ETV Bharat / sports

'ପାକିସ୍ତାନ ନୁହେଁ, ଆତଙ୍କବାଦ ଭାରତର ଶତ୍ରୁ' - Sports

ଭାରତ-ପାକ୍‌ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ନିଜର ମତାମତ ରଖିଛନ୍ତି ଆକ୍ରମ। ଟ୍ୱିଟରେ ସେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପ୍ରଶଂସା କରିଛନ୍ତି।

author img

By

Published : Mar 2, 2019, 2:20 PM IST

ଇସଲାମାବାଦ: ଭାରତର ଶତ୍ରୁ ପାକିସ୍ତାନ ନୁହେଁ। ଭାରତ ଓ ପାକିସ୍ତାନ ଉଭୟଙ୍କର ଶତ୍ରୁ ଏକ। ଉଭୟ ରାଷ୍ଟ୍ରର ଶତ୍ରୁ ହେଉଛନ୍ତି ଆତଙ୍କବାଦ। ଏହି ସମସ୍ୟାରେ ଉଭୟ ଦେଶ ଜର୍ଜରିତ ବୋଲି କହିଛନ୍ତି କିମ୍ୱଦନ୍ତୀ ପାକିସ୍ତାନୀ ଦ୍ରୁତ ବୋଲର ୱାସିମ ଆକ୍ରମ।

  • With my heavy heart I appeal to yours, India,Pakistan is not your enemy, Your enemy is our enemy! How much more blood needs to be spilled before we realise we are both fighting the same battle.We need brothers in arm if we want to beat this war on terror #TogetherWeWin #NoToWar

    — Wasim Akram (@wasimakramlive) February 27, 2019 " class="align-text-top noRightClick twitterSection" data=" ">

ଭାରତ-ପାକ୍‌ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ନିଜର ମତାମତ ରଖିଛନ୍ତି ଆକ୍ରମ। ସୋସିଆଲ ଆକାଉଣ୍ଟ ଟ୍ୱିଟରରେ ସେ ଟ୍ୱିଟ କରି ଲେଖିଛନ୍ତି, "ଭାରି ହୃଦୟରେ ଭାରତକୁ ଅନୁରୋଧ କରୁଛି, ପାକିସ୍ତାନ ତୁମ ଶତ୍ରୁ ନୁହେଁ। ତମ ଶତ୍ରୁ ଯିଏ ସେ ଆମର ବି ଶତ୍ରୁ। ଆଉ କେତେ ରକ୍ତ ବୋହିବ। ଏବେ ଅନୁଭବ କରିବାର ସମୟ ଆସିଯାଇଛି ଯେ, ଆମେ ସମାନ ଯୁଦ୍ଧରେ ଲଢେଇ କରୁଛୁ। ଆତଙ୍କବାଦକୁ ପରାସ୍ତ କରିବା ପାଇଁ ଆମକୁ କାନ୍ଧରେ କାନ୍ଧ ମିଳାଇବାକୁ ପଡିବ" ବୋଲି ଆକ୍ରମ ଟ୍ୱିଟ କରିଛନ୍ତି।

undefined
  • I always knew the colours for peace were Green & White and today just proved it!We have said it again and again that we are a peace loving nation but today actions speak louder than words.Proud of our leader who shows us what is true,what is just & what is right #LetPeacePrevail

    — Wasim Akram (@wasimakramlive) February 28, 2019 " class="align-text-top noRightClick twitterSection" data=" ">

ଏହାସହ ଅନ୍ୟ ଏକ ଟ୍ୱିଟରେ ସେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପ୍ରଶଂସା କରିଛନ୍ତି। ଇମ୍ରାନ ଶାନ୍ତିର ବାର୍ତ୍ତା ଭାବେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନଙ୍କୁ ଭାରତ ଫେରାଇବାରେ ନିଷ୍ପତ୍ତି ନେଲେ। ଏହାକୁ ତାରିଫ କରି ସେ କହିଛନ୍ତି ଯେ, ଶାନ୍ତିର ରଙ୍ଗ ସବୁବେଳେ ସବୁଜ ଓ ଧଳା। ଏହା ସେ ଆଗରୁ ଜାଣିଥିଲେ ଏବଂ ଆଜି ଏହା ପ୍ରମାଣ ହେଲା। ଆଗରୁ ସବୁବେଳେ ଆମେ କହିଆସିଛୁ ଆମେ ଏକ ଶାନ୍ତି ରାଷ୍ଟ୍ର। କିନ୍ତୁ ଆଜି ଶବ୍ଦଠାରୁ ଆକ୍ସନ ଜୋର ଶୁଭୁଛି। ଆମେ ନେତା ଏହାକୁ ଭୁଲ ପ୍ରମାଣ କରି କଣ ସତ୍ୟ ଓ ଠିକ ତାହା ସାରା ବିଶ୍ୱକୁ ଜଣାଇଛନ୍ତି ବୋଲି ଆକ୍ରମ କହିଛନ୍ତି।

undefined

ସୂଚନାଯୋଗ୍ୟ ଯେ ପୁଲୱାମା ଆତଙ୍କୀ ହମଲା ପରେ ଭାରତ-ପାକ୍‌ ମଧ୍ୟରେ ସମ୍ପର୍କ ବିଗିଡିବାର ଲାଗିଛି। ଏହାପରେ ଭାରତୀୟ ବାୟୁସେନା ପାକ୍‌ ସୀମା ଭିତରେ ପଶି ଏୟାରଷ୍ଟ୍ରାଇକ କରିଥିଲା। ଏହାପର ଠାରୁ ଭାରତ-ପାକ୍‌ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Intro:Body:

ଦେଶରେ ନିଷେଧ ହେଉ ମଦ

ପାଟନା: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହୋଇଥିବା ମଦମୃତ୍ୟୁ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କେବଳ ଦୁଃଖପ୍ରକାଶ କରିନାହାଁନ୍ତି, ବରଂ ଏଭଳି ସମସ୍ୟାର ସମାଧାନ କଥା ବି କହିଛନ୍ତି । ସମସ୍ତ ରାଜ୍ୟରେ ମଦକୁ ନିଷିଦ୍ଧ କରିବା ପାଇଁ ମତ ରଖିଛନ୍ତି ନୀତିଶ ।

ସୋମବାର ସାମ୍ବାଦିକଙ୍କ ସହ କଥାବାର୍ତ୍ତା ହେବା ବେଳେ ନୀତିଶ କହିଥିଲେ, ବିହାରରେ ମଦକୁ ନିଷିଦ୍ଧ କରିବା ନିଷ୍ପତ୍ତି ବେଶ ସକରାତ୍ମକ । ଆଉ ଏହାର ସକରାତ୍ମକ ପ୍ରଭାବ ମଧ୍ୟ ପଡିଛି ।  ଏପରି ନିଷ୍ପତ୍ତି ସମଗ୍ର ଦେଶରେ ଲାଗୁ ହେବାର ଆବଶ୍ୟକତା ରହିଛି । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହୋଇଥିବା ମଦମୃତ୍ୟୁ ଘଟଣା ତାଙ୍କୁ ବହୁତ କଷ୍ଟ ଦେଇଥିବା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ।

ନୀତିଶ କହିଥିଲେ, ବହୁ ରାଜ୍ୟରେ ମଦବନ୍ଦ କରିବାକୁ ଆନ୍ଦୋଳନ ଚାଲିଛି । କିଛି ରାଜ୍ୟରେ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ମଦମୁକ୍ତ କରିବାକୁ ଘୋଷଣା କରୁଛନ୍ତି ରାଜନୈତିକ ଦଳ । ଯଦି ସତରେ ସମଗ୍ର ଦେଶରେ ଏହାକୁ ଲାଗୁ କରାଯାଏ, ଫଳାଫଳ ବେଶ ସକରାତ୍ମକ ହେବ ବୋଲି କହିଛନ୍ତି ନୀତିଶ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.