oct 5, 2020, 9:04 PM IST

ଆଜି ଦିନରେ ଟିମ ଇଣ୍ଡିଆକୁ ମିଳିଥିଲା ଏକ ରୋମାଞ୍ଚକର ବିଜୟ । ବର୍ଷ 2010, ଅକ୍ଟୋବର 5ର ଦିନ ଥିଲା । ମୋହାଲି ଟେଷ୍ଟର 4ର୍ଥ ଇଂନିସରେ ଭିଭିଏସ ଲକ୍ଷ୍ମଣ ଖେଳିଥିଲେ ମ୍ୟାଚ ବିଜୟୀ ଅପରାଜିତ 73 ରନର ଇଂନିସ ।

This day in 2010: VVS Laxman's 5th day heroics helped India beat Australia in thrilling Test
ସ୍ମୃତିରେ ପ୍ରଜ୍ଞାନ ଓଝାଙ୍କ ଇଂନିସ, ଶେଷ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ

ହାଇଦ୍ରାବାଦ: ଆଜି ଦିନରେ ଟିମ ଇଣ୍ଡିଆକୁ ମିଳିଥିଲା ଏକ ରୋମାଞ୍ଚକର ବିଜୟ । ବର୍ଷ 2010, ଅକ୍ଟୋବର 5ର ଦିନ ଥିଲା । ମୋହାଲି ଟେଷ୍ଟର 4ର୍ଥ ଇଂନିସରେ ଭିଭିଏସ ଲକ୍ଷ୍ମଣ ଖେଳିଥିଲେ ମ୍ୟାଚ ବିଜୟୀ ଅପରାଜିତ 73 ରନର ଇଂନିସ । ଫଳରେ ଅଷ୍ଟ୍ରେଲିଆକୁ 1 ୱିକେଟରେ ହରାଇ ଦୁଇ ଟିକିଆ ଟେଷ୍ଟ ସିରିଜରେ ଆଗୁଆ ହୋଇଥିଲା ଭାରତ ।

ତେବେ ଏହି ବିଜୟରେ ଶେଷ ୱିକେଟ ଭାବେ ବ୍ୟାଟିଂ କରିବାକୁ ଆସିଥିବା ସ୍ପିନର ପ୍ରଜ୍ଞାନ ଓଝା, ଲକ୍ଷ୍ମଣଙ୍କ ଭରପୁର ସାଥ୍ ଦେଇଥିଲେ ।

ପ୍ରଜ୍ଞାନ ଓଝା-ଭିଭିଏସ ଲକ୍ଷ୍ମଣ

216 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ପ୍ରଥମ ଓଭରରେ ଗୌତମ ଗମ୍ଭୀରଙ୍କ ୱିକେଟ ହାରଇ ସଙ୍କଟରେ ପଡିଥିଲା । ଦ୍ରାବିଡ ଓ ସେହ୍ବାଗ ଇଂନିସକୁ ଆଗକୁ ବଢାଇଥିଲେ ମଧ୍ୟ ଦ୍ରାବିଡ ଡଗ ବୋଲିଞ୍ଜରର ଶିକାର ହୋଇଥିଲେ। ଭାରତର ସ୍କୋର 7.4 ଓଭର ସୁଦ୍ଧା 31/2 ରହିଥିଲା । ପରେ ବେନ ହେଲଫନସ ସେହ୍ବାଗ ଓ ରାଇନାଙ୍କୁ ପ୍ୟାଭିଲିୟନ ପଠାଇ ଭାରତର ସ୍କୋର 48/4 କରିଥିଲେ । ପରେ ସଚିନ ତେନ୍ଦୁଲକରଙ୍କ ସହ ନାଇଟ ୱାଚମ୍ୟାନ ଜାହିର ଖାନ 28 ରନର ପାର୍ଟନରସିପ କରିଥିଲେ । ମାତ୍ର ଦଳୀୟ ସ୍କୋର 76 ଥିବାବେଳେ 5 ୱିକେଟ ହରାଇଥିଲା ଭାରତ । ବିଜୟ ପାଇଁ 140 ରନ ଆବଶ୍ୟକ ଥିବାବେଳେ, ଲକ୍ଷ୍ମଣ ବ୍ୟାଟିଂ ପାଇଁ ଆସିଥିଲେ । ସଚିଙ୍କ ସହ 43 ରନର ପାର୍ଟନରସିପ ପରେ ବୋଲିଞ୍ଜର ପୁନର୍ବାର ଭ୍ରମଣକାରୀ ଦଳକୁ ସଚିନ ଭାବରେ ବଡ ସଫଳତା ଦେଇଥିଲେ । ପରେ ଧୋନି ମାତ୍ର 19 ବଲ ଖେଳି ଆଉଟ ହୋଇ ଫେରିଥିଲେ । ମ୍ୟାଚର 34ତମ ଓଭରରେ ହରଭଜନ ସିଂଙ୍କ ୱିକେଟ ସହ ଭାରତ 8ମ ୱିକେଟ ହରାଇ ପରାଜୟ ମୁହଁରେ ରହିଥିଲା । ତେବେ ଇଶାନ୍ତ ଶର୍ମା 31 ରନର ଉପଯୋଗୀ ଇଂନିସ ଖେଳିବା ସହ ଭାରତକୁ ବିଜୟ ଆଶା ଦେଇଥିଲେ ।

ଇଶାନ୍ତ ଆଉଟ ହେବାପରେ ଶେଷ ୱିକେଟ ଭାବେ ବ୍ୟାଟିଂ ପାଇଁ ଆସିଥିଲେ ପ୍ରଜ୍ଞାନ ଓଝା । ତେବେ ଘାତର ମିଚେଲ ଜନସନଙ୍କ ସାମ୍ନାରେ ତିଷ୍ଠିବା ସହ 10ଟି ଗୁରୁତ୍ବପୂର୍ଣ୍ଣ ବଲରେ କଙ୍ଗାରୁ ଟିମକୁ ୱିକେଟ ଦେଇନଥିଲେ । ଫଳରେ ଲକ୍ଷ୍ମଣ 79 ବଲରୁ 73 ରନର ଇଂନିସ ଖେଳି ଭାରତକୁ ବିଜୟୀ କରାଇଥିଲେ । ପରେ ବାଙ୍ଗାଲୋରରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ଭାରତ ବିଜୟୀ ହେବା ସହ, ସିରିଜ କ୍ଲିନ ସୁଇପ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.