ETV Bharat / sports

2011 ବିଶ୍ବକପ ବିଜୟର ଏହି ମୁହୂର୍ତ୍ତ ପାଇଁ ସମ୍ମାନିତ ସଚିନ

2011 ଭାରତର ବିଶ୍ବକପ ବିଜୟୀ ପରେ ସଚିନଙ୍କୁ କାନ୍ଧରେ ଉଠାଇବା ଦୃଶ୍ୟକୁ ସମ୍ମାନିତ କରିଛି ଲଉରିୟସ ସ୍ପୋର୍ଟିଂ ମୁମେଣ୍ଟ । ଏଥିଲାଗି ସୋମବାର ସଚିନଙ୍କୁ ସମ୍ମାନିତ କରାଯାଇଛି ।

author img

By

Published : Feb 18, 2020, 10:28 AM IST

Updated : Feb 18, 2020, 10:39 AM IST

tendulkars-victory-lap-post-2011-wc-triumph-wins-laureus-sporting-moment-award
2011 ବିଶ୍ବକପ ବିଜୟର ଏହି ମୁହୁର୍ତ୍ତ ପାଇଁ ସମ୍ମାନିତ ହେଲେ ସଚିନ

ବର୍ଲିନ: ପୁଣିଥରେ ଉଜ୍ଜୀବିତ ହୋଇଛି ଶେଷ ଦଶନ୍ଧିର ସେହି ଅଭୁଲା ମୁହୂର୍ତ୍ତ । 2011 ଭାରତର ବିଶ୍ବକପ ବିଜୟୀ ପରେ ସଚିନଙ୍କୁ କାନ୍ଧରେ ଉଠାଇବା ଦୃଶ୍ୟକୁ ସମ୍ମାନିତ କରିଛି ଲଉରିୟସ ସ୍ପୋର୍ଟିଂ ମୋମେଣ୍ଟ । ବିଗତ 20 ବର୍ଷ ମଧ୍ୟରେ କ୍ରୀଡାକ୍ଷେତ୍ରର ଏହା ଶ୍ରେଷ୍ଠ ମୁହୂର୍ତ୍ତ ହୋଇଛି । ଏଥିଲାଗି ସୋମବାର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ସମ୍ମାନିତ କରାଯାଇଛି ।

ତେବେ ଏହି ବିଭାଗରେ ଦଶନ୍ଧିର 5ଟି ଶ୍ରେଷ୍ଠ ଦୃଶ୍ୟ ସ୍ଥାନ ପାଇଥିଲା । ଭୋଟ ମାଧ୍ୟମରେ ବିଜେତା ଚୟନ ହୋଇଥିଲା । ଯେଉଁଠି ସଚିନଙ୍କୁ ପ୍ରଚଣ୍ଡ ମାତ୍ରରେ ଭୋଟ ମିଳିବା ପରେ ତାଙ୍କୁ ବିଜେତା ଘୋଷଣା କରା।ଯାଇଥିଲା । ଜାନୁଆରୀ 10ରୁ ଫେବୃଆରୀ 16 ଯାଏ ଏଥିପାଇଁ ଭୋଟିଂ ପ୍ରକ୍ରିୟା ଜାରି ରହିଥିଲା । ତେବେ ଏହି ଦୃଶ୍ୟର ଶୀର୍ଷକ ଥିଲା ‘Carried On The Shoulders Of A Nation’ । ତେବେ ଲଉରିୟସ ସ୍ପୋର୍ଟିଂ ମୋମେଣ୍ଟ ଆୱାର୍ଡ ପାଇବା ପରେ ସଚିନ ଭାବବିହ୍ବଳ ହୋଇଯାଇଥିଲେ । ନିଜ ବକ୍ତୃତାରେ କହିଥିଲେ...

‘‘ଖୁବ ଚମତ୍କାର, ଏମିତି କମ ମୁହୁର୍ତ୍ତ ଅଛି । ଯେଉଁଠି କୌଣସି ଦ୍ବିମତ ନଥାଏ । ଯାହାକୁ ସାରା ଦେଶ ପାଳନ କରିଥାଏ । ଆଉ ଏହା ଆମକୁ ମନେପକାଇ ଦିଏ କି କ୍ରୀଡା କେତେ ଶକ୍ତିଶାଳୀ ଅଟେ । ଯାହା ଆମ ଜୀବନକୁ ଅନେକ ମାତ୍ରାରେ ପ୍ରଭାବିତ କରେ । ଆଉ ବିଶ୍ବକପ ବିଜୟ ସେହିପରି ଏକ ମୁହୂର୍ତ୍ତ ଥିଲା ।’’

ସୂଚନାଯୋଗ୍ୟ, କ୍ୟାରିଅରର 6ଷ୍ଠ ତଥା ଅନ୍ତିମ ବିଶ୍ବକପ ଟୁର୍ଣ୍ଣାମେଣ୍ଟ କସରତରେ ସଚିନ ଟ୍ରଫି ଟେକିବାର ସୁଯୋଗ ପାଇଥିଲେ । ଯାହା ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ସଫଳ ହୋଇଥିଲା । ଫାଇନାଲ ମୁକାବିଲାରେ ଧୋନି ବିପକ୍ଷ ଶ୍ରୀଲଙ୍କା ବୋଲର ନୂଆନ କୁଳଶେଖରାଙ୍କ ବଲକୁ ୱାଙ୍ଖଡେ ଷ୍ଟାଡିୟମ ବାହାରକୁ ଉଡାଇବା ପରେ ଭାରତ ଦୀର୍ଘ 28 ବର୍ଷ ପରେ ବିଶ୍ବକପ ବିଜୟୀ ହୋଇଥିଲା । ଫାଇନାଲରେ ଶ୍ରୀଲଙ୍କାକୁ 6 ୱିକେଟରେ ପରାସ୍ତ କରିଥିଲା ଭାରତ । ଆଉ ଏହି ଖୁସିରେ ସାଥି ଖେଳାଳିମାନେ ସଚିନଙ୍କୁ କାନ୍ଧରେ ବସାଇ ସମ୍ପୂର୍ଣ୍ଣ ପଡିଆ ଭ୍ରମଣ କରିଥିଲେ । ଦର୍ଶକଙ୍କ ତାଳି ଓ ସଚିନ ସଚିନ ଧ୍ବନିରେ ଫାଟି ପଡିଥିଲା ଷ୍ଟାଡିୟମ । ସଚିନଙ୍କ ସମେତ ସମସ୍ତ ଖେଳାଳିଙ୍କ ଆଖିରେ ଥିଲା ଲୁହ । ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ୱେ'ଙ୍କଠାରୁ ଟ୍ରଫି ଗ୍ରହଣ କରିବା ପରେ ସଚିନଙ୍କୁ ପଚରାଯାଇଥିଲା ବିଶ୍ବକପ ଟ୍ରଫି ଉଠାଇବା ମୁହୁର୍ତ୍ତ କେମିତି ଥିଲା । ଉତ୍ତର ଦେଇ ସଚିନ କହିଥିଲେ...

‘‘ଏହା ମୋ ଜୀବନର ଅଭୁଲା ସ୍ମୃତି । ଯାହା ପାଇଁ ମୁଁ ଗର୍ବିତ । ମୁଁ ଦୀର୍ଘ 22 ବର୍ଷ ଧରି ସଂଘର୍ଷ କରିଛି । ମାତ୍ର କେବେ ମୋର ଆଶା ହରାଇ ନଥିଲି । ଶେଷରେ ମୁଁ ମୋ ସ୍ବପକୁ ହାତରେ ଉଠାଇଥିଲି । ମୋ ଦେଶବାସୀଙ୍କ ପାଇଁ ମୁଁ ଏହି ଟ୍ରଫି ଉଠାଇଥିଲି ।’’

Last Updated : Feb 18, 2020, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.