ETV Bharat / sports

ଅଭ୍ୟାସକୁ ଫେରିଲେ ହନୁମା ବିହାରୀ - ଅଭ୍ୟାସକୁ ଫେରିଲେ ହନୁମା ବିହାରୀ

ପ୍ରାୟ ତିନିମାସରୁ ଅଧିକ ସମୟ ଘରେ ବାଧ୍ୟତାମୂଳକ ଛୁଟିରେ ରହିବା ପରେ ଅନ୍ୟ କ୍ରିକେଟରଙ୍କ ପରି ନେଟ୍ସରେ ଅଭ୍ୟାସ ଆରମ୍ଭ କରିଛନ୍ତି ଟେଷ୍ଟ ସ୍ପେସିଆଲିଷ୍ଟ ହନୁମା ବିହାରୀ । ଅଧିକ ପଢ଼ନ୍ତୁ...

Test specialist Hanuma Vihari, Hanuma Vihari hits the nets, ଅଭ୍ୟାସକୁ ଫେରିଲେ ହନୁମା ବିହାରୀ, ଟେଷ୍ଟ ସ୍ପେସିଆଲିଷ୍ଟ ହନୁମା ବିହାରୀ
ଅଭ୍ୟାସକୁ ଫେରିଲେ ହନୁମା ବିହାରୀ
author img

By

Published : Jul 17, 2020, 2:39 AM IST

ନୂଆଦିଲ୍ଲୀ: ଭାରତର ଟେଷ୍ଟ ସ୍ପେସିଆଲିଷ୍ଟ ହନୁମା ବିହାରୀ ଗୁରୁବାର ନେଟ୍ସରେ ଆରମ୍ଭ କରିଛନ୍ତି ଅଭ୍ୟାସ ଯାହାଦ୍ବାରା କୋଭିଡ-19 ଯୋଗୁଁ କ୍ରୀଡା କାର୍ଯ୍ୟକଳାପ ବନ୍ଦ ରହିଥିଲେ ବି ସେ ଖେଳ ସହ ଯୋଡ଼ି ହୋଇ ରହିପାରିବେ ।

ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜର ତିନି ମ୍ୟାଚ୍ ବିଶିଷ୍ଟ #RaiseTheBat ଟେଷ୍ଟ ସିରିଜ ସହିତ ମାର୍ଚ୍ଚ ମାସରୁ ବନ୍ଦ ଥିବା କ୍ରିକେଟ ପୁନଃ ଆରମ୍ଭ ହୋଇଛି । କିନ୍ତୁ ନିକଟ ଭବିଷ୍ୟତରେ ଭାରତୀୟ କ୍ରିକେଟରଙ୍କ ପାଇଁ କୌଣସି କ୍ରିକେଟର ସମ୍ଭାବନା ଦେଖା ଯାଉନାହିଁ ।

‘‘Every day grind’’ ବୋଲି ବିହାରୀ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି । ଏହି ଫଟୋରେ ଭାରତର ରେଡ-ବଲ୍ ନଂ 6 ଖେଳାଳି ନେଟ୍ସରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି ।

ଭାରତ ପାଇଁ ଏପର୍ଯ୍ୟନ୍ତ 9 ଟି ଟେଷ୍ଟ ଖେଳିଥିବା 26 ବର୍ଷୀୟ ହନୁମା, ଫଟୋରେ ବଲକୁ ସାମ୍ନା କରିବା ବେଳେ ଖୁବ ଏକାଗ୍ରଚିତ୍ତ ଦେଖାଯାଉଛନ୍ତି ।

ବିହାରୀ ନ୍ୟୁଜିଲ୍ୟାଣ୍ଡରେ ଭାରତର ଦୁଇଟି ଟେଷ୍ଟ ମ୍ୟାଚର ଅଂଶ ଥିଲା ଏବଂ ଖ୍ରୀଷ୍ଟଚର୍ଚରେ ଦ୍ବିତୀୟ ମ୍ୟାଚର ପ୍ରଥମ ଇନିଂସରେ 55 ରନ ସଂଗ୍ରହ କରିଥିଲେ। ଭାରତ ଏହି ସିରିଜକୁ 0-2ରେ ହାରିଯାଇଥିଲା।

ସେପଟେ ଅନ୍ୟ ଭାରତୀୟ କ୍ରିକେଟରମାନେ ପଡ଼ିଆକୁ ଅଭ୍ୟାସ ପାଇଁ ଫେରିଥିବାର ଫଟୋ ସେୟାର କରିଛନ୍ତି। ସୋମବାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବଂ ଭେଟେରାନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଫିଟ ରହିବା ପାଇଁ ନେଟ୍ସରେ ଏକାଠି ଅଭ୍ୟାସ କରିଥିଲେ ।

ଗତ ମାସରେ, ପେସର ଇଶାନ୍ତ ଶର୍ମା ବାହାରେ ଫିଟନେସ୍ ଡ୍ରିଲ୍ କରୁଥିବାର ଏକ ଫଟୋ ସେୟାର କରିଥିଲେ, ବ୍ୟାଟିଂ ମାଷ୍ଟ୍ରୋ ଚେତେଶ୍ବର ପୂଜାରା ମଧ୍ୟ ନିଜ ସମ୍ପୂର୍ଣ୍ଣ କିଟ ସହ ଅଭ୍ୟାସ କରୁଥିବା ନଜର ଆସିଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.